Posts

Showing posts from July, 2025

124. କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ

Image
  ଜୀବନଶୈଳୀ ଯାହା ବି ହେଉ , ଶ୍ରୀକୃଷ୍ଣ ଶାଶ୍ୱତ ଆନନ୍ଦ ପାଇବା ପାଇଁ ଏକତ୍ୱରେ ପ୍ରତିଷ୍ଠିତ ହେବା ବିଷୟରେ କହୁଥିଲେ (6.31) । ଏକତା ପ୍ରାପ୍ତ କରିବା ପାଇଁ ଆମ ସମ୍ମୁଖରେ ତିନୋଟି ପ୍ରମୁଖ ପ୍ରତିବନ୍ଧକ ଅଛି - ପ୍ରଥମେ ଏହାକୁ ବିଭିନ୍ନ ସଂସ୍କୃତିର ବିଭିନ୍ନ ନାମ ଦ୍ୱାରା ସମ୍ବୋଧନ କରାଯାଏ ଏବଂ ଜଟିଳତାକୁ ବଢ଼ାଇବା ପାଇଁ , ଏହି ସଂସ୍କୃତିଗୁଡିକ ଦ୍ୱାରା ସ୍ଥାପିତ ପଥଗୁଡିକ ପରସ୍ପର ବିରୋଧାଭାସୀ ମନେ ହୁଏ । ଦ୍ୱିତୀୟତଃ , ଆମ ମନକୁ ବିଭାଜନ କରିବା ପାଇଁ ତାଲିମ ଦିଆଯାଇଛି ଯାହା ଏକତ୍ୱ ପ୍ରାପ୍ତ କରିବାରେ ପ୍ରତିରୋଧ କରେ । ତୃତୀୟତଃ , ଯାହା ଆମେ ଜାଣିନାହୁଁ ତାହା ପ୍ରତ୍ୟାଖ୍ୟାନ କରିବାର ପ୍ରବୃତ୍ତି ରଖିଥାଉ ଏବଂ ଏକତ୍ୱ ଆମ ପାଇଁ ସମ୍ପୂର୍ଣ୍ଣ ନୂଆ କ୍ଷେତ୍ର । ଏହି ଅସୁବିଧାଗୁଡ଼ିକ ବିଷୟରେ ଚିନ୍ତା କରି ଅର୍ଜୁନ ମନକୁ କିପରି ନିୟନ୍ତ୍ରଣ କରି ହେବ ବୋଲି ପଚାରିଛନ୍ତି ।           ଶ୍ରୀକୃଷ୍ଣ କହୁଛନ୍ତି “ମନ ଯେ ଚଞ୍ଚଳ ଓ ବଡ଼ କଷ୍ଟରେ ବଶୀଭୂତ ହୁଏ , ତାହା ନିଃସନ୍ଦେହ । କିନ୍ତୁ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୋଇଯାଏ” (6.35) । ଯାହାର ମନ ସଂଯତ ହୋଇ ନାହିଁ , ତା’ଦ୍ୱାରା ଯୋଗ ଦୁଷ୍ପ୍ରାପ୍ୟ ; କିନ୍ତୁ ମନକୁ ବଶ କରିଥିବା ପ୍ରଯତ୍ନଶୀଳ ପୁରୁଷଙ୍କ ଦ୍ୱାରା ସାଧନା ବଳରେ ତାହା ପ୍ରାପ୍ତ ହେବା ସହଜ-ଏହା ମୋର ମତ” (6.36) । ଅସ୍ଥିର ମନକୁ ...

123. ସୁଖ ସାଧନର ପରିଧି

Image
  କିଛି ଶତାବ୍ଦୀ ପୂର୍ବରୁ , ୟୁରୋପରେ ଆମେରିକାର ଅସ୍ତିତ୍ୱ ବିଷୟରେ କେହି ଜାଣି ନଥିଲେ । ଯେତେବେଳେ କଲମ୍ବସ୍‌ ସେଠାରେ ପହଞ୍ଚିଲେ , ସେତେବେଳେ ତାଙ୍କ ବୁଝିବା ବାହାରେ ଯେ ଏକ ବିଶାଳ ମହାଦ୍ୱୀପ ଆବିଷ୍କାର ହେବାକୁ ଅପେକ୍ଷା କରୁଅଛି । ଯେହେତୁ ତାଙ୍କର ଜ୍ଞାନ ସେହି ସମୟର ଭୌଗୋଳିକ ସ୍ତରରେ ସୀମିତ ଥିଲା , ସେ ଏହାକୁ ଭୁଲରେ ଏସିଆ ବୋଲି ଭାବିଲେ ଏବଂ ବାକି ସବୁ ଇତିହାସ ।           ଏହିପରି ଘଟଣାକୁ ବ୍ୟାଖ୍ୟା କରିବାରେ , ସମସାମୟିକ ମନୋବିଜ୍ଞାନ ଦୁଇଟି ଚିନ୍ତାଧାରା ବିଷୟରେ କହେ ଏବଂ ସେମାନଙ୍କୁ ଦୁଇଟି ପ୍ରଣାଳୀ ବୋଲି ମଧ୍ୟ କହିଥାଏ । ପ୍ରଥମ ପ୍ରଣାଳୀ ସ୍ୱୟଂଚାଳିତ , ସରଳ ଏବଂ ଆମର ଭୌତିକ ଅସ୍ତିତ୍ୱ ପାଇଁ ଦାୟୀ । ଦ୍ୱିତୀୟ ପ୍ରଣାଳୀ ଜଟିଳ ବିଷୟ ଉପରେ ଧ୍ୟାନ ଦେବା ପାଇଁ ବହୁ ପରିଶ୍ରମ ଏବଂ ଧ୍ୟାନ ଅନ୍ତର୍ଭୁକ୍ତ କରେ । ଆମେ ପ୍ରାୟତଃ ପ୍ରଥମ ପ୍ରଣାଳୀକୁ ଦ୍ୱିତୀୟ ପ୍ରଣାଳୀର କାର୍ଯ୍ୟକଳାପକୁ ଅଧିଗ୍ରହଣ କରିବାକୁ ଅନୁମତି ଦେଇଥାଉ , ଯାହା ଫଳସ୍ୱରୂପ ତତ୍‌କ୍ଷଣାତ୍‌ ସିଦ୍ଧାନ୍ତ ବାହାରିଥାଏ । କଲମ୍ବସ୍‌ ଙ୍କ ନିଷ୍କର୍ଷ ପରି ଏହି ସିଦ୍ଧାନ୍ତଗୁଡିକ ଭୁଲ୍‌ ହେବାକୁ ବାଧ୍ୟ , କାରଣ ସେଗୁଡିକ ଦୃଢ ପ୍ରମାଣ ଉପରେ ଆଧାରିତ ନୁହେଁ କାରଣ ପ୍ରମାଣ ସଂଗ୍ରହ ହେଉଛି ଦ୍ୱିତୀୟ ପ୍ରଣାଳୀର କାର୍ଯ୍ୟ ।        ...

122. “ଏହା ହିଁ ସେ” ର ମନ୍ତ୍ର

Image
              ପରମାତ୍ମା ରୂପରେ ଆସି ଶ୍ରୀକୃଷ୍ଣ କହିଛନ୍ତି ଯେ “ଯେଉଁ ପୁରୁଷ ସକଳ ପ୍ରାଣୀଙ୍କ ଠାରେ ସକଳଙ୍କ ଆତ୍ମାରୂପକ ମୋତେ , ଅର୍ଥାତ୍‌ ବାସୁଦେବଙ୍କୁ ହିଁ ଦେଖନ୍ତି ଓ ସକଳ ପ୍ରାଣୀଙ୍କୁ ମୋର ଅର୍ଥାତ୍‌ ବାସୁଦେବଙ୍କର ଅନ୍ତର୍ଗତ ଥିବା ଦେଖନ୍ତି , ତାଙ୍କୁ ମୁଁ ଅଦୃଶ୍ୟ ନୁହେଁ , କି ସେ ମୋତେ ଅଦୃଶ୍ୟ ନୁହନ୍ତି” (6.30) । ଏହି ଶ୍ଳୋକ ଭକ୍ତିଯୋଗର ମୂଳ ଅଟେ ଯେଉଁଠାରେ ସାଧକ ସବୁ ସ୍ଥାନରେ ଏବଂ ସବୁ ସ୍ଥିତିରେ ପରମାତ୍ମାଙ୍କୁ ଅନୁଭବ କରେ ।           “ଏହା ହିଁ ସେ” ର ମନ୍ତ୍ର - ଚମତ୍କାର କରିପାରେ ଯଦି ଆମେ ଏହା ଭିତରକୁ ଗଭୀରକୁ ଯିବା , ଯେଉଁଠାରେ ‘ଏହା’ କୌଣସି ବ୍ୟକ୍ତି କିମ୍ବା ବସ୍ତୁ କିମ୍ବା ସ୍ଥିତି ହୋଇପାରେ । ଥରେ ଯଦି ‘ଏହାକୁ’ ଆମେ ଜାଣି ନିଅନ୍ତି , ତା’ହେଲେ ଆମେ ସମସ୍ତଙ୍କ ମଧ୍ୟରେ ପରମାତ୍ମାଙ୍କୁ ଦେଖିପାରିବା । ସେହି ବ୍ୟକ୍ତି ମିତ୍ର ହେଉ କିମ୍ବା ଶତ୍ରୁ ; ସାହାଯ୍ୟ କରିବ କିମ୍ବା ଆଘାତ କରିବ ; ପ୍ରଶଂସା କିମ୍ବା ସମାଲୋଚନା ; କୌଣସି ଜିନିଷ ସୁନା ପରି ମୂଲ୍ୟବାନ କି ପଥର ପରି ମୂଲ୍ୟହୀନ ; ପରିସ୍ଥିତି ଅନୁକୂଳ କିମ୍ବା ପ୍ରତିକୂଳ ; ଭୟାନକ ବା ସୁଖଦ ; ସୁଖର ମୁହୂର୍ତ୍ତ ବା ଯନ୍ତ୍ରଣାର ମୁହୂର୍ତ୍ତ , ବିଜୟ କିମ୍ବା ପରାଜୟ ; ଏବଂ ଏହି ତାଲିକା ଶେଷ ହୁଏ ନାହିଁ ।...

121. ନମସ୍କାରର ଶକ୍ତି

Image
  ଭାରତୀୟ ପ୍ରସଙ୍ଗରେ ପରସ୍ପରକୁ ଅଭିବାଦନ କରିବା ପାଇଁ ‘ନମସ୍ତେ’ ବା ‘ନମସ୍କାର’ ବ୍ୟବହୃତ ହୁଏ । ଏହାର ଅର୍ଥ ହେଉଛି ‘ତୁମ ଭିତରେ ଥିବା ପରମାତ୍ମାଙ୍କୁ ପ୍ରଣାମ’ । ବିଭିନ୍ନ ସଂସ୍କୃତିରେ ବ୍ୟବହୃତ ଅଭିବାଦନ ଏକ ସମାନ ବାର୍ତ୍ତା ପ୍ରଦାନ କରେ ଏବଂ ସେମାନଙ୍କର ଉତ୍ପତ୍ତି “ସମସ୍ତ ପ୍ରାଣୀରେ ନିଜକୁ ଦେଖିବା ଏବଂ ନିଜକୁ ସମସ୍ତ ପ୍ରାଣୀରେ ଦେଖିବା ଏବଂ ସର୍ବତ୍ର ସମାନ ଦେଖିବା” (6.29) । ଯେତେବେଳେ ସଚେତନତା ସହିତ ଏହିପରି ଅଭିବାଦନ ହୁଏ , ସେତେବେଳେ ସେମାନେ ନିଜ ଭିତରେ ଏବଂ ଅନ୍ୟମାନଙ୍କ ମଧ୍ୟରେ ପରମାତ୍ମାଙ୍କୁ ଅନୁଭବ କରିବାର କ୍ଷମତା ପାଇଥାନ୍ତି ।           ‘ସବୁ ସ୍ଥାନରେ ସମାନ ତତ୍ତ୍ୱ ଦେଖିବା’ ହେଉଛି ‘ନିରାକାର’ର ମାର୍ଗ , ଯାହା ଏକ କଠିନ ମାର୍ଗ ଭାବରେ ବିବେଚନା କରାଯାଏ । ଶ୍ରୀକୃଷ୍ଣ ଏହାକୁ ତତ୍‌କ୍ଷଣାତ୍‌ ସହଜ କରି କୁହନ୍ତି , ମୋତେ ସର୍ବତ୍ର ଦେଖ ଏବଂ ମୋ ଭିତରେ ସମସ୍ତଙ୍କୁ ଦେଖ (6.30) ଯାହା ସାକାରର ମାର୍ଗ ଅଟେ । ଏହି ଦୁଇଟି ଶ୍ଳୋକ ସାକାର ବା ନିରାକାର ମାର୍ଗ ମାଧ୍ୟମରେ ପରମାତ୍ମାଙ୍କୁ ପ୍ରାପ୍ତ କରିବାରେ ସାହାଯ୍ୟ କରେ ଏବଂ ସମସ୍ତ ଆଧ୍ୟାତ୍ମିକ ପଥଗୁଡିକର ମୂଳ ଏହି ଦୁଇଟି ମଧ୍ୟରୁ ଗୋଟିଏରେ ଥାଏ ।           ଅବ୍ୟକ୍ତ ଅସୀମ ଥିବାବେଳେ ବ୍ୟକ୍ତ ବିଭାଜନକାରୀ ଏବଂ ସୀମା ଦ୍...