19. ସୃଜନଶୀଳତା ସୃଜନ କରେ
ଶ୍ରୀକୃଷ୍ଣ କହିଛନ୍ତି ଯେ ସତ୍ୟ ଯାହା ବାସ୍ତବତା ଏବଂ ସ୍ଥାୟୀତ୍ୱ , କଦାପି ଶେଷ ହୁଏ ନାହିଁ । ଅସତ୍ୟ ହେଉଛି ଭ୍ରମ ଏବଂ ଅସ୍ଥାୟୀ , ଯାହାର କୌଣସି ଅସ୍ତିତ୍ୱ ନାହିଁ । ଶ୍ରୀକୃଷ୍ଣ ଆମକୁ ତାହା ଉପରେ ଚିନ୍ତନ କରିବା ପାଇଁ କହୁଛନ୍ତି ଯିଏ ଅବିନାଶୀ ଅଟେ ଏବଂ ଯିଏ ସବୁଠାରେ ବ୍ୟାପ୍ତ ଅଟେ (2.17) । ସୃଷ୍ଟିର ବିଷୟରେ ଲୋକପ୍ରିୟ ଏବଂ ସହଜରେ ବୁଝିବା ଏହା ଯେ ଏହା ସୃଷ୍ଟିକର୍ତ୍ତାର କାମ ଅଟେ । କିନ୍ତୁ ଶ୍ରୀକୃଷ୍ଣ ଏହାକୁ ସୃଜନଶୀଳତା ଆଡ଼କୁ ସଙ୍କେତ କରୁଛନ୍ତି ଯାହାକି ଏକ ନିରନ୍ତର ବିକାଶଶୀଳ ଶକ୍ତି ଅଟେ। ଉଦାହରଣ ସ୍ୱରୂପ ଏହା ମଞ୍ଜିରୁ ଅଙ୍କୁରିତ ହେବାର କାରଣ । ବିହନ ଏବଂ ମଂଜି (ଉଭୟ ସୃଷ୍ଟି) ନଷ୍ଟ ହୋଇପାରେ , କିନ୍ତୁ ସୃଜନଶୀଳତା ନୁହେଁ , ଯାହା ନିରନ୍ତର ଭାବରେ କାର୍ଯ୍ୟ କରେ ଏବଂ ଚାରିଆଡେ ବ୍ୟାପିଥାଏ । ସୃଷ୍ଟି ସମୟ ସହିତ ବନ୍ଧା ହୋଇଥିବାବେଳେ ସୃଜନଶୀଳତା ସମୟ ବାହାରେ । ସୃଷ୍ଟି ଜନ୍ମ ନେଇଥାଏ ଏବଂ ମୃତ୍ୟୁ ପରେ ଶେଷ ହୁଏ , ଯେତେବେଳେ ସୃଜନଶୀଳତା ଅବିନାଶୀ ଅଟେ । ସୃଜନଶୀଳତା ହେଉଛି ପ୍ରକୃତରେ କର୍ତ୍ତା , କାରଣ ଏହା ସୃଷ୍ଟିର ରଚନା କରେ । ଏହା ଅନୁଭୂତି ଏବଂ ଭାବନା...