142. ସମାପ୍ତ ହେବା ପୂର୍ବରୁ ପ୍ରାରମ୍ଭ କର
ଅର୍ଜୁନ ଜାଣିବାକୁ ଚାହୁଁଥିଲେ ଯେ ଯୁକ୍ତ ଚିତ୍ତ ରଖିଥିବା ପୁରୁଷଙ୍କର ଅନ୍ତ ସମୟରେ ଆପଣ (ଶ୍ରୀକୃଷ୍ଣ) କିପରି ଜଣାଶୁଣା (8.2) । ଶ୍ରୀକୃଷ୍ଣ ଉତ୍ତର ଦେଉଛନ୍ତି “ଯେଉଁ ମନୁଷ୍ୟ ଅନ୍ତତଃ ଅନ୍ତକାଳରେ ହେଲେ ବି ମୋତେ ହିଁ ସ୍ମରଣ କରି କରି ଦେହ ତ୍ୟାଗ କରନ୍ତି , ସେ ମୋର ସାକ୍ଷାତ୍ ସ୍ୱରୂପ ପାଇଯାଆନ୍ତି ; ଏଥିରେ ତିଳେମାତ୍ର ସନ୍ଦେହ ନାହିଁ” (8.5) । ଏହା ଏକ ନିଶ୍ଚିତ ଆଶ୍ୱାସନା ଅଟେ ଯେ ମୃତ୍ୟୁର ସମୟରେ ଯଦି କେହି ତାଙ୍କୁ ସ୍ମରଣ କରନ୍ତି ତେବେ ସେ ତାଙ୍କୁ (ଶ୍ରୀକୃଷ୍ଣ) ପ୍ରାପ୍ତ କରି ନିଅନ୍ତି । କିନ୍ତୁ ଏହି ଶ୍ଳୋକ ଏହି ଆଭାସ ଦେଇଥାଏ ଯେ ଜୀବନସାରାଅନେକ ଖରାପ କାର୍ଯ୍ୟ କରିଥାଇପାରେ , ଏକ ପଥଭ୍ରଷ୍ଟ ମୁର୍ଖ ହୋଇପାରେ ଯିଏ ରାକ୍ଷସର ମାର୍ଗରେ ଚାଲିଥାଏ , ଏକ କପଟି କିମ୍ବା ଭ୍ରମିତ ହୋଇପାରେ , ସୁଖ ଏବଂ ଇଚ୍ଛାକୁ ଗୋଡ଼ାଇବା ପଛରେ ଥାଏ ଏବଂ ସର୍ବଶେଷରେ ପରମାତ୍ମାଙ୍କୁ ସ୍ମରଣ କରିବା ପର୍ଯ୍ୟାପ୍ତ । ଶ୍ରୀକୃଷ୍ଣ ତତ୍କ୍ଷଣାତ୍ ଏହି ଧାରଣାକୁ ଦୂର କରିବା ପାଇଁ କହୁଛନ୍ତି , “ ଏହି ମନୁଷ୍ୟ ଅନ୍ତକାଳରେ ଯେଉଁ ଯେଉଁ ଭାବ ସ୍ମରଣ କରି ଶରୀରକୁ ତ୍ୟାଗ କରେ , ସେ ତାହା ହିଁ ପ୍ରାପ୍ତ ହୁଏ , କାରଣ ସେ ସର୍ବଦା ସେହି ଭାବରେ ଭାବିତ ହୋଇ ରହିଥାଏ” (8.6) । ...