8. ବ୍ୟକ୍ତ ଏବଂ ଅବ୍ୟକ୍ତକୁ ବୁଝିବା
ରାଡାର୍ ସହିତ ସଂଲଗ୍ନ ହୋଇଥିବା ଏକ ଛୋଟ ଉପକରଣ , “ ଟ୍ରିମଟାବ’ରେ ସାମାନ୍ୟ ପରିବର୍ତ୍ତନ , ଏକ ବୃହତ ଜାହାଜର ଦିଗ ପରିବର୍ତ୍ତନ କରେ । ସେହିଭଳି , ଗୀତାର ଅଧ୍ୟୟନ ପାଇଁ ସାମାନ୍ୟ ପ୍ରୟାସ ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ । ଲକ୍ଡାଉନ୍ ଅବଧି ଯେପରି ଆମେ କୋଭିଡ୍ -19 ସମୟରେ ଅନୁଭବ କରିଥିଲୁ, ଗୀତାର ଅଧ୍ୟୟନ କରିବାକୁ ବ୍ୟବହୃତ କରିଥିଲେ ଆମେ ଜୀବନରେ ବହୁତ ବଡ଼ ପରିବର୍ତନ ଦେଖି ପାରି ଥାଆନ୍ତୁ | କିଂଡ଼ରଗାର୍ଟନ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ହୃଦୟଙ୍ଗମ ପାଇଁ ଗୀତା ଏକ ଶାଶ୍ୱତ ପାଠ୍ୟ ପୁସ୍ତକ ଏବଂ ସମ୍ଭବତ ପ୍ରଥମ ଥର ପଢ଼ିବାରେ ଏହାର କମ୍ ଧାରଣା ବୁଝାପଡେ । ଯଦି ଆମେ ଅବ୍ୟକ୍ତ ଏବଂ ବ୍ୟକ୍ତ ଦୃଷ୍ଟିକୋଣରୁ ଦେଖିବା , ତେବେ ସେଗୁଡିକ ସହଜରେ ବୁଝିହେବ । ଅବ୍ୟକ୍ତ ହେଉଛି ଯାହା ଆମର ଇନ୍ଦ୍ରିୟ ବାହାରେ ଏବଂ ବ୍ୟକ୍ତ ହେଉଛି ଯାହା ଇନ୍ଦ୍ରିୟଗୁଡ଼ିକର ପରିସର ମଧ୍ୟରେ । ବ୍ୟକ୍ତର କାହାଣୀ ‘ ବିଗ୍ବେଙ୍ଗ ’ ଠାରୁ ଆରମ୍ଭ କରି ତାରା ଗଠନ , ଏହି ତାରାଗୁଡ଼ିକର ମୂଳରେ ଉଚ୍ଚ ରାସାୟନିକ ଉପାଦାନର ପରମାଣୁର ମିଶ୍ରଣ , ତାରାଗୁଡ଼ିକର ବିସ୍ଫୋରଣରେ ଏହି ଉପାଦାନଗୁଡ଼ିକର ବିସ୍...