124. କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ
ଜୀବନଶୈଳୀ ଯାହା ବି ହେଉ , ଶ୍ରୀକୃଷ୍ଣ ଶାଶ୍ୱତ ଆନନ୍ଦ ପାଇବା ପାଇଁ ଏକତ୍ୱରେ ପ୍ରତିଷ୍ଠିତ ହେବା ବିଷୟରେ କହୁଥିଲେ (6.31) । ଏକତା ପ୍ରାପ୍ତ କରିବା ପାଇଁ ଆମ ସମ୍ମୁଖରେ ତିନୋଟି ପ୍ରମୁଖ ପ୍ରତିବନ୍ଧକ ଅଛି - ପ୍ରଥମେ ଏହାକୁ ବିଭିନ୍ନ ସଂସ୍କୃତିର ବିଭିନ୍ନ ନାମ ଦ୍ୱାରା ସମ୍ବୋଧନ କରାଯାଏ ଏବଂ ଜଟିଳତାକୁ ବଢ଼ାଇବା ପାଇଁ , ଏହି ସଂସ୍କୃତିଗୁଡିକ ଦ୍ୱାରା ସ୍ଥାପିତ ପଥଗୁଡିକ ପରସ୍ପର ବିରୋଧାଭାସୀ ମନେ ହୁଏ । ଦ୍ୱିତୀୟତଃ , ଆମ ମନକୁ ବିଭାଜନ କରିବା ପାଇଁ ତାଲିମ ଦିଆଯାଇଛି ଯାହା ଏକତ୍ୱ ପ୍ରାପ୍ତ କରିବାରେ ପ୍ରତିରୋଧ କରେ । ତୃତୀୟତଃ , ଯାହା ଆମେ ଜାଣିନାହୁଁ ତାହା ପ୍ରତ୍ୟାଖ୍ୟାନ କରିବାର ପ୍ରବୃତ୍ତି ରଖିଥାଉ ଏବଂ ଏକତ୍ୱ ଆମ ପାଇଁ ସମ୍ପୂର୍ଣ୍ଣ ନୂଆ କ୍ଷେତ୍ର । ଏହି ଅସୁବିଧାଗୁଡ଼ିକ ବିଷୟରେ ଚିନ୍ତା କରି ଅର୍ଜୁନ ମନକୁ କିପରି ନିୟନ୍ତ୍ରଣ କରି ହେବ ବୋଲି ପଚାରିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି “ମନ ଯେ ଚଞ୍ଚଳ ଓ ବଡ଼ କଷ୍ଟରେ ବଶୀଭୂତ ହୁଏ , ତାହା ନିଃସନ୍ଦେହ । କିନ୍ତୁ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ବଶୀଭୂତ ହୋଇଯାଏ” (6.35) । ଯାହାର ମନ ସଂଯତ ହୋଇ ନାହିଁ , ତା’ଦ୍ୱାରା ଯୋଗ ଦୁଷ୍ପ୍ରାପ୍ୟ ; କିନ୍ତୁ ମନକୁ ବଶ କରିଥିବା ପ୍ରଯତ୍ନଶୀଳ ପୁରୁଷଙ୍କ ଦ୍ୱାରା ସାଧନା ବଳରେ ତାହା ପ୍ରାପ୍ତ ହେବା ସହଜ-ଏହା ମୋର ମତ” (6.36) । ଅସ୍ଥିର ମନକୁ ...