134. ନିଜ ସହିତ ପ୍ରତିଯୋଗିତା
ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ ଚାରି ପ୍ରକାରର ଭକ୍ତ ତାଙ୍କୁ ପୂଜା କରନ୍ତି ; ସେମାନଙ୍କ ମଧ୍ୟରୁ କିଛି ଅସୁବିଧାକୁ ଦୂର କରିବା ପାଇଁ (ଆର୍ତ୍ତ) , କିଛି ସଫଳତା ପ୍ରାପ୍ତ କରିବା ପାଇଁ (ଅର୍ଥାର୍ଥୀ) , ଜ୍ଞାନ ଆହରଣ କରିବା ପାଇଁ (ଜିଜ୍ଞାସୁ) ଏବଂ ଜ୍ଞାନୀ (7.16) । ସେ ଜ୍ଞାନୀଙ୍କ ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି “ସେମାନଙ୍କ ମଧ୍ୟରୁ ମୋ’ଠାରେ ନିତ୍ୟ ଏକନିଷ୍ଠ ଏବଂ ଅନନ୍ୟ ପ୍ରେମଭକ୍ତି ରଖିଥିବା ଜ୍ଞାନୀଭକ୍ତ ଅତ୍ୟନ୍ତ ଉତ୍ତମ ଅଟନ୍ତି ; କାରଣ ମୋତେ ତତ୍ତ୍ୱତଃ ଜାଣିଥିବା ଜ୍ଞାନୀଙ୍କର ମୁଁ ଅତ୍ୟନ୍ତ ପ୍ରିୟ ଏବଂ ସେହି ଜ୍ଞାନୀ ମୋର ଅତ୍ୟନ୍ତ ପ୍ରିୟ” (7.17) । ସେ କୁହନ୍ତି ଯେ ଅନେକ ଜନ୍ମରେ ତତ୍ତ୍ୱ ଜ୍ଞାନ ହାସଲ କରିବା ପରେ ଜ୍ଞାନୀ ବ୍ୟକ୍ତି ଶେଷରେ ମୋ ପାଖରେ ପହଞ୍ଚେ (7.19) । ଅନେକ ‘ଜନ୍ମ’ ସାଧାରଣତଃ ଏହି ଅର୍ଥରେ ବ୍ୟାଖ୍ୟା କରାଯାଇଥାଏ ଯେ ଆମକୁ ଜ୍ଞାନୀ ହେବା ପାଇଁ ଅନେକ ଜୀବନ ଦେଇ ଗତି କରିବାକୁ ପଡିବ , ଯଦିଓ ଏହାର କୌଣସି କାରଣ ନାହିଁ । ସାଧାରଣ ବୁଝାମଣା ଅନୁଯାୟୀ ‘ଜନ୍ମ’ ଆମ ଶାରୀରିକ ଗଠନ ଭାବରେ ବ୍ୟାଖ୍ୟା କରାଯାଏ , କିନ୍ତୁ ଜନ୍ମର ଅର୍ଥ ଅନ୍ୟ ଭାବରେ ଗ୍ରହଣ କଲେ ସ୍ୱଚ୍ଛତା ଆସିବ । ଏହା ଆମର ଚାରିପାଖରେ ଏକ ସ୍ଥିତି କିମ୍ବା ପରିସ୍ଥିତିର ‘ଜନ୍ମ’ ହୋଇପାରେ ଯାହା ଏକ ନିରନ୍ତର ପ୍ରକ୍ରିୟା । ଏଗୁଡ଼ି...