Posts

Showing posts from April, 2025

114. ଅତି ସର୍ବତ୍ର ବର୍ଜୟେତ୍‌

Image
              ଶ୍ରୀକୃଷ୍ଣ ସୁନା , ପଥର ଏବଂ ମାଟିକୁ ସମାନ ଭାବରେ ବ୍ୟବହାର କରିବାକୁ କହିବା ପରେ (6.8) , ସେ ଆହୁରି ମଧ୍ୟ କହିଛନ୍ତି ଯେ “ସୁହୃଦ୍‌ , ମିତ୍ର , ବୈରୀ , ଉଦାସୀନ , ମଧ୍ୟସ୍ତ , ଦ୍ୱେଷ୍ୟ ଓ ବନ୍ଧୁଗଣଙ୍କ ଠାରେ , ଧର୍ମାତ୍ମାମାନଙ୍କ ଠାରେ ଏବଂ ପାପୀମାନଙ୍କ ଠାରେ ମଧ୍ୟ ସମାନ ଭାବ ରଖିଥିବା ପୁରୁଷ ଅତ୍ୟନ୍ତ ଶ୍ରେଷ୍ଠ ଅଟନ୍ତି”(6.9) ।             ଶ୍ରୀକୃଷ୍ଣ ଜିନିଷରୁ ଆରମ୍ଭ କରି ସେମାନଙ୍କୁ ସମାନ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ତା’ପରେ ସେ ଆମ ଜୀବନରେ ଲୋକଙ୍କ ଆଡ଼କୁ ଯାଆନ୍ତି ଏବଂ ଆମକୁ ମିତ୍ର ଏବଂ ଶତ୍ରୁ ଧାର୍ମିକ ଓ ଅଧାର୍ମିକ , ଅପରିଚିତ ବ୍ୟକ୍ତି ଏବଂ ସମ୍ପର୍କୀୟଙ୍କୁ ସମାନ ଭାବରେ ଦେଖିବା ପାଇଁ କୁହନ୍ତି । ଆମେ ଆମ ଆଖପାଖ ଲୋକଙ୍କୁ ଯେଉଁ ପ୍ରକାର ବର୍ଗୀକରଣ କରନ୍ତି , ତାଙ୍କ ପ୍ରତି ଆମର ବ୍ୟବହାର ସେହି ବର୍ଗୀକରଣ ଉପରେ ଆଧାରିତ ହୁଏ । କୌତୁହଳର ବିଷୟ , ଆମ ପାଇଁ ଜଣେ ବନ୍ଧୁ ଅନ୍ୟ ଜଣଙ୍କର ଶତ୍ରୁ ହୋଇପାରେ । ଆଜି ଜଣେ ବନ୍ଧୁ ଆସନ୍ତାକାଲି ଆମର ଶତ୍ରୁ ହୋଇପାରନ୍ତି , ଯାହା ଦର୍ଶାଏ ଯେ ଏହି ସମସ୍ତ ବିଭାଜନ ସ୍ଥିତିଜନ୍ୟ କିମ୍ବା ପକ୍ଷପାତ ଅଟେ । ତେଣୁ ଶ୍ରୀକୃଷ୍ଣ ଏହି ବିଭାଜନକୁ ପରିତ୍ୟାଗ କରି ସେମାନଙ୍କ ସହିତ ସମାନ ବ୍...

113. ପରିସ୍ଥିତିଗୁଡିକ ଯଥାର୍ଥ ରୂପରେ ସ୍ୱୀକାର କର

Image
            ଶ୍ରୀକୃଷ୍ଣ କୁହନ୍ତି , “ ଯାହାଙ୍କ ଅନ୍ତଃକରଣଜ୍ଞାନ ଏବଂ ବିଜ୍ଞାନରେ ତୃପ୍ତ , ଯାହାଙ୍କ ସ୍ଥିତି ବିକାରଶୂନ୍ୟ , ଯାହାଙ୍କ ଇନ୍ଦ୍ରିୟମାନେ ସମ୍ପୂର୍ଣ୍ଣ ବଶୀଭୂତ ହୋଇ ଯାଇଛନ୍ତି ଏବଂ ଯାହାଙ୍କ ପାଇଁ ମାଟି , ପଥର ଏବଂ ସୁନା ସମାନ , ତାଙ୍କୁ ଯୁକ୍ତ ଅର୍ଥାତ୍‌ ଭଗବତ୍‌ପ୍ରାପ୍ତ ଯୋଗୀ ବୋଲି କୁହାଯାଏ”(6.8) ।             ଜ୍ଞାନ ହେଉଛି ନିଜ ବିଷୟରେ ସଚେତନତା ଏବଂ ଯେତେବେଳେ ଜଣେ ଏହାକୁ ପ୍ରାପ୍ତ କରେ , ସେ ସନ୍ତୁଷ୍ଟ ହୁଏ । ବିଜ୍ଞାନର ବ୍ୟାଖ୍ୟା ଜିନିଷ ଏବଂ ଲୋକଙ୍କ ବିଷୟରେ ଜିଜ୍ଞାସା ଭାବରେ କରାଯାଇ ପାରେ । ଏହି ସମସ୍ତ ଜିଜ୍ଞାସାର ସେମାନଙ୍କର ଉତ୍ତର ସହିତ ସଂଗ୍ରହ ଅନ୍ୟ କିଛି ନୁହେଁ , ବରଂ ସେହି ଜ୍ଞାନ ଯାହା ସର୍ବଦା ଅତୀତରେ ଘଟେ ଏବଂ ପୁସ୍ତକଗୁଡିକରେ ଉପଲବ୍ଧ । ଆଭ୍ୟନ୍ତରୀଣ ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଜ୍ଞାସା ସହାୟକ ହୁଏ କିନ୍ତୁ ଏହାର ସୀମା ଅଛି । ଏପରିକି ବିଜ୍ଞାନକୁ ମଧ୍ୟ ଏହାର ସୀମିତତାରେ ସନ୍ତୁଷ୍ଟ ହେବାକୁ ପଡେ ଯେମିତିକି ଅନିଶ୍ଚିତତାର ସିଦ୍ଧାନ୍ତ , କଣ ଏବଂ ତରଙ୍ଗମାନଙ୍କର ସମ୍ବନ୍ଧରେ ଦ୍ୱୈତ ଇତ୍ୟାଦି ।             ଅନ୍ୟପଟେ , ଯେବେ ଅବ୍ୟକ୍ତ ଅସ୍ତିତ୍ୱ ...

112. ଭିତର ଶତ୍ରୁ ଠାରୁ ସାବଧାନ

Image
            ଶ୍ରୀକୃଷ୍ଣ କହିଛନ୍ତି ଯେ ବ୍ୟକ୍ତି ନିଜକୁ ନିଜେ ଉଦ୍ଧାର କରେ ଏବଂ ନିଜକୁ ଅଧୋଗତିରେ ପକାଇବା ପାଇଁ ନିଜେ ଦାୟୀ ହୁଏ (6.5) । ଶ୍ରୀକୃଷ୍ଣ ଏହି ଦାୟିତ୍ୱକୁ ପୂରଣ କରିବା ପାଇଁ ଗୋଟିଏ ମାର୍ଗ ବିଷୟରେ ଉପଦେଶ ଦେଉଛନ୍ତି ଏବଂ କହୁଛନ୍ତି “ଯେଉଁ ଜୀବାତ୍ମା ଦ୍ୱାରା ମନ ଓ ଇନ୍ଦ୍ରିୟ ସହିତ ଶରୀରକୁ ଜୟ କରାଯାଇଛି , ସେହି ଜୀବାତ୍ମା ନିଜେ ହିଁ ନିଜର ମିତ୍ର ଏବଂ ଯାହାଦ୍ୱାରା ମନ , ଇନ୍ଦ୍ରିୟ ଓ ଶରୀରକୁ ଜୟ କରାଯାଇ ନାହିଁ , ସେ ନିଜେ ହିଁ ନିଜର ଶତ୍ରୁ ପରି ଆଚରଣ କରେ” (6.6) । ମୂଳ କଥା ହେଉଛି ନିଜ ଉପରେ ବିଜୟ ପ୍ରାପ୍ତ କରିବା । ଆତ୍ମା ଶବ୍ଦ ଏକ ଅସ୍ପଷ୍ଟ ନିର୍ମାଣରେ ବାରଥର ଶ୍ଳୋକ 6.5 ଏବଂ 6.6ରେ ପ୍ରକଟ ହୁଏ ଯାହାଦ୍ୱାରା ଅନେକ ବ୍ୟାଖ୍ୟାର ସମ୍ଭାବନା ଥାଏ । କିନ୍ତୁ ଜଣେ ସାଧକଙ୍କ ପାଇଁ , ପର ଶ୍ଳୋକରେ ନିର୍ଦ୍ଧାରିତ ସନ୍ଦର୍ଭ ନିଜ ଉପରେ ବିଜୟ ପ୍ରାପ୍ତ କରିବାର ମୂଳ ବିଷୟରେ ସ୍ପଷ୍ଟତା ପ୍ରଦାନ କରିବ ।             ଶ୍ରୀକୃଷ୍ଣ କହିଛନ୍ତି , “ ଶୀତ-ଉଷ୍ଣ ଓ ସୁଖ-ଦୁଃଖରେ ତଥା ମାନ-ଅପମାନରେ ଯାହାଙ୍କ ଅନ୍ତଃକରଣର ବୃତ୍ତିଗୁଡିକ ସମ୍ପୂର୍ଣ୍ଣ ଶାନ୍ତ ରହନ୍ତି , ସେପରି ସ୍ୱାଧୀନ-ଆତ୍ମାବିଶିଷ୍ଟ ପୁରୁଷଙ୍କ ଜ୍ଞାନରେ ପରମାତ୍ମା ସମ୍ୟକ ରୂପେ ଅବସ୍ଥାନ କରନ୍ତି ଅର୍...