Posts

Showing posts from September, 2023

19. ସୃଜନଶୀଳତା ସୃଜନ କରେ

Image
                        ଶ୍ରୀକୃଷ୍ଣ କହିଛନ୍ତି ଯେ ସତ୍ୟ ଯାହା ବାସ୍ତବତା ଏବଂ ସ୍ଥାୟୀତ୍ୱ , କଦାପି ଶେଷ ହୁଏ ନାହିଁ । ଅସତ୍ୟ ହେଉଛି ଭ୍ରମ ଏବଂ ଅସ୍ଥାୟୀ , ଯାହାର କୌଣସି ଅସ୍ତିତ୍ୱ ନାହିଁ । ଶ୍ରୀକୃଷ୍ଣ ଆମକୁ ତାହା ଉପରେ ଚିନ୍ତନ କରିବା ପାଇଁ କହୁଛନ୍ତି ଯିଏ ଅବିନାଶୀ ଅଟେ ଏବଂ ଯିଏ ସବୁଠାରେ ବ୍ୟାପ୍ତ ଅଟେ (2.17) ।           ସୃଷ୍ଟିର ବିଷୟରେ ଲୋକପ୍ରିୟ ଏବଂ ସହଜରେ ବୁଝିବା ଏହା ଯେ ଏହା ସୃଷ୍ଟିକର୍ତ୍ତାର କାମ ଅଟେ । କିନ୍ତୁ ଶ୍ରୀକୃଷ୍ଣ ଏହାକୁ ସୃଜନଶୀଳତା ଆଡ଼କୁ ସଙ୍କେତ କରୁଛନ୍ତି ଯାହାକି ଏକ ନିରନ୍ତର ବିକାଶଶୀଳ ଶକ୍ତି ଅଟେ। ଉଦାହରଣ ସ୍ୱରୂପ ଏହା ମଞ୍ଜିରୁ ଅଙ୍କୁରିତ ହେବାର କାରଣ । ବିହନ ଏବଂ ମଂଜି (ଉଭୟ ସୃଷ୍ଟି) ନଷ୍ଟ ହୋଇପାରେ , କିନ୍ତୁ ସୃଜନଶୀଳତା ନୁହେଁ , ଯାହା ନିରନ୍ତର ଭାବରେ କାର୍ଯ୍ୟ କରେ ଏବଂ ଚାରିଆଡେ ବ୍ୟାପିଥାଏ । ସୃଷ୍ଟି ସମୟ ସହିତ ବନ୍ଧା ହୋଇଥିବାବେଳେ ସୃଜନଶୀଳତା ସମୟ ବାହାରେ । ସୃଷ୍ଟି ଜନ୍ମ ନେଇଥାଏ ଏବଂ ମୃତ୍ୟୁ ପରେ ଶେଷ ହୁଏ , ଯେତେବେଳେ ସୃଜନଶୀଳତା ଅବିନାଶୀ ଅଟେ ।           ସୃଜନଶୀଳତା ହେଉଛି ପ୍ରକୃତରେ କର୍ତ୍ତା , କାରଣ ଏହା ସୃଷ୍ଟିର ରଚନା କରେ । ଏହା ଅନୁଭୂତି ଏବଂ ଭାବନା...

18. “ସତ୍‌’ ଏବଂ “ଅସତ୍‌’

Image
               ଶ୍ରୀକୃଷ୍ଣ କହିଛନ୍ତି ଯେ ସତ୍ୟ ଯାହା ବାସ୍ତବିକତା ଏବଂ ସ୍ଥାୟିତ୍ୱ , କଦାପି ଶେଷ ହୁଏ ନାହିଁ । ଅସତ୍ୟ ଯାହା ଭ୍ରମ ଏବଂ ଅସ୍ଥାୟୀ ଅଟେ , ଏହାର କୌଣସି ଅସ୍ତିତ୍ୱ ନାହିଁ । ଜ୍ଞାନୀମାନେ ହେଉଛନ୍ତି ସେମାନେ ଯିଏ ଦୁଇଟି ମଧ୍ୟରେ ପାର୍ଥକ୍ୟ କରିପାରନ୍ତି (2.16) ।           ସତ୍ୟ ଏବଂ ଅସତ୍ୟର ଜଟିଳତାକୁ ବୁଝିବା ପାଇଁ ଅନେକ ସଂସ୍କୃତିରେ ଦଉଡ଼ି ଏବଂ ସାପର କାହାଣୀ ଅନେକ ସମୟରେ ଉଲ୍ଲେଖ କରାଯାଇଥାଏ । ଜଣେ ବ୍ୟକ୍ତି ସନ୍ଧ୍ୟାରେ ଘରକୁ ଫେରି ତାଙ୍କ ଘରର ପ୍ରବେଶ ପଥରେ ଏକ ସାପ କୁଣ୍ଡଳୀ ମାରି ବସିବାର ଦେଖିଲେ । କିନ୍ତୁ ଏହା ବାସ୍ତବରେ ପିଲାମାନଙ୍କ ଦ୍ୱାରା ଛାଡି ଦିଆଯାଇଥିବା ଏକ ଦଉଡି ଥିଲା , ଯାହା ଅନ୍ଧକାରରେ ସାପ ପରି ଦେଖାଯାଉଥିଲା । ଏଠାରେ ଦଉଡି ହେଉଛି ସତ୍ୟର ପ୍ରତୀକ ଏବଂ ସାପ ହେଉଛି ଅସତ୍ୟର ପ୍ରତୀକ । ଯେପର୍ଯ୍ୟନ୍ତ ସେ ସତ୍ୟ ଅର୍ଥାତ୍‌ ଦଉଡି ହୃଦୟଙ୍ଗମ ନକରନ୍ତି , ସେ ଅସତ୍ୟ ଅର୍ଥାତ୍‌ କଳ୍ପିତ ସାପର ମୁକାବିଲା ପାଇଁ ଅନେକ କୌଶଳ ଆପଣେଇ ପାରିବେ । ସେ ବାଡ଼ିରେ ତାକୁ ଆକ୍ରମଣ କରିପାରେ କିମ୍ବା ପଳାଇପାରେ କିମ୍ବା ତା’ର ସତ୍ୟତା ପରୀକ୍ଷା କରିବା ପାଇଁ ଏକ ମଶାଲ/ଦୀପ ଜଳାଇପାରେ । ଆମର ଅନୁମାନ ଅସତ୍ୟ ହେଲେ ସର୍ବୋତ୍ତମ ରଣନୀତି ଏବଂ କୌଶଳ ବ୍ୟର୍ଥ ହୁଏ ।   ...

17. ଚାରି ପ୍ରକାରର “ଭକ୍ତ’

Image
  ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଚାରି ପ୍ରକାରର ଭକ୍ତ ଅଛନ୍ତି ।           ପ୍ରଥମ ଭକ୍ତ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ଦୁଃଖ ଠାରୁ ବାହାରକୁ ଆସିବାକୁ ଚାହାଁନ୍ତି । ଦ୍ୱିତୀୟ ପ୍ରକାର ଭକ୍ତ ଭୌତିକ ସଂପଦ ଏବଂ ସାଂସାରିକ ଭୋଗର ଇଚ୍ଛା କରିଥାଏ । ସଂସ୍କୃତି , ଲିଙ୍ଗ , ବିଶ୍ୱାସ ଇତ୍ୟାଦି ନିର୍ବିଶେଷ ଅଧିକାଂଶ ଭକ୍ତ ଏହି ଦୁଇଟି ଶ୍ରେଣୀରେ ଅନ୍ତର୍ଭୁକ୍ତ ।           ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ଦୁଇ ପ୍ରକାରର ଭକ୍ତ ବିଭିନ୍ନ ଦେବତାଙ୍କୁ ପ୍ରାର୍ଥନା ଓ ରୀତିନୀତି କରନ୍ତି । ଏହାକୁ ଏପରି ଭାବରେ ବୁଝିବାକୁ ହେବ ଯେ ଅସୁସ୍ଥତା ଉପରେ ଆଧାର କରି ସେ ଉପଯୁକ୍ତ ବିଶେଷଜ୍ଞ ଡାକ୍ତରଙ୍କ ନିକଟକୁ ଯାଆନ୍ତି । ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଶ୍ରଦ୍ଧା ଅନୁଯାୟୀ ଏହି ଭକ୍ତମାନଙ୍କ ଇଚ୍ଛା ପୂରଣ ହୁଏ । ସଂକ୍ଷେପରେ , ଏହା ସମର୍ପଣର ଏକ ରୂପ ।           ନିମ୍ନଲିଖିତ ଉଦାହରଣ ଶ୍ରଦ୍ଧାକୁ ବୁଝିବାରେ ସାହାଯ୍ୟ କରିବ । ଦୁଇଜଣ ଚାଷୀଙ୍କ କ୍ଷେତ ସଂଲଗ୍ନ । ସେମାନେ ଅନ୍ୟ ଚାଷୀଙ୍କ ପରି ନିଜ ଜମିକୁ ଜଳସେଚନ କରିବା ପାଇଁ କୂଅ ଖୋଳିବାକୁ ନିର୍ଣ୍ଣୟ ନେଇଛନ୍ତି । ପ୍ରଥମ କୃଷକ ଦିନେ କିମ୍ବା ଦୁଇ ଦିନ ଖୋଳନ୍ତି ଏବଂ ଯଦି ପାଣି ନ ଥାଏ , ତ...

16. ଗୁଣାତୀତ ହେବା

Image
  ଶ୍ରୀକୃଷ୍ଣ କହିଛନ୍ତି ଯେ କୌଣସି କର୍ମର କେହି କର୍ତ୍ତା ନଥାନ୍ତି । କର୍ମ ପ୍ରକୃତରେ ସତ୍ୱ , ରଜୋ ଏବଂ ତମୋ ଗୁଣ , ଯାହା ପ୍ରକୃତିର ଅଂଶ , ମଧ୍ୟରେ ପାରସ୍ପରିକ ପ୍ରକ୍ରିୟାର ଫଳାଫଳ ।           ଦୁଃଖରୁ ମୁକ୍ତି ପାଇବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଗୁଣଗୁଡିକୁ ଅତିକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଜୁନ ଜାଣିବାକୁ ଚାହାଁନ୍ତି ଯେ ଗୁଣାତୀତ କେମିତି ଅଟେ । ଯେତେବେଳେ ବ୍ୟକ୍ତି ଏହି ଅବସ୍ଥାକୁ ପ୍ରାପ୍ତ କରେ ସେ କେମିତି ବ୍ୟବହାର କରେ ।           ଆମେ ଗୀତାର ମୂଳଦୁଆ ବିଷୟରେ ଆଲୋଚନା କରିସାରିଛୁ , ଯେପରିକି ଦ୍ୱନ୍ଦ୍ୱାତୀତ , ଦ୍ରଷ୍ଟା ଏବଂ ସମତ୍ୱ । ଶ୍ରୀକୃଷ୍ଣ ସୂଚାଇ ଦେଇଛନ୍ତି ଯେ ଏହି ତିନୋଟିର ମିଶ୍ରଣ ହି ଗୁଣାତୀତ ଅଟେ ।           ଶ୍ରୀକୃଷ୍ଣଙ୍କ ଅନୁଯାୟୀ , ଜଣେ ବ୍ୟକ୍ତି ଯିଏ ଗୁଣାତୀତର ସ୍ଥିତି ହାସଲ କରିଛନ୍ତି ସେ ହୃଦୟଙ୍ଗମ କରନ୍ତି ଯେ ଗୁଣଗୁଡ଼ିକ ପାରସ୍ପରିକ ପ୍ରକ୍ରିୟା କରନ୍ତି ଏବଂ ସେଥିପାଇଁ ସେ ଜଣେ ସାକ୍ଷୀ ଅଟନ୍ତି । ସେ କୌଣସି ନିର୍ଦ୍ଧିଷ୍ଟ ଗୁଣ ପାଇଁ ଇଚ୍ଛା କରନ୍ତି ନାହିଁ କିମ୍ବା କୌଣସି ଅନ୍ୟ ଗୁଣର ବିରୋଧରେ ନୁହଁନ୍ତି ।           ଗୁଣାତୀ...

15. ସମତ୍ୱ

Image
  ସମତ୍ୱ ହେଉଛି ଗୀତାର ମୂଳଦୁଆ ଏବଂ ସେଥିପାଇଁ ଏହାକୁ ଗୀତାର ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି । ଭଗବାନ କୃଷ୍ଣ ବିଭିନ୍ନ ସ୍ଥାନରେ ସମତ୍ୱ ଭାବ , ସମତ୍ୱ ଦୃଷ୍ଟି ଏବଂ ସମତ୍ୱ ବୁଦ୍ଧିର ବିଶେଷତାକୁ ଆଲୋକିତ କରିଛନ୍ତି । ସମତ୍ୱ ବୁଝିବା ସହଜ କିନ୍ତୁ ହୃଦୟରେ ଗ୍ରହଣ କରିବା କଷ୍ଟକର । ଆମ ଭିତରେ ସମତ୍ୱର ପରିମାଣ ହେଉଛି ଆମ ଆଧ୍ୟାତ୍ମିକ ଯାତ୍ରାରେ ଆମର ଅଗ୍ରଗତିର ସୂଚକ ।           ଭୌତିକ କ୍ଷେତ୍ରରେ , ଅଧିକାଂଶ ସମାଜ ସମତ୍ୱକୁ ସମସ୍ତ ନାଗରିକଙ୍କ ପାଇଁ ଆଇନ ସମ୍ମୁଖରେ ସମାନତା ରୂପରେ ଗ୍ରହଣ କରେ । ସମତ୍ୱର ଅନେକ ଉଦାହରଣ ଦେଇ ଶ୍ରୀକୃଷ୍ଣ କହିଛନ୍ତି ଯେ ବିବେକଶୀଳ ବ୍ୟକ୍ତି ଶିକାର ଏବଂ ଶିକାରୀ ; ସୁଖ ଏବଂ ଦୁଃଖ ; ଲାଭ ଏବଂ କ୍ଷତି ଇତ୍ୟାଦିକୁ ସମାନ ଭାବରେ ବ୍ୟବହାର କରନ୍ତି ।           ମଣିଷମାନଙ୍କ ଅସୁବିଧା ହେଉଛି ଯେ ଆମେ ନିଜକୁ ସଂସ୍କୃତି , ଧର୍ମ , ଜାତି ଜାତୀୟତା ଭଳି କୃତ୍ରିମ ବିଭାଜନ ଆଧାରରେ ପରିଚିତ କରୁ । ଏହି ବିଭାଜନଗୁଡ଼ିକୁ ହଟାଇବା ଏବଂ ଦୁଇ ଭିନ୍ନ ଲୋକଙ୍କୁ ସମାନ ଭାବରେ ବ୍ୟବହାର କରିବାର କ୍ଷମତା ହେଉଛି ସମତ୍ୱ ପାଇଁ ପ୍ରଥମ ପଦକ୍ଷେପ । ପ୍ରଦର୍ଶିତ ଆଚରଣ ଅପେକ୍ଷା ଏହା ବହୁତ ଗମ୍ଭୀର ଅଟେ ।           ସମତ୍ୱର ...