Posts

Showing posts from October, 2025

134. ନିଜ ସହିତ ପ୍ରତିଯୋଗିତା

Image
  ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ ଚାରି ପ୍ରକାରର ଭକ୍ତ ତାଙ୍କୁ ପୂଜା କରନ୍ତି ; ସେମାନଙ୍କ ମଧ୍ୟରୁ କିଛି ଅସୁବିଧାକୁ ଦୂର କରିବା ପାଇଁ (ଆର୍ତ୍ତ) , କିଛି ସଫଳତା ପ୍ରାପ୍ତ କରିବା ପାଇଁ (ଅର୍ଥାର୍ଥୀ) , ଜ୍ଞାନ ଆହରଣ କରିବା ପାଇଁ (ଜିଜ୍ଞାସୁ) ଏବଂ ଜ୍ଞାନୀ (7.16) । ସେ ଜ୍ଞାନୀଙ୍କ ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି “ସେମାନଙ୍କ ମଧ୍ୟରୁ ମୋ’ଠାରେ ନିତ୍ୟ ଏକନିଷ୍ଠ ଏବଂ ଅନନ୍ୟ ପ୍ରେମଭକ୍ତି ରଖିଥିବା ଜ୍ଞାନୀଭକ୍ତ ଅତ୍ୟନ୍ତ ଉତ୍ତମ ଅଟନ୍ତି ; କାରଣ ମୋତେ ତତ୍ତ୍ୱତଃ ଜାଣିଥିବା ଜ୍ଞାନୀଙ୍କର ମୁଁ ଅତ୍ୟନ୍ତ ପ୍ରିୟ ଏବଂ ସେହି ଜ୍ଞାନୀ ମୋର ଅତ୍ୟନ୍ତ ପ୍ରିୟ” (7.17) । ସେ କୁହନ୍ତି ଯେ ଅନେକ ଜନ୍ମରେ ତତ୍ତ୍ୱ ଜ୍ଞାନ ହାସଲ କରିବା ପରେ ଜ୍ଞାନୀ ବ୍ୟକ୍ତି ଶେଷରେ ମୋ ପାଖରେ ପହଞ୍ଚେ (7.19) ।             ଅନେକ ‘ଜନ୍ମ’ ସାଧାରଣତଃ ଏହି ଅର୍ଥରେ ବ୍ୟାଖ୍ୟା କରାଯାଇଥାଏ ଯେ ଆମକୁ ଜ୍ଞାନୀ ହେବା ପାଇଁ ଅନେକ ଜୀବନ ଦେଇ ଗତି କରିବାକୁ ପଡିବ , ଯଦିଓ ଏହାର କୌଣସି କାରଣ ନାହିଁ । ସାଧାରଣ ବୁଝାମଣା ଅନୁଯାୟୀ ‘ଜନ୍ମ’ ଆମ ଶାରୀରିକ ଗଠନ ଭାବରେ ବ୍ୟାଖ୍ୟା କରାଯାଏ , କିନ୍ତୁ ଜନ୍ମର ଅର୍ଥ ଅନ୍ୟ ଭାବରେ ଗ୍ରହଣ କଲେ ସ୍ୱଚ୍ଛତା ଆସିବ । ଏହା ଆମର ଚାରିପାଖରେ ଏକ ସ୍ଥିତି କିମ୍ବା ପରିସ୍ଥିତିର ‘ଜନ୍ମ’ ହୋଇପାରେ ଯାହା ଏକ ନିରନ୍ତର ପ୍ରକ୍ରିୟା । ଏଗୁଡ଼ି...

133. ଶ୍ରଦ୍ଧା ହେଉଛି ଶକ୍ତି

Image
  ଅସ୍ତିତ୍ୱ ବ୍ୟକ୍ତ ଏବଂ ଅବ୍ୟକ୍ତର ସାମଞ୍ଜସ୍ୟ ଅଟେ ଯେଉଁଠାରେ ମନୁଷ୍ୟ ବ୍ୟକ୍ତ ଏବଂ ପରମାତ୍ମା ଅବ୍ୟକ୍ତ ଅଟେ । ମୌଳିକ ସ୍ତରରେ ପାରସ୍ପାରିକ ବ୍ୟବହାର ପରମାତ୍ମାର ଅନାଦର ସହିତ ମନୁଷ୍ୟ ଏବଂ ମନୁଷ୍ୟ ମଧ୍ୟରେ ହୋଇଥାଏ । ଶ୍ରୀକୃଷ୍ଣ ଏହାକୁ ଅସୁରର ମାର୍ଗ ବୋଲି କହନ୍ତି (7.15) । ପରବର୍ତ୍ତୀ ସ୍ତରର ଆଚରଣ ମନୁଷ୍ୟ ଏବଂ ପରମାତ୍ମା ମଧ୍ୟରେ ହୋଇଥାଏ । ଏହି ସଂକ୍ରମଣ ସେତେବେଳେ ପ୍ରାରମ୍ଭ ହୁଏ ଯେତେବେଳେ କେହି ମୃଗତୃଷ୍ଣାର ଅନୁସରଣ କରି ଥକିଯାଏ କିମ୍ବା ନିଜର ଦୁର୍ଗତିରୁ ବିବ୍ରତ ହୋଇଥାଏ ।             ଶ୍ରୀକୃଷ୍ଣ କହିଛନ୍ତି ଯେ ମଣିଷ ଏବଂ ଭଗବାନଙ୍କ ମଧ୍ୟରେଏହି ବ୍ୟବହାର ବା ଉପାସନା ଚାରି ପ୍ରକାରର । ପ୍ରଥମ ଶ୍ରେଣୀ ଉପାସକମାନେ ସେମାନଙ୍କର ଅସୁବିଧାକୁ ଦୂର କରିବାକୁ ଚେଷ୍ଟା କରନ୍ତି , ଦ୍ୱିତୀୟ ଶ୍ରେଣୀ ଉପାସକମାନେ ଧନ , ସଫଳତା କିମ୍ବା ମାନସିକ ଶାନ୍ତି ପାଇବାକୁ ଚେଷ୍ଟା କରନ୍ତି , ତୃତୀୟ ଶ୍ରେଣୀ ଉପାସକମାନେ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରନ୍ତି ଏବଂ ଚତୁର୍ଥ ଶ୍ରେଣୀ ହେଉଛି ଜ୍ଞାନୀ (7.16) ।             ସେ କହିଛନ୍ତି ଯେ ପ୍ରଥମ ତିନି ଉପାସକ , ଯେଉଁମାନେ ଜ୍ଞାନରୁ ବଞ୍ଚିତ , ସେମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ବିଭିନ୍ନ ଦେବତାମାନଙ୍କୁ ପୂଜା...

132. ଦୁର୍ଗତି ଦୁର୍ଗତିକୁ ହିଁ ଆଣେ

Image
  ଶ୍ରୀକୃଷ୍ଣ ତାଙ୍କର ଉଚ୍ଚ ପ୍ରକୃତି (ପରାପ୍ରକୃତି) ବର୍ଣ୍ଣନା କରିଥିଲେ ଯାହା ତିନୋଟି ଗୁଣ ବାହାରେ ଜୀବନତତ୍ତ୍ୱ ଅଟେ । ତାଙ୍କର ନିମ୍ନ ପ୍ରକୃତି (ଅପରା ପ୍ରକୃତି) ଆଠଟି ଉପାଦାନକୁ ନେଇ ଗଠିତ ; ଅଗ୍ନି , ପୃଥିବୀ , ଜଳ , ବାୟୁ , ଆକାଶ , ମନ , ବୁଦ୍ଧି ଏବଂ ଅହଂକାର ଯାହା ଗୁଣର ସମ୍ମୋହନ ଅଧୀନରେ ରହିଥାଏ । ଯେବେ କି ପରା ପ୍ରକୃତିକୁ ଅବ୍ୟକ୍ତ ରୂପରେ ସନ୍ଦର୍ଭିତ କରାଯାଏ ଯାହା ଶାଶ୍ୱତ , ଅବିନାଶୀ ଏବଂ ଅଥାହ ଅଟେ , ଅପରା ପ୍ରକୃତି ବ୍ୟକ୍ତ ହୋଇଥାଏ ଯାହାକି ଅନେକ ଦୃଷ୍ଟିକୋଣରୁ ସୀମିତ ଅଟେ ।             ସହଜ ବୁଝିବା ପାଇଁ , ମଣିଷକୁ ବ୍ୟକ୍ତ ଏବଂ ପରମାତ୍ମାଙ୍କୁ ଅବ୍ୟକ୍ତ ଭାବରେ ବିବେଚନା କରାଯାଇପାରେ ଯିଏ ଇନ୍ଦ୍ରିୟ ବାହାରେ । ପ୍ରଥମ ସ୍ତର ହେଉଛି ମଣିଷ ଏବଂ ମଣିଷ ମଧ୍ୟରେ ପାରସ୍ପରିକ ବ୍ୟବହାର ଯାହା ବ୍ୟକ୍ତ ସହିତ ଆମର ପରିଚୟର ଫଳାଫଳ । ପରବର୍ତ୍ତୀ ସ୍ତର ହେଉଛି ମଣିଷ ଏବଂ ପରମାତ୍ମାଙ୍କ ମଧ୍ୟରେ । ମଣିଷ-ମଣିଷ ସ୍ତରରେ , ଜିନିଷ ଏବଂ ସମ୍ବଳ ଏକ ପୋଖରୀରେ ଜଳ ପରି ସୀମିତ ଥିବାବେଳେ ପରମାତ୍ମା ସ୍ତରରେ ଏହା ସମୁଦ୍ର ପରି ଅସୀମିତ ।             ଯେଉଁ ମନ ବିଭାଜନ କରିବା ପାଇଁ ପ୍ରଶିକ୍ଷିତ ହୁଏ ତାହା ଭୌତିକ ସମ୍ପତ୍ତି , ଶକ୍ତି ଏବଂ ପଦପଦବୀ ସନ୍ଦର୍ଭରେ ଆମ ପ...

131. ଭ୍ରମକୁ ଅତିକ୍ରମ କରିବା

Image
              ଶ୍ରୀକୃଷ୍ଣ ତିନୋଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ପ୍ରକୃତି ଜନିତ ଏବଂ ଆମେ ସମସ୍ତେ ତାଙ୍କ ଦ୍ୱାରା ଭିନ୍ନ ଭିନ୍ନ କର୍ମକୁ ଭିନ୍ନ ଭିନ୍ନ ଉପାୟରେ କରିବା ପାଇଁ ବାଧ୍ୟ ଅଟୁ (3.5) । ବାସ୍ତବରେ , ସମସ୍ତ କର୍ମଗୁଡିକ ଗୁଣ ଦ୍ୱାରା କରାଯାଏ (3.27) ଏବଂ ଏହି କର୍ମଗୁଡିକ ଗୁଣ ମଧ୍ୟରେ ପାରସ୍ପରିକ କ୍ରିୟା ବ୍ୟତୀତ ଆଉ କିଛି ନୁହେଁ । ସତ୍ୱଗୁଣ ଜ୍ଞାନ ସହିତ ସଂଲଗ୍ନ ; ରଜୋ ଗୁଣ ହେଉଛି କର୍ମ ସହିତ ସଂଲଗ୍ନ ଏବଂ ତମୋ ଗୁଣ ଅଜ୍ଞତା ଏବଂ ଅଳସୁଆତାକୁ ନେଇଥାଏ । ଏହି ବିଷୟରେ , ଶ୍ରୀକୃଷ୍ଣ ଆହୁରି ମଧ୍ୟ କୁହନ୍ତି , “ ଆହୁରି ମଧ୍ୟ ସତ୍ତ୍ୱଗୁଣରୁ ଜାତ ଯେଉଁ ସବୁ ଭାବ ରହିଛି ଏବଂ ରଜୋଗୁଣରୁ ତଥା ତମୋଗୁଣରୁ ଜାତ ଯେଉଁସବୁ ଭାବ ରହିଛି , ସେସବୁ ମୋ’ଠାରୁ ହିଁ ଉତ୍ପନ୍ନ ବୋଲି ଜାଣ ; ଯଦିଓ ସେମାନେ ମୋ ଭିତରେ ଅଛନ୍ତି ମୁଁ ସେମାନଙ୍କ ଭିତରେ ନାହିଁ”(7.12) ।             ଏହି ପରସ୍ପର ବିରୋଧୀ ଶ୍ଳୋକକୁ ମେଘ ଏବଂ ଆକାଶର ଏକ ଦୃଷ୍ଟାନ୍ତ ସହିତ ବୁଝିହେବ , ଯେଉଁଠାରେ ମେଘ ଆକାଶରେ ଅଛି କିନ୍ତୁ ଆକାଶ ମେଘରେ ନାହିଁ ଏବଂ ଆକାଶ ବିନା ମେଘ ବିଦ୍ୟମାନ ହୋଇପାରିବ ନାହିଁ । ଏହା ସମୁଦ୍ରର ଲହର ପରି ଯେଉଁଠାରେ ଲହର ସମୁଦ୍ରରେ ଅଛି କିନ୍ତୁ ସମୁଦ୍ର ଲହର ବିନା ମଧ୍ୟ ରହିପ...

130. ଅଜ୍ଞାତକୁ ଜାଣିବା

Image
              ଶ୍ରୀକୃଷ୍ଣ ତାଙ୍କର ପରମ ପ୍ରକୃତିକୁ ‘ଜୀବନ ତତ୍ତ୍ୱ’ ଭାବରେ ବର୍ଣ୍ଣନା କରନ୍ତି ଯାହାକି ବ୍ରହ୍ମାଣ୍ଡକୁ ସମର୍ଥନ କରେ (7.5) ଏବଂ ସୂତ୍ରର ଉଦାହରଣ ଦିଅନ୍ତି ଯାହା ଏକ ସୁନ୍ଦର ଅଳଙ୍କାର ତିଆରି କରିବା ପାଇଁ ରତ୍ନଗୁଡ଼ିକୁ ଯୋଡି ରଖିଥାଏ (7.7) । ସେ ଏହାର ଅନ୍ୟ କିଛି ଉଦାହରଣ ଦିଅନ୍ତି ଯାହା ଦ୍ୱାରା ଭିନ୍ନ ଭିନ୍ନ ବ୍ୟାଖ୍ୟାର ସମ୍ଭାବନା ଅଟେ ।             ଜୀବନତତ୍ତ୍ୱକୁ ବର୍ଣ୍ଣନା କରି ଶ୍ରୀକୃଷ୍ଣ କହିଥିଲେ “କୌଣସି ଜଣେ ମହାପୁରୁଷ ହିଁ ଏହି ଆତ୍ମାକୁ ଆଶ୍ଚର୍ଯ୍ୟପରି ଦେଖନ୍ତି ଏବଂ ସେହିପରି ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟପରି ବର୍ଣ୍ଣନା କରନ୍ତି ତଥା ଅନ୍ୟ କେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ” (2.29) । ‘କେହି ନୁହେଁ’ ସେହି ବ୍ୟକ୍ତି ପାଇଁ ଯିଏ ଇନ୍ଦ୍ରିୟର ମାଧ୍ୟମରେ ଏହି ଜୀବନ ତତ୍ତ୍ୱକୁ ବୁଝିବା ପାଇଁ ଚେଷ୍ଟା କରୁଛି ଯେବେ କି ଜୀବନ ତତ୍ତ୍ୱ ଇନ୍ଦ୍ରିୟମାନଙ୍କଠାରୁ ବାହାରେ । ନିମ୍ନଲିଖିତ ଶ୍ଳୋକଗୁଡିକୁ ବୁଝିବା ପାଇଁ ଏହି ତଥ୍ୟକୁ ମନେ ରଖିବା ଆବଶ୍ୟକ , ଯେଉଁଠାରେ ସେ ଜୀବନ ତତ୍ତ୍ୱର ବର୍ଣ୍ଣନା କରନ୍ତି ।      ...