Posts

Showing posts from December, 2025

142. ସମାପ୍ତ ହେବା ପୂର୍ବରୁ ପ୍ରାରମ୍ଭ କର

Image
  ଅର୍ଜୁନ ଜାଣିବାକୁ ଚାହୁଁଥିଲେ ଯେ ଯୁକ୍ତ ଚିତ୍ତ ରଖିଥିବା ପୁରୁଷଙ୍କର ଅନ୍ତ ସମୟରେ ଆପଣ (ଶ୍ରୀକୃଷ୍ଣ) କିପରି ଜଣାଶୁଣା (8.2) । ଶ୍ରୀକୃଷ୍ଣ ଉତ୍ତର ଦେଉଛନ୍ତି “ଯେଉଁ ମନୁଷ୍ୟ ଅନ୍ତତଃ ଅନ୍ତକାଳରେ ହେଲେ ବି ମୋତେ ହିଁ ସ୍ମରଣ କରି କରି ଦେହ ତ୍ୟାଗ କରନ୍ତି , ସେ ମୋର ସାକ୍ଷାତ୍‌ ସ୍ୱରୂପ ପାଇଯାଆନ୍ତି ; ଏଥିରେ ତିଳେମାତ୍ର ସନ୍ଦେହ ନାହିଁ” (8.5) ।             ଏହା ଏକ ନିଶ୍ଚିତ ଆଶ୍ୱାସନା ଅଟେ ଯେ ମୃତ୍ୟୁର ସମୟରେ ଯଦି କେହି ତାଙ୍କୁ ସ୍ମରଣ କରନ୍ତି ତେବେ ସେ ତାଙ୍କୁ (ଶ୍ରୀକୃଷ୍ଣ) ପ୍ରାପ୍ତ କରି ନିଅନ୍ତି । କିନ୍ତୁ ଏହି ଶ୍ଳୋକ ଏହି ଆଭାସ ଦେଇଥାଏ ଯେ ଜୀବନସାରାଅନେକ ଖରାପ କାର୍ଯ୍ୟ କରିଥାଇପାରେ , ଏକ ପଥଭ୍ରଷ୍ଟ ମୁର୍ଖ ହୋଇପାରେ ଯିଏ ରାକ୍ଷସର ମାର୍ଗରେ ଚାଲିଥାଏ , ଏକ କପଟି କିମ୍ବା ଭ୍ରମିତ ହୋଇପାରେ , ସୁଖ ଏବଂ ଇଚ୍ଛାକୁ ଗୋଡ଼ାଇବା ପଛରେ ଥାଏ ଏବଂ ସର୍ବଶେଷରେ ପରମାତ୍ମାଙ୍କୁ ସ୍ମରଣ କରିବା ପର୍ଯ୍ୟାପ୍ତ । ଶ୍ରୀକୃଷ୍ଣ ତତ୍‌କ୍ଷଣାତ୍‌ ଏହି ଧାରଣାକୁ ଦୂର କରିବା ପାଇଁ କହୁଛନ୍ତି , “ ଏହି ମନୁଷ୍ୟ ଅନ୍ତକାଳରେ ଯେଉଁ ଯେଉଁ ଭାବ ସ୍ମରଣ କରି ଶରୀରକୁ ତ୍ୟାଗ କରେ , ସେ ତାହା ହିଁ ପ୍ରାପ୍ତ ହୁଏ , କାରଣ ସେ ସର୍ବଦା ସେହି ଭାବରେ ଭାବିତ ହୋଇ ରହିଥାଏ” (8.6) ।          ...

141. ଉର୍ଜା ଏବଂ ପଦାର୍ଥର ଅନ୍ତରକ୍ରିୟା

Image
  ଜୀବନ ଉର୍ଜା ଏବଂ ପଦାର୍ଥର ପରସ୍ପର ଅନ୍ତରକ୍ରିୟା ଅଟେ । ଏହା ସବୁ ଉର୍ଜା ସହିତ ଆରମ୍ଭ ହେଲା ଏବଂ ପରେ ପଦାର୍ଥ ବିଭିନ୍ନ ପର୍ଯ୍ୟାୟରେ ଗଠିତ ହେଲା । ପଦାର୍ଥର ଅଣୁଗୁଡିକର ସଂଯୋଜନରେ ଭିନ୍ନ ଭିନ୍ନ ଗୁଣମାନ ଭିନ୍ନ ଭିନ୍ନ ପ୍ରକାରର ଯୌଗିକଗୁଡିକୁ ଜନ୍ମ ଦେଲା ଯାହାର ପରିଣାମସ୍ୱରୂପ ଅପାର ବିବିଧତା ଦେଖା ଦେଲା । ଏହିପରି ଗୋଟିଏ ସଂଯୋଜନ ହେଉଛି ଆମର ଜୀବନ ରୂପି ଭୌତିକ ଶରୀର । ଏହା ପଦାର୍ଥର ବ୍ୟବସ୍ଥାରୁ ଆସୁଥିବା ଉର୍ଜା ଉପରେ ନିର୍ଭର କରେ , ଯାହାକୁ ଖାଦ୍ୟ ଭାବରେ ଜଣାଶୁଣା । କିଛି ଜୀବନ ରୂପ (ବୃକ୍ଷ) ସୂର୍ଯ୍ୟଙ୍କ ପ୍ରକାଶରୁ ଖାଦ୍ୟ ତିଆରି କରନ୍ତି ଏବଂ ଅନ୍ୟ (ଜୀବଜନ୍ତୁ) ତାଙ୍କ ଦ୍ୱାରା ତିଆରି କରାଯାଇଥିବା ଖାଦ୍ୟ ଉପରେ ଆଶ୍ରିତ ହୁଅନ୍ତି । ସଂକ୍ଷେପରେ ଜୀବନ ଉର୍ଜା ଏବଂ ପଦାର୍ଥର ଅନ୍ତର ଖେଳ ଅଟେ ।             ଏହି ସନ୍ଦର୍ଭ ଆମକୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା କିଛି ଶବ୍ଦ ଯେମିତି ବ୍ରହ୍ମମ୍‌ , କର୍ମ , ଆଧ୍ୟାତ୍ମ , ଅଧିଭୂତ , ଅଧିଦୈବ ଏବଂ ଅଧିଜଜ୍ଞଃ (7.28 ଏବଂ 7.29)କୁ ବୁଝିବାରେ ସାହାଯ୍ୟ କରିବ । ଅର୍ଜୁନ ସେମାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି (8.1 ଏବଂ 8.2) ଏବଂ ଶ୍ରୀକୃଷ୍ଣ କହୁଛନ୍ତି “ବିନାଶଶୀଳ ସମସ୍ତ ପଦାର୍ଥ ହେଉଛି ଅଧିଭୂତ । ହିରଣ୍ୟମୟ ପୁରୁଷ ହେଉଛନ୍ତି ଅଧିଦୈବ । ହେ ନରଶ୍ରେଷ୍ଠ ଅର୍...

140. କର୍ମ କ’ଣ?

Image
  ଅର୍ଜୁନଙ୍କର ପରବର୍ତ୍ତୀ ପ୍ରଶ୍ନ ହେଉଛି ଯେ “କର୍ମ କ ’ ଣ” ଯାହାକି ଶ୍ରୀକୃଷ୍ଣଙ୍କ ଏହି ଆଶ୍ୱାସନାର ପ୍ରତିକ୍ରିୟାରେ ଯେ ଯଦି କେହି ତାଙ୍କର ଶରଣରେ ଆସି ମୋକ୍ଷ ପାଇଁ ପ୍ରୟାସ କରେ ତେବେ “ଅଖିଳ କର୍ମ” ମାନେ କର୍ମ , ଅକର୍ମ ଏବଂ ବିକର୍ମର ସମସ୍ତ ଦିଗକୁ ବୁଝିପାରିବ (7.29) । ଏହା ଉପରେ ଶ୍ରୀକୃଷ୍ଣ ଉତ୍ତର ଦେଉଛନ୍ତି “ପରମ ଅକ୍ଷର ହେଉଛି ବ୍ରହ୍ମ । ସ୍ୱଭାବ ବା ନିଜର ସ୍ୱରୂପ ଅର୍ଥାତ୍‌ ଜୀବାତ୍ମାକୁ ଅଧ୍ୟାତ୍ମ ବୋଲାଯାଏ ; ତଥା ପ୍ରାଣୀମାନଙ୍କ ଭାବ ଉତ୍ପନ୍ନ କରୁଥିବା ବିସର୍ଗ ଅର୍ଥାତ୍‌ ତ୍ୟାଗ ହିଁ କର୍ମ ବୋଲି କଥିତ ହୁଏ” (8.3) । ଏହାକୁ ବୁଝିବା ଏକ ଜଟିଳ କଥା ଅଟେ ଏବଂ ବାଖ୍ୟାଗୁଡିକ ସ୍ପଷ୍ଟତା ଦେବା ଅପେକ୍ଷା ବିଷୟଗୁଡିକୁ ଆହୁରି ଜଟିଳ କରନ୍ତି । କର୍ମର ସାମାନ୍ୟ ବାଖ୍ୟାଗୁଡିକ ଏହାକୁ ଶ୍ରେଷ୍ଠ କର୍ମ , ସୃଜନ ଏବଂ ଯଜ୍ଞ ଇତ୍ୟାଦି କୁହନ୍ତି କିନ୍ତୁ ଏହି ସବୁ ଶ୍ରୀକୃଷ୍ଣ ଯାହା କୁହନ୍ତି ତାହଠାରୁ ବାହାରେ ।             ଯେବେ କି “କର୍ମ”ର ସଂପର୍କରେ ଶ୍ରୀକୃଷ୍ଣଙ୍କର ଉତ୍ତର ‘ହେବା’ ( being )ର ସ୍ତରରେ ଅଛି , ଆମେ ଏହାକୁ କ୍ରିୟା ‘କରିବା’ ସ୍ଥରରେ ବାଖ୍ୟା କରନ୍ତି । ସେଥି ପାଇଁ ‘ଆମେ ଯାହା କରନ୍ତି ତାହା କର୍ମ’ ର ଆମର ବୁଝାମଣା ଅପର୍ଯ୍ୟାପ୍ତ । କାରଣ ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟ କରୁ...

139. ‘ବ୍ରହ୍ମ’ର ଅବସ୍ଥା

Image
  ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ , ଯେବେ କେହି ତାଙ୍କର ଶରଣ ନେଇ କରି ମୋକ୍ଷ ପାଇଁ ପ୍ରୟାସ କରନ୍ତି (7.29) ତାହାହେଲେ ସେମାନେ ବ୍ରହ୍ମକୁ ଅନୁଭବ କରନ୍ତି ଏବଂ ଅର୍ଜୁନ ପଚାରୁଛନ୍ତି ବ୍ରହ୍ମ କ’ଣ ଅଟେ (8.1) । ଶ୍ରୀକୃଷ୍ଣ କହୁଛନ୍ତି ଯେ ବ୍ରହ୍ମ ସେ ଅଟେ ଯିଏ ଅକ୍ଷରମ୍‌ ଅର୍ଥାତ୍‌ ଅକ୍ଷୟ ବା ଅବିନାଶୀ ଏବଂ ପରମ୍‌ (ସର୍ବୋଚ୍ଚ) ଅଟେ(8.3) । ଏହାର ତାତ୍ପର୍ଯ୍ୟ ଏହା ଯେ ଏହାର ବାହାରେ ଆଉ କିଛି ନଥାଏ ଏବଂ ଏହା କୌଣସି ବାହ୍ୟ କାରକ ଉପରେ ନିର୍ଭର ନୁହେଁ , ଯେବେ ଆମେ କେବଳ ସେହି ଜିନିଷ ସମ୍ବନ୍ଧରେ ଜାଣନ୍ତି ଯାହା ପରିବର୍ତ୍ତନଶୀଳ , ଅନିତ୍ୟ ଏବଂ ନାଶବାନ ଅଟନ୍ତି ।             ଆମର ନିଜର ଭୌତିକ ଶରୀର ବାରମ୍ବାର ବଦଳୁ ଥାଏ । ଏମିତି ଅନୁମାନ କରାଯାଏ ଯେ ଆମର ଶରୀରର 95 ପ୍ରତିଶତ ଆମର ଅଜାଣତରେ 7 ବର୍ଷ ବ୍ୟବଧାନରେ ବଦଳି ଯାଇଥାଏ ଯେଉଁଠାରେ ଆମର ଡିଏନ୍‌ଏ ସ୍ଥିର ଥାଏ । ଏମିତି ଅନୁମାନ କରାଯାଏ ଯେ , ସୌରମଣ୍ଡଳ 4 ଆରବ ବର୍ଷ ମଧ୍ୟରେ ଏବଂ ବ୍ରହ୍ମାଣ୍ଡ ଅନୁମାନିକ 150 ଖର୍ବ ବର୍ଷରେ ନଷ୍ଟ ହୋଇଯାଏ । ସମାନ ଭାବରେ ଆମର ବିଚାର ବଦଳୁଥାଏ । ଜିନିଷଗୁଡ଼ିକ , ଲୋକମାନେ ଏବଂ ସ୍ଥିତିଗୁଡିକ ବିଷୟରେ ଆମର ମତ ସମୟ ସହିତ ବଦଳୁଥାଏ । ଲୋକମାନେ ସମାନ ତଥ୍ୟର ଆଧାର ଉପରେ ପୂର୍ଣ୍ଣ ରୂପରେ ବିପରୀତ ମତାମତ ଗଠନ କରନ୍ତି କାରଣ ଆମେ ଜିନିଷଗୁଡ଼ିକୁ ଅଲଗ...