114. ଅତି ସର୍ବତ୍ର ବର୍ଜୟେତ୍
ଶ୍ରୀକୃଷ୍ଣ ସୁନା , ପଥର ଏବଂ ମାଟିକୁ ସମାନ ଭାବରେ ବ୍ୟବହାର କରିବାକୁ କହିବା ପରେ (6.8) , ସେ ଆହୁରି ମଧ୍ୟ କହିଛନ୍ତି ଯେ “ସୁହୃଦ୍ , ମିତ୍ର , ବୈରୀ , ଉଦାସୀନ , ମଧ୍ୟସ୍ତ , ଦ୍ୱେଷ୍ୟ ଓ ବନ୍ଧୁଗଣଙ୍କ ଠାରେ , ଧର୍ମାତ୍ମାମାନଙ୍କ ଠାରେ ଏବଂ ପାପୀମାନଙ୍କ ଠାରେ ମଧ୍ୟ ସମାନ ଭାବ ରଖିଥିବା ପୁରୁଷ ଅତ୍ୟନ୍ତ ଶ୍ରେଷ୍ଠ ଅଟନ୍ତି”(6.9) । ଶ୍ରୀକୃଷ୍ଣ ଜିନିଷରୁ ଆରମ୍ଭ କରି ସେମାନଙ୍କୁ ସମାନ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ତା’ପରେ ସେ ଆମ ଜୀବନରେ ଲୋକଙ୍କ ଆଡ଼କୁ ଯାଆନ୍ତି ଏବଂ ଆମକୁ ମିତ୍ର ଏବଂ ଶତ୍ରୁ ଧାର୍ମିକ ଓ ଅଧାର୍ମିକ , ଅପରିଚିତ ବ୍ୟକ୍ତି ଏବଂ ସମ୍ପର୍କୀୟଙ୍କୁ ସମାନ ଭାବରେ ଦେଖିବା ପାଇଁ କୁହନ୍ତି । ଆମେ ଆମ ଆଖପାଖ ଲୋକଙ୍କୁ ଯେଉଁ ପ୍ରକାର ବର୍ଗୀକରଣ କରନ୍ତି , ତାଙ୍କ ପ୍ରତି ଆମର ବ୍ୟବହାର ସେହି ବର୍ଗୀକରଣ ଉପରେ ଆଧାରିତ ହୁଏ । କୌତୁହଳର ବିଷୟ , ଆମ ପାଇଁ ଜଣେ ବନ୍ଧୁ ଅନ୍ୟ ଜଣଙ୍କର ଶତ୍ରୁ ହୋଇପାରେ । ଆଜି ଜଣେ ବନ୍ଧୁ ଆସନ୍ତାକାଲି ଆମର ଶତ୍ରୁ ହୋଇପାରନ୍ତି , ଯାହା ଦର୍ଶାଏ ଯେ ଏହି ସମସ୍ତ ବିଭାଜନ ସ୍ଥିତିଜନ୍ୟ କିମ୍ବା ପକ୍ଷପାତ ଅଟେ । ତେଣୁ ଶ୍ରୀକୃଷ୍ଣ ଏହି ବିଭାଜନକୁ ପରିତ୍ୟାଗ କରି ସେମାନଙ୍କ ସହିତ ସମାନ ବ୍...