Posts

Showing posts from June, 2025

120. ସମସ୍ତଙ୍କ ଠାରେ ନିଜକୁ ଏବଂ ନିଜଠାରେ ସମସ୍ତଙ୍କୁ ଦେଖିବା

Image
  ଅସ୍ତିତ୍ୱ ବ୍ୟକ୍ତ ଯେପରିକି ଆମ ଶରୀର ଏବଂ ଅବ୍ୟକ୍ତ ଅର୍ଥାତ୍‌ ଆତ୍ମା(ସ୍ୱ)ର ସମନ୍ୱୟ ଅଟେ । ଆମେ ଅସ୍ତିତ୍ୱକୁ ବ୍ୟକ୍ତ ମାଧ୍ୟମରେ କିମ୍ବା ଅବ୍ୟକ୍ତ ମାଧ୍ୟମରେ ଅନୁଭବ କରୁ । ଆମେ ବ୍ୟକ୍ତ ସହିତ ପରିଚିତ ଯେଉଁଠାରେ ଆମେ ଲୋକ , ପରିସ୍ଥିତି ଏବଂ ଜିନିଷ ମଧ୍ୟରେ ପାର୍ଥକ୍ୟ କରୁ କାରଣ ଆମର ଇନ୍ଦ୍ରିୟଗୁଡିକ କେବଳ ବ୍ୟକ୍ତକୁ ଅନୁଭବ କରିବାରେ ସକ୍ଷମ । ବ୍ୟକ୍ତ ପଛରେ ଥିବା ଅବ୍ୟକ୍ତକୁ ଆମେ କ୍ୱଚିତ୍‌ ଚିହ୍ନିପାରୁ କାରଣ ଏହା ଇନ୍ଦ୍ରିୟଗୁଡିକୁ ଅତିକ୍ରମ କରିବାକୁ ଆବଶ୍ୟକ କରେ ।           ଉଦାହରଣ ସ୍ୱରୂପ , ଯେତେବେଳେ ଆମେ ଜଣେ ବ୍ୟକ୍ତିଙ୍କୁ ଦେଖୁ , ପ୍ରଥମ କଥା ଆମେ ଦେଖୁ ସେ ପୁରୁଷ ଅଟନ୍ତି ନା ମହିଳା । ତା’ ପରେ ଆମେ ଦେଖୁ ସେ କିପରି ପୋଷାକ ପିନ୍ଧିଛନ୍ତି , କେତେ ଭଲ ଆଚରଣ କରନ୍ତି ଏବଂ ସେ କେତେ ପ୍ରଭାବଶାଳୀ କିମ୍ବା ଧନୀ ଅଟନ୍ତି । ତା’ପରେ , ଆମେ ସେମାନଙ୍କ ସହିତ ଜଡିତ ଭଲ ଏବଂ ଖରାପ ସ୍ମୁତିଗୁଡିକୁ ମନେ ପକାଉ । ଆମର ଆଚରଣ ଏହି ନିର୍ଣ୍ଣୟ ଉପରେ ନିର୍ଭର କରେ ଯାହା ଆମେ ଏହି ବିଭାଜନର ଆଧାର ଉପରେ କରିଥାଉ ।           ଏହି ସମ୍ପର୍କରେ ଶ୍ରୀକୃଷ୍ଣ କହିଛନ୍ତି ଯେ “ସର୍ବବ୍ୟପୀ ଅନନ୍ତ ଚେତନାରେ ଅର୍ଥାତ୍‌ ପରବ୍ରହ୍ମ ପରମାତ୍ମାରେ ଏକୀ କୃତ ଭାବରେ ସ୍ଥିତିରୂପକ ଯୋଗରେ ଯୁକ୍ତ ଆତ୍ମାବା...

119. ସଚେତନତା ଏବଂ କରୁଣାର ସମନ୍ୱୟ

Image
            ସମତ୍ୱ ପ୍ରତ୍ୟେକ ଜ୍ଞାନୀଜନଙ୍କ ଉପଦେଶର ସାର ଅଟେ , ଯିଏ କେବେ ଏହି ପୃଥିବୀ ପୃଷ୍ଠକୁ ଆସିଥିଲେ । ତାଙ୍କର ଶବ୍ଦ , ଭାଷା ଏବଂ ପଦ୍ଧତି ଭିନ୍ନ ହୋଇପାରେ କିନ୍ତୁ ସନ୍ଦେଶ ସମତ୍ୱ ହାସଲ କରିବା ପାଇଁ ଅଟେ । ଏହା ବିପରୀତରେ ଯେକୌଣସି ଉପଦେଶ ବା ଅଭ୍ୟାସ ଠିକ୍‌ ନୁହେଁ ।             ମନ ପ୍ରସଙ୍ଗରେ , ଏହା ଗୋଟିଏ ପଟେ ଇନ୍ଦ୍ରିୟ ଏବଂ ଅନ୍ୟ ପଟେ ବୁଦ୍ଧି ମଧ୍ୟରେ ସନ୍ତୁଳନ ଅଟେ । ଯଦି କେହି ଇନ୍ଦ୍ରିୟ ଆଡ଼କୁ ଯାଏ , ତେବେ ସେ ସମ୍ପୂର୍ଣ୍ଣ ବାସନାର ଇଚ୍ଛାରେ ବୁଡିଯାଏ । ଯେତେବେଳେ ବୁଦ୍ଧି ପ୍ରାଧାନ୍ୟ ବିସ୍ତାର କରେ , ଜଣେ ବ୍ୟକ୍ତିସଚେତନତା ପ୍ରାପ୍ତ କରେ , କିନ୍ତୁ ଯେବେ କରୁଣାର ଅଭାବ ହୁଏ ସେ ଅନ୍ୟକୁ ନିମ୍ନ ଦୃଷ୍ଟିରେ ଦେଖେ । ତେଣୁ ଶ୍ରୀକୃଷ୍ଣ କହିଛନ୍ତି ଯେ ସର୍ବୋତ୍ତମ ଯୋଗୀ ହେଉଛି ସେ ଯିଏ ଦୁଃଖ କିମ୍ବା ସୁଖରେ ଅନ୍ୟମାନଙ୍କ ପାଇଁ ସମାନ ଅନୁଭବ କରେ ଯେମିତି ସେ ନିଜ ପାଇଁ କରେ (6.32) । ଏହା ସଚେତନତା ଏବଂ କରୁଣାର ଏକ ସମନ୍ୱୟ ।             ଶ୍ରୀକୃଷ୍ଣ ଆମକୁ ସୁନା ଓ ପଥର ଭଳି ଜିନିଷକୁ ଏକ ସମାନ ମାନିବାକୁ କୁହନ୍ତି । ଗୋଟିଏ ଗାଇ , ହାତୀ ଏବଂ କୁକୁରକୁ ମଧ୍ୟ ସମାନ ମାନିବାକୁ କୁହନ୍ତି । ପରେ ସେ ଆମକୁ ବନ୍ଧୁ ଏବ...

118. ପରିବର୍ତ୍ତନ ହିଁ ସ୍ଥାୟୀ

Image
              ଜିନିଷଗୁଡିକର ଭୌତିକ ବା ପ୍ରକାଶିତ ଦୁନିଆରେ ପରିବର୍ତ୍ତନ ସ୍ଥାୟୀ ଏବଂ ଅବ୍ୟକ୍ତ କିମ୍ବା ଆତ୍ମା ଅପରିବର୍ତ୍ତନୀୟ ଅଟେ । ଏହି ଦୁଇଟି ମଧ୍ୟରେ ସାମଞ୍ଜସ୍ୟ ଆଣିବା ପାଇଁ ଏକ ତନ୍ତ୍ରର ଆବଶ୍ୟକତା ପଡ଼େ । ସାଙ୍କେତିକ ଭାବରେ , ଏହା ଏକ ସ୍ଥିର ଅକ୍ଷ ଏବଂ ଘୂର୍ଣ୍ଣନ ଚକ ମଧ୍ୟରେ ବଲ ବିୟରିଙ୍ଗ ତନ୍ତ୍ର ସଦୃଶ କିମ୍ବା ଇଞ୍ଜିନ ଏବଂ ଚକଠାରୁ ଦୁଇଟି ଭିନ୍ନ ଗତିକୁ ପରିଚାଳନା କରୁଥିବା ଗିଅରବକ୍ସ ସଦୃଶ ଅଟେ । ସେହିପରି ଏହା ଇନ୍ଦ୍ରିୟଗୁଡିକ ଚିତ୍ତ ଏବଂ ବୁଦ୍ଧିର ମିଳାମିଶା ଏକ ତନ୍ତ୍ର ଅଟେ ଯାହା ଅପରିପର୍ତ୍ତନୀୟ ଆତ୍ମା ଏବଂ ସର୍ବଦା ବଦଳୁଥିବା ବସ୍ତୁଗୁଡ଼ିକ ଦୁନିଆ ମଧ୍ୟରେ ଅଟେ । ଶ୍ରୀକୃଷ୍ଣ ଏକ ପଦାନୁକ୍ରମ ଦେଇଛନ୍ତି ଯେ ଇନ୍ଦ୍ରିୟଗୁଡିକ ଇନ୍ଦ୍ରିୟ ବିଷୟ ଠାରୁ ଶ୍ରେଷ୍ଠ , ମନ ଇନ୍ଦ୍ରିୟ ଠାରୁ ଶ୍ରେଷ୍ଠ ଏବଂ ବୁଦ୍ଧି ମନ ଠାରୁ ଶ୍ରେଷ୍ଠ ଅଟେ । ଆତ୍ମା ବୁଦ୍ଧି ଠାରୁ ଶ୍ରେଷ୍ଠ ଅଟେ (3.42) ।             ଇନ୍ଦ୍ରିୟଗୁଡିକର ଭୌତିକ ଅଂଶ ସ୍ୱୟଂଚାଳିତ ଭାବରେ ଭୌତିକ ଜଗତର ପରିବର୍ତ୍ତନ ଉପରେ ପ୍ରତିକ୍ରିୟା କରେ । ମନ ହେଉଛି ସ୍ମୃତିର ଏବଂ ଇନ୍ଦ୍ରିୟଗୁଡିକର ନିୟନ୍ତ୍ରଣ ଅଂଶର ଏକ ମିଶ୍ରଣ ଏବଂ ଆମକୁ ସୁରକ୍ଷିତ ରଖିବା ପାଇଁ ଇନ୍ଦ୍ରିୟଗୁଡିକର ଭୌତିକ ଅଂଶ ଦ୍ୱ...