Posts

Showing posts from March, 2025

111. ନିଜ ଠାରୁ ବନ୍ଧୁତ୍ୱ

Image
  ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁହନ୍ତି , “ ନିଜ ଦ୍ୱାରା ନିଜକୁ ସଂସାରସାଗରୁ ଉଦ୍ଧାର କରିବା ଉଚିତ୍‌ ; ନିଜକୁ ଅଧୋଗତିରେ ପକାଇଦେବା ଉଚିତ୍‌ ନୁହେଁ ; କାରଣ ମନୁଷ୍ୟ ନିଜେ ହିଁ ନିଜର ମିତ୍ର ଓ ନିଜେ ହିଁ ନିଜର ଶତ୍ରୁ ଅଟେ” (6.5) । ବନ୍ଧୁତା ପରି, ଏହି ଅସ୍ତିତ୍ୱର ଶ୍ଲୋକର ଅନେକ ପରିମାଣ ଅଛି ।           ସର୍ବପ୍ରଥମେ , ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନିଜକୁ ଉପରକୁ ଉଠାଇବାର ଦାୟିତ୍ୱ ସ୍ଥିର କରେ । ସାମାନ୍ୟ ପ୍ରବୃତ୍ତି ନିଜର ଅସଫଳତାର ଦୋଷ ପରିବାର , ବନ୍ଧୁ , ସହକର୍ମୀ , ପରିସ୍ଥିତି , କାର୍ଯ୍ୟ ଅବସ୍ଥା , ଦେଶ ଇତ୍ୟାଦି ପରି ଅନ୍ୟମାନଙ୍କ ଉପରେ ପକାଇ ଦିଅନ୍ତି । ଯେତେବେଳେ କର୍ମ କରାଯାଏ ଯାହାକୁ ଖରାପ ଭାବରେ ଚିହ୍ନିତ କରାଯାଏ କିମ୍ବା ଯଦି ବାଞ୍ଛିତ କର୍ମଫଳ ନ ମିଳିଥାଏ ସେମାନେ ନିଜକୁ ନିଜେ ଦୋଷ ଦିଅନ୍ତି ଏବଂ ଅନୁତାପ କରନ୍ତି । ଏହାର ପରିଣାମ ଏହା ହୋଇଥାଏ ଯେ ଏହା ଅନ୍ୟମାନଙ୍କ ପ୍ରତି ଗଭୀର ଆବେଗ ଏବଂ ତିକ୍ତତା ସୃଷ୍ଟି କରେ ଯାହାକି ବେଳେବେଳେ ଜୀବନ ପର୍ଯ୍ୟନ୍ତ ରହିଥାଏ ।           ଅନ୍ୟପଟେ , ଯେତେବେଳେ ଆମର ସ୍ମୃତି ଆମର ଅନୁତାପକୁ ମନେ ପକାଏ , ତେବେ ଆମେ ନିଜକୁ ବାରମ୍ବାର ଦଣ୍ଡିତ କରୁ । ପରିସ୍ଥିତି ଯାହା ବି ହୋଇପାରେ , ଏହି ଶ୍ଳୋକଟି ଆମକୁ ନିଜକୁ ଉତ୍ତମ ହେବାରେ ସାହାଯ୍ୟ ...

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

Image
  ଶ୍ରୀକୃଷ୍ଣ କୁହନ୍ତି , “ ଯାହାକୁ ସନ୍ନ୍ୟାସ ବୋଲି କହନ୍ତି , ତାହାକୁ ହିଁ ତୁମେ ଯୋଗ ବୋଲି ଜାଣ ; କାରଣ ସଙ୍କଳ୍ପ ତ୍ୟାଗ କରି ନଥିବା କୌଣସି ବି ପୁରୁଷ ଯୋଗୀ ହୋଇପାରେ ନାହିଁ” (6.2) । ଏହା ପୂର୍ବରୁ 4.19 ଶ୍ଳୋକରେ କୁହାଯାଇଛି ଯେ ଜଣେ ମହାପୁରୁଷର କର୍ମ କାମନା ଏବଂ ସଂଙ୍କଳ୍ପରୁ ମୁକ୍ତ ହୋଇଥାଏ (କାମସଂକଳ୍ପବର୍ଜିତାଃ) ।           ଶ୍ରୀକୃଷ୍ଣ ଆହୁରି କହିଛନ୍ତି , “ ଯୋଗାରୂଢ଼ ହେବାକୁ ଇଚ୍ଛୁକ ମନନଶୀଳ ପୁରୁଷଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗପ୍ରାପ୍ତିର ହେତୁ ବୋଲି କୁହାଯାଏ ଓ ଯୋଗାରୂଢ଼ ହୋଇଯିବା ପରେ ସେହି ଯୋଗାରୁଢ଼ ପୁରୁଷଙ୍କ ସର୍ବସଙ୍କଳ୍ପଶୂନ୍ୟତା ହିଁ ତାଙ୍କ କଲ୍ୟାଣର କାରଣ ବୋଲି କୁହାଯାଏ (6.3) । ସର୍ବସଙ୍କଳ୍ପତ୍ୟାଗୀ ପୁରୁଷ ଯେତେବେଳେ ଇନ୍ଦ୍ରିୟମାନଙ୍କ ଭୋଗରେ ଓ କର୍ମମାନଙ୍କରେ ମଧ୍ୟ ଆସକ୍ତ ହୁଅନ୍ତି ନାହିଁ , ସେତେବେଳେ ସେ ଯୋଗାରୂଢ଼ ବୋଲି କଥିତ ହୁଅନ୍ତି” (6.4) ।           ଆମେ ବିଶ୍ୱାସ କରୁ ଯେ କର୍ମ ଇଚ୍ଛିତ କର୍ମଫଳ ପାଇବାପାଇଁ ପ୍ରେରିତ ହୁଏ , ନଚେତ କାହିଁକି କେହି କର୍ମ କରିବେ । ଧ୍ୟାନ ଦେବା କଥା ଏହା ଯେ ଯଦି ଆମେ କିଛି ବିଷୟରେ ଜାଣି ନାହୁଁ କିମ୍ବା ଅନୁଭବ କରିନାହୁଁ , ଏହାର ଅର୍ଥ ନୁହେଁ ଯେ ଏହା ବିଦ୍ୟମାନ ନୁହେଁ । ଏହି ପଥରେ ପ୍ର...

109. ସନ୍ନ୍ୟାସୀ କର୍ମଫଳକୁ ତ୍ୟାଗ କରେ

Image
  ଜୀବନରେ ଅନେକ ଉଥିାନ-ପତନ ଆସେ ଏବଂ ଏହା ନିର୍ଭର କରେ ଆମେ ସେଗୁଡ଼ିକୁ କିପରି ପରିଚାଳନା କରୁ । ଏହା ସ୍ୱାଭାବିକ ଯେ ଯେତେବେଳେ ଜଣେ କଠିନ ସମୟ ଦେଇ ଗତି କରେ , ସେ ନିରାଶ ହୋଇଯାଏ ଏବଂ କର୍ମ ତ୍ୟାଗ କରିବାକୁ ପ୍ରଲୋଭିତ ହୁଏ , କାରଣ ଆମେ ସମସ୍ତେ ଏହି ଭ୍ରମରେ ରହିଥାଉ ଯେ ଆମର କର୍ମ ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର କର୍ମ ମଧ୍ୟ ଆମକୁ ସୁଖ କିମ୍ବା ଦୁଃଖ ଆଣିଥାଏ । ଅର୍ଜୁନ ମଧ୍ୟ ସମାନ ଦ୍ୱନ୍ଦ୍ୱ ଦେଇ ଗତି କରୁଛନ୍ତି ଏବଂ ଯୁଦ୍ଧ ଲଢ଼ିବାର କର୍ତ୍ତବ୍ୟ ତ୍ୟାଗ କରିବାକୁ ଚାହୁଁଛନ୍ତି ।           ଶ୍ରୀକୃଷ୍ଣ ସ୍ପଷ୍ଟ କରିଛନ୍ତି ଯେ , “ ଯେଉଁ ପୁରୁଷ କର୍ମଫଳକୁ ଆଶ୍ରୟ ନ କରି କର୍ତ୍ତବ୍ୟକର୍ମ କରନ୍ତି , ସେ ହିଁ ସନ୍ନ୍ୟାସୀ ତଥା ଯୋଗୀ ଅଟନ୍ତି । କେବଳ ଅଗ୍ନି ତ୍ୟାଗ କରିଥିବା ଲୋକ ସନ୍ନ୍ୟାସୀ ନୁହେଁ , କି କେବଳ କର୍ମ ତ୍ୟାଗ କରିଥିବା ଲୋକ ଯୋଗୀ ନୁହେଁ ” (6.1) ।           କର୍ତ୍ତବ୍ୟକର୍ମର ସମ୍ବନ୍ଧରେ ଯେତେ ଅଧିକ ସ୍ପଷ୍ଟୀକରଣ ଦିଆଯାଏ ସେତେ ଅଧିକ ସନ୍ଦେହ ସୃଷ୍ଟି କରିପାରେ କାରଣ ଏହା ସମ୍ପୂର୍ଣ୍ଣ ଅନୁଭୂତିଶୀଳ । ପହଁରିବା ଶିଖିବାକୁ ହେଲେ ପାଣିରେ ବୁଡ଼ ପକାଇବାକୁ ପଡ଼ିବ ଏବଂ ଠିକ୍‌ ସେହିଭଳି କର୍ତ୍ତବ୍ୟକର୍ମ ବୁଝିବା ପାଇଁ ଜୀବନକୁ ଅନୁଭବ କରିବାକୁ ପଡ଼ିବ । ଇନ୍ଦ୍ରିୟଗୁଡିକର ସାହାଯ୍ୟ ବିନା ...

108. କ୍ରୋଧକୁ ପାର କରିବା

Image
  ଶ୍ରୀକୃଷ୍ଣ କୁହନ୍ତି , ଯେଉଁମାନେ କାମ ଏବଂ କ୍ରୋଧରୁ ମୁକ୍ତ , ଯାହାର ମନ ନିୟନ୍ତ୍ରିତ ଏବଂ ଯିଏ ଆତ୍ମଜ୍ଞାନୀ , ସେମାନେ ଏହି ଦୁନିଆରେ ଏବଂ ପର ଦୁନିଆରେ ସମ୍ପୂର୍ଣ୍ଣ ମୁକ୍ତ ଅଟନ୍ତି (5.26) । ପ୍ରଶ୍ନ ହେଉଛି କାମନାର ରୋଗ ଏବଂ କ୍ରୋଧର ପାଗଳାମିରୁ କିପରି ମୁକ୍ତ ହେବା ।           ପ୍ରତ୍ୟେକ ଘୂର୍ଣ୍ଣିବଳୟ ତୋ ଫାନର ଶାନ୍ତ ଆଖି କିମ୍ବା କେନ୍ଦ୍ର ଥାଏ । ସେହିଭଳି , ଆମର ଇଚ୍ଛା ଏବଂ କ୍ରୋଧର ଘୂର୍ଣ୍ଣିବଳୟର ମଧ୍ୟ ଆମ ଭିତରେ ଏକ ଇଚ୍ଛାହୀନ ଏବଂ କ୍ରୋଧହୀନ କେନ୍ଦ୍ର ଅଛି ଏବଂ ଏହା ସେହି କେନ୍ଦ୍ରରେ ପହଞ୍ଚିବା ବିଷୟରେ । ଏହା “ମୁଁ’ ତ୍ୟାଗ କରିବାର ସାହସ ଆବଶ୍ୟକ କରେ ଯାହାକି ଇଚ୍ଛାର ମୂଳ ଘଟକ ।           ଏହା ପାଇଁ ଏକ ପ୍ରଭାବଶାଳୀ କୌଶଳ ପ୍ରଦାନ କରାଯାଇଛି ଯେ ଆମେ ଅତୀତର ପରିସ୍ଥିତିକୁ ପୁନଃ ସମୀକ୍ଷା କରିବା ଏବଂ ଦେଖିବା କେଉଁଠାରେ ଇଚ୍ଛା କିମ୍ବା କ୍ରୋଧରେ ବନ୍ଧା ହୋଇଥିଲୁ । ଏକ ଉତ୍ତମ ସଚେତନତା ସହିତ ଏହାକୁ ପୁନରାବୃତ୍ତି କରିବା ଯେ , ସମସ୍ତ ପ୍ରାଣୀଙ୍କର ମଧ୍ୟରେ ଆତ୍ମା ଗୋଟିଏ ଅଛି ଏବଂ ବିଭିନ୍ନ ଲୋକ ଏକ ବାସ୍ତବତାକୁ ଭିନ୍ନ ଭିନ୍ନ ଉପାୟରେ ଅନୁଭବ କରନ୍ତି ।           ଭାରତୀୟ ପରମ୍ପରା ଜୀବନକୁ ଲୀଳା ବୋଲି କହିଥାଏ ...

107. ଆନନ୍ଦ ପାଇଁ ଧ୍ୟାନ

Image
  ପୀନିଆଲ୍‌ ଗ୍ରନ୍ଥି ହେଉଛି ଏକ ମଟର ମଞ୍ଜି ଆକାରର , ପାଇନ୍‌ କୋଣ ପରି ଅଙ୍ଗ , ଯାହା ମସ୍ତିଷ୍କର ମଧ୍ୟଭାଗରେ , ସିଧାସଳଖ ଭ୍ରୂ ଦ୍ୱୟ ମଧ୍ୟରେ ଅବସ୍ଥିତ । ଶାରୀରିକ ସ୍ତରରେ ଏହା ନ୍ୟୁରୋଟ୍ରାନ୍ସମିଟର ମେଲାଟୋନିନ୍‌ ଏବଂ ସେରୋଟୋନିନ୍‌ ଉତ୍ପାଦନ କରେ ଯାହା ଯଥାକ୍ରମେ ଶୋଇବା ଏବଂ ମନୋବଳ ପାଇଁ ଦାୟୀ । ଏହା ତୃତୀୟ ଆଖି ଭାବରେ ମଧ୍ୟ ଜଣାଶୁଣା କାରଣ ଏଥିରେ ସାଧାରଣ ଆଖି ପରି ଫୋଟୋ ରିସେପ୍ଟର ଥାଏ।           ସମସ୍ତ ସଂସ୍କୃତି ଏହାକୁ ବିଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି ; ଆତ୍ମାର ଆସନ ପରି ; ଆଧ୍ୟାତ୍ମିକ ଜ୍ଞାନ ପାଇଁ ଦାୟୀ ; ଏକ ଷଷ୍ଠ ଇନ୍ଦ୍ରିୟ ଯାହା ପାଞ୍ଚ ଇନ୍ଦ୍ରିୟ ବାହାରେ ଦେଖିପାରେ ; ଆଧ୍ୟାତ୍ମିକ ଜାଗରଣର ପ୍ରତୀକ ; ଭୌତିକ ଏବଂ ଆଧ୍ୟାତ୍ମିକ ଜଗତ ମଧ୍ୟରେ ସମ୍ପର୍କ । ଭାରତୀୟ ପ୍ରସଙ୍ଗରେ , ଭ୍ରୁ ମଧ୍ୟରେ ଥିବା ସ୍ଥାନକୁ ଆଜ୍ଞା ଚକ୍ର (ଅଜନା ଚକ୍ର) କୁହାଯାଏ ଯାହା ପୀନିଆଲ୍‌ ଗ୍ରନ୍ଥିକୁ ପ୍ରତିନିଧିତ୍ୱ କରେ ।           ଏହି ପୃଷ୍ଠଭୂମି ଆମକୁ ଇନ୍ଦ୍ରିୟ ଏବଂ ମନକୁ ନିୟନ୍ତ୍ରଣ କରିବାର ଶ୍ରୀକୃଷ୍ଣଙ୍କ ପଦ୍ଧତିକୁ ବୁଝିବାରେ ସାହାଯ୍ୟ କରିବ , ଯେତେବେଳେ ସେ କୁହନ୍ତି , “ ବାହ୍ୟ ବିଷୟଭୋଗ ଚିନ୍ତନ ନକରି , ସେ ସବୁ ବାହାରେ ହିଁ ତ୍ୟାଗ କରିଦେଇ ଏବଂ ନେତ୍ରର ଦୃଷ୍ଟି ଭ୍ରୂ ଦ୍ୱୟର...