Posts

Showing posts from January, 2026

146. ଫୋଟନ୍‌ ଉପରେ ଯାତ୍ରା

Image
  ଏମିତି କୁହାଯାଏ ପ୍ରତିଦିନ ସକାଳେ ଆମେ ପୁନର୍ବାର ଜନ୍ମ ହୋଇଥାଉ ଯାହାକି ‘ସମୟ’ର ଦୃଷ୍ଟିକୋଣରୁ ଏକ ପୁନର୍ଜନ୍ମ ଅଟେ । ଏହି ସମ୍ବନ୍ଧରେ , ଶ୍ରୀକୃଷ୍ଣ କହୁଛନ୍ତି ବ୍ରହ୍ମାଙ୍କ(ନିର୍ମାତା)ର ମଧ୍ୟ ଏକ ଦିନ ଏକ ରାତି ଅଛି କିନ୍ତୁ ତାହା ଏକ ଭିନ୍ନ ସମୟ ମାପରେ (8.17) । “ସକଳ ଚରାଚର ଜୀବଗଣ ବ୍ରହ୍ମାଙ୍କ ଦିବସ ଆରମ୍ଭରେ ଅବ୍ୟକ୍ତରୁ ଅର୍ଥାତ୍‌ ବ୍ରହ୍ମାଙ୍କ ସୂକ୍ଷ୍ମଶରୀରରୁ ଉତ୍ପନ୍ନ ହୁଅନ୍ତି ଏବଂ ବ୍ରହ୍ମାଙ୍କ ରାତ୍ରି ଆରମ୍ଭରେ ବ୍ରହ୍ମାଙ୍କର ଅବ୍ୟକ୍ତ ନାମକ ସେହି ସୂକ୍ଷ୍ମଶରୀରରେ ହିଁ ଲୀନ ହୋଇଯାଆନ୍ତି” (8.18) । ଏହା ନିରପବାଦ ରୂପରେ ଏକ ଚକ୍ରୀୟ ପ୍ରକ୍ରିୟା ଅଟେ (8.19) । ସମୟର ପ୍ରଭାବରେ ସବୁକିଛି ଚକ୍ରୀୟ ଅଟେ ।             ଶ୍ରୀକୃଷ୍ଣ କୁହନ୍ତି ଯେ , “ ଉକ୍ତ ଅବ୍ୟକ୍ତଠାରୁ ମଧ୍ୟ ଯେଉଁ ଅତିଶ୍ରେଷ୍ଠ ଅର୍ଥାତ୍‌ ଯେଉଁ ବିଲକ୍ଷଣ ସନାତନ ଅବ୍ୟକ୍ତ ଭାବ ଅଛନ୍ତି , ସେହି ପରମ ଦିବ୍ୟପୁରୁଷ , ସକଳ ଚରାଚର ପ୍ରାଣୀ ନଷ୍ଟ ହୋଇଗଲେ ମଧ୍ୟ ନଷ୍ଟ ହୁଅନ୍ତି ନାହିଁ” (8.20) । ଏହି ଶ୍ଳୋକକୁ ବୁଝିବା ପାଇଁ ଗୋଟିଏ ମଞ୍ଜି ସବୁଠାରୁ ଶ୍ରେଷ୍ଠ ଉଦାହରଣ ଅଟେ । ମଞ୍ଜି ଭିତରେ ଏକ ଅବ୍ୟକ୍ତ ବୃକ୍ଷ ଲୁଚିଥାଏ ଏବଂ ମଞ୍ଜି-ବୃକ୍ଷ-ମଞ୍ଜିର ଏକ ଚକ୍ର ଚାଲୁଥାଏ । କିନ୍ତୁ ଏହି ଉଭୟଙ୍କ ବାହାରେ ମଧ୍ୟ ଏକ ରଚନାତ୍ମକ ଶକ୍ତି ଅଛି ଯାହା ଏହି ଚକ୍ରକୁ ସମ୍ଭବ ବ...

145. ପୁନର୍ଜନ୍ମ ଉପରେ ପୁନର୍ବିଚାର

Image
  ଶ୍ରୀକୃଷ୍ଣ କହିଛନ୍ତି ଯେ ମୋତେ ପ୍ରାପ୍ତ ହେବାପରେ ମୋର ମହାନ ଭକ୍ତକୁ ପୁନର୍ଜନ୍ମ ପ୍ରାପ୍ତ ହୁଏ ନାହିଁ (8.16) ଯାହା ଅନ୍ୟଥା ଦୁଃଖର ଘର ଅଟେ (8.15) । ଏହି ସନ୍ଦର୍ଭରେ ପୁନର୍ଜନ୍ମକୁ ବୁଝିବା ମହତ୍ତ୍ୱପୂର୍ଣ୍ଣ ଅଟେ ।             ସାଧାରଣତଃ ପୁନର୍ଜନ୍ମର ବାଖ୍ୟା ମୃତ୍ୟୁର ପଶ୍ଚାତ ଏକ ନୂଆ ଜୀବନ ପ୍ରାପ୍ତ କରିବା ରୂପରେ କରାଯାଏ ଯାହାକି ଏହାର ଶାବ୍ଦିକ ଅନୁବାଦ ଅଟେ ; ଏହାର ବ୍ୟାଖ୍ୟା ଆମ ଚାରିପାଖରେ ଏକ ନୂତନ ପରିସ୍ଥିତିର ଜନ୍ମ ନେବା ରୂପରେ ମଧ୍ୟ କରାଯାଇପାରିବ ।             ଆମର ଚାରିପାଖରେ ନିୟମିତ ରୂପରେ ପରିସ୍ଥିତିଗୁଡିକ ବଦଳୁଥାଏ ଯାହାକୁ ଇନ୍ଦ୍ରିୟଗୁଡିକ ନିଜର ସଜ୍ଞାନାତ୍ମକ ପୂର୍ବାଗ୍ରହ ବା ଜ୍ଞାନଗତ ପକ୍ଷପାତ ସହିତ ଗ୍ରହଣ କରନ୍ତି ( Cognitive biases ) । ଯେବେ କୌଣସି ସ୍ଥିତି ହୁଏ , ତାହା ଯୋଗୁଁ ଆମ ମଧ୍ୟରେ ଉତ୍ପନ୍ନ ହେଉଥିବା ତରଙ୍ଗ ଆମର ପ୍ରତିକ୍ରିୟା କିମ୍ବା ବ୍ୟବହାର କାରଣରୁ ଅନେକ ସ୍ଥିତିକୁ ଜନ୍ମ ଦିଏ । ଶ୍ରୀକୃଷ୍ଣ ଏହି ଚକ୍ରୀୟ ପ୍ରକ୍ରିୟାକୁ ଦୁଃଖର ଘର ବୋଲି କହୁଛନ୍ତି । କିନ୍ତୁ ଯେଉଁ ଲୋକମାନେ ପରମାତ୍ମାଙ୍କୁ ପ୍ରାପ୍ତ କରି ନେଇଛନ୍ତି , ତାଙ୍କ ପାଇଁ ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଣାଯାଇଥିବା ସମ୍ବେଦନାଗୁଡ଼ିକୁ ସମୁଦ୍ରରେ ନଦୀ...

144. ହୃଦୟ ଏବଂ ମସ୍ତିଷ୍କ

Image
  ଶ୍ରୀମଦ୍‌ଭଗବଦ୍‌ଗୀତା ଏକ ଜୀବନ୍ତ କଥାବାର୍ତ୍ତା ଥିଲା ଯେଉଁଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମ୍ପୂର୍ଣ୍ଣତାରେ ଦେଖୁଥିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କମୁଖମଣ୍ଡଳରେ ସନ୍ଦେହ କିମ୍ବା ଅବିଶ୍ୱାସର ଅଭିବ୍ୟକ୍ତି ଦେଖନ୍ତି ଯେବେ ଶ୍ରୀକୃଷ୍ଣ ପ୍ରତି କ୍ଷଣ ତାଙ୍କୁ ସ୍ମରଣ କରି ଯୁଦ୍ଧ କରିବାକୁ ଉଲ୍ଲେଖ କରିଥିଲେ (8.7) । ଅର୍ଜୁନ ହାତରେ କାମ (କୁରୁକ୍ଷେତ୍ର ଯୁଦ୍ଧ)କୁ ପ୍ରତିରୋଧ କରୁଥିଲେ । କାମର ପ୍ରତିରୋଧର ଏହି ପ୍ରବୃତ୍ତି ଆମ ମଧ୍ୟରେ ରହିଛି ।             ଶ୍ରୀକୃଷ୍ଣ ତୁରନ୍ତ ନିଜକୁ ସର୍ବବ୍ୟାପୀ , ଶାଶ୍ୱତ , ମହାନ ଶାସକ , ସୂକ୍ଷ୍ମତମ ପରମାଣୁଠାରୁ ମଧ୍ୟ ସୂକ୍ଷ୍ମ , ସମସ୍ତଙ୍କର ରକ୍ଷଣାବେକ୍ଷଣକାରୀ ଅବିସ୍ମରଣୀୟ ସ୍ୱରୂପ , ସୂର୍ଯ୍ୟ ସଦୃଶ ନିତ୍ୟ ଚୈତନ୍ୟ ପ୍ରକାଶରରୂପ , ଅନ୍ଧକାର ଉର୍ଦ୍ଧ୍ୱରେ ରୂପରେ ବର୍ଣ୍ଣନା କରନ୍ତି (8.9) । ଯେବେ ଅସ୍ଥିତ୍ୱକୁ ନିଜର ବର୍ଣ୍ଣନା କରିବାକୁ ହୁଏ ତେବେ ଶବ୍ଦ ମଧ୍ୟ କମ୍‌ ପଡ଼ିଯାଏ ।             ଶ୍ରୀକୃଷ୍ଣ ତାଙ୍କୁ ସ୍ମରଣ କରିବା ପାଇଁ ଦୁଇଟି ରାସ୍ତା କହୁଛନ୍ତି । ଗୋଟିଏ ହେଲା ସଚେତନତାର ମାର୍ଗ ଯେବେ ଶ୍ରୀକୃଷ୍ଣ କହୁଛନ୍ତି , “ ଏହି ନିୟମ ଅଟେ ଯେ , ପରମାତ୍ମାଙ୍କର ଧ୍ୟାନର ଅଭ୍ୟାସ ରୂପକ ଯୋଗରେ ଯୁକ୍ତ ହୋଇ , ଅନ୍ୟଆଡେ ଯାଉନଥିବ...

143. ଯେବେ କର୍ମ ହିଁ ପୂଜା ହୋଇଯାଏ

Image
  ମୃତ୍ୟୁ ସମୟରେ ତାଙ୍କୁ ଜାଣିବାର ସନ୍ଦର୍ଭରେ ଶ୍ରୀକୃଷ୍ଣ କହୁଛନ୍ତି , “ ଅତଏବ ହେ ଅର୍ଜୁନ! ତୁମେ ସବୁ ସମୟରେ ନିରନ୍ତର ମୋତେ ସ୍ମରଣ କର ଓ ଯୁଦ୍ଧ ମଧ୍ୟ କର । ମୋତେ ଅର୍ପଣ କରାଯାଇଥିବା ମନ-ବୁଦ୍ଧିରେ ଏହିପରି ଯୁକ୍ତ ହୋଇଗଲେ ତୁମେ ନିଃସନ୍ଦେହ ମୋତେ ହିଁ ପ୍ରାପ୍ତ ହେବ” (8.7) ।             ଆମେ ଦିନରେ କିଛି ସମୟ ଇଶ୍ୱରଙ୍କ ପୂଜା କରନ୍ତି କିମ୍ବା ବେଳେବେଳେ ପୂଜାସ୍ଥଳକୁ ଯାଇ ପ୍ରଭୁଙ୍କର ‘ସ୍ମରଣ’ କରନ୍ତି । ଭିନ୍ନ ଭିନ୍ନ ବିଶ୍ୱାସ ପ୍ରଣାଳୀର ଅନୁସାରେ ଭଗବାନଙ୍କର ନାମ ଏବଂ କରାଯାଇଥିବା ଅନୁଷ୍ଠାନ ଭିନ୍ନ ହୋଇଥାଏ । ପ୍ରଭୁଙ୍କର ସ୍ମରଣ ପ୍ରାୟ ନିଜର କଠିନ ପରିସ୍ଥିତିକୁ ଦୂର କରିବା ପାଇଁ କିମ୍ବା ସମ୍ପତ୍ତି , ଶକ୍ତି ଏବଂ ଯଶର ପ୍ରାପ୍ତି ପାଇଁ ହୋଇଥାଏ । ପରନ୍ତୁ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି “ପ୍ରତ୍ୟେକ ସମୟ ମୋତେ ସ୍ମରଣ କର” , ଯାହା ଅସମ୍ଭବ ମନେ ହୁଏ କାରଣ ଆମକୁ ଜଣାନାହିଁ ଯେ ଦିନର ପ୍ରତ୍ୟେକ ସମୟରେ ପ୍ରାର୍ଥନା କେମିତି କରାଯାଏ ।             ଏହାର ସମାଧାନ ଭକ୍ତିଯୋଗ ମୂଳରେ ଅଛି , ଯାହା କହେ ‘ସମସ୍ତ ପ୍ରାଣୀମାନଙ୍କୁ ନିଜ ଭିତରେ ଦେଖିବା , ନିଜକୁ ସମସ୍ତ ପ୍ରାଣୀମାନଙ୍କ ଭିତରେ ଦେଖିବା ଏବଂ ପରମାତ୍ମାଙ୍କୁ ପ୍ରତ୍ୟେକ ସ୍ଥାନରେ ଦେଖିବା’ (6.29 ଏବଂ ...