114. ଅତି ସର୍ବତ୍ର ବର୍ଜୟେତ୍
ଶ୍ରୀକୃଷ୍ଣ ସୁନା,
ପଥର ଏବଂ ମାଟିକୁ ସମାନ ଭାବରେ ବ୍ୟବହାର କରିବାକୁ କହିବା ପରେ (6.8),
ସେ ଆହୁରି ମଧ୍ୟ କହିଛନ୍ତି ଯେ “ସୁହୃଦ୍,
ମିତ୍ର, ବୈରୀ, ଉଦାସୀନ,
ମଧ୍ୟସ୍ତ, ଦ୍ୱେଷ୍ୟ ଓ ବନ୍ଧୁଗଣଙ୍କ ଠାରେ, ଧର୍ମାତ୍ମାମାନଙ୍କ ଠାରେ ଏବଂ ପାପୀମାନଙ୍କ ଠାରେ ମଧ୍ୟ ସମାନ ଭାବ ରଖିଥିବା ପୁରୁଷ
ଅତ୍ୟନ୍ତ ଶ୍ରେଷ୍ଠ ଅଟନ୍ତି”(6.9) ।
ଶ୍ରୀକୃଷ୍ଣ ଜିନିଷରୁ ଆରମ୍ଭ
କରି ସେମାନଙ୍କୁ ସମାନ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ତା’ପରେ ସେ ଆମ ଜୀବନରେ
ଲୋକଙ୍କ ଆଡ଼କୁ ଯାଆନ୍ତି ଏବଂ ଆମକୁ ମିତ୍ର ଏବଂ ଶତ୍ରୁ ଧାର୍ମିକ ଓ ଅଧାର୍ମିକ,
ଅପରିଚିତ ବ୍ୟକ୍ତି ଏବଂ ସମ୍ପର୍କୀୟଙ୍କୁ ସମାନ ଭାବରେ ଦେଖିବା ପାଇଁ
କୁହନ୍ତି । ଆମେ ଆମ ଆଖପାଖ ଲୋକଙ୍କୁ ଯେଉଁ ପ୍ରକାର ବର୍ଗୀକରଣ କରନ୍ତି,
ତାଙ୍କ ପ୍ରତି ଆମର ବ୍ୟବହାର ସେହି ବର୍ଗୀକରଣ ଉପରେ ଆଧାରିତ ହୁଏ ।
କୌତୁହଳର ବିଷୟ, ଆମ ପାଇଁ ଜଣେ ବନ୍ଧୁ
ଅନ୍ୟ ଜଣଙ୍କର ଶତ୍ରୁ ହୋଇପାରେ । ଆଜି ଜଣେ ବନ୍ଧୁ ଆସନ୍ତାକାଲି ଆମର ଶତ୍ରୁ ହୋଇପାରନ୍ତି,
ଯାହା ଦର୍ଶାଏ ଯେ ଏହି ସମସ୍ତ ବିଭାଜନ ସ୍ଥିତିଜନ୍ୟ କିମ୍ବା ପକ୍ଷପାତ
ଅଟେ । ତେଣୁ ଶ୍ରୀକୃଷ୍ଣ ଏହି ବିଭାଜନକୁ ପରିତ୍ୟାଗ କରି ସେମାନଙ୍କ ସହିତ ସମାନ ବ୍ୟବହାର
କରିବାକୁ ପରାମର୍ଶ ଦେଉଛନ୍ତି ।
ଶ୍ରୀକୃଷ୍ଣ ଇଙ୍ଗିତ କରୁଛନ୍ତି
ଯେ,
ଜିନିଷ ଲୋକ ଏବଂ ସର୍ମ୍ପକୀୟ ବିଷୟରେ ଲୋକ ଏବଂ ସମ୍ପର୍କୀୟଙ୍କୁ
ଉପଭୋଗର ବସ୍ତୁ ମାନିବା ଉଚିତ ନୁହେଁ । ଧ୍ୟାନ ଦେବା ଯୋଗ୍ୟ ଏହା ଯେ,
ଯେଉଁମାନଙ୍କୁ ଲୋକ ଏବଂ ସମ୍ପର୍କୀୟମାନଙ୍କଠାରେ କଠୋର ଅନୁଭବ ଥିଲା,
ସେ କୁହନ୍ତି ତାଙ୍କୁ ସେ ସମ୍ମାନ ମିଳିଲା ନାହିଁ ଯାହାର ସେ ହକ୍ଦାର
ଥିଲେ । ତାଙ୍କୁ ଉପଭୋଗର ବସ୍ତୁ ଭଳି ବ୍ୟବହାର କରାଗଲା ।
ଶେଷରେ,
ଶ୍ରୀକୃଷ୍ଣ କୁହନ୍ତି, “ଯେ ବହୁତ ଭୋଜନ କରେ କିମ୍ବା ଯେ ଆଦୌ ଭୋଜନ କରେ ନାହିଁ କିମ୍ବା ଯେ
ବହୁତ ଶୁଏ କିମ୍ବା ଯେ ଆଦୌ ଶୁଏ ନାହିଁ, ତା’ଦ୍ୱାରା ଏହି ଯୋଗ ସିଦ୍ଧ ହୁଏ ନାହିଁ” (6.16) ।
ଏଠାରେ ଖାଇବାକୁ
ଇନ୍ଦ୍ରିୟମାନଙ୍କର ସାଙ୍କେତିକ ଭାବରେ ନିଆଯାଇ ପାରିବ । ଅତ୍ୟଧିକ ଖାଇବା ପିଇବା କ୍ଷେତ୍ରରେ,
ଏହା ସୁନ୍ଦର ଭାବରେ ସ୍ଥାପିତ ହୋଇଛି ଯେ ଆମେ ମନ ଏବଂ ଜିଭକୁ
ସନ୍ତୁଷ୍ଟ କରିବା ପାଇଁ ଖାଆନ୍ତି, ନା କି ଶାରିରୀକ ଆବଶ୍ୟକତା ଅନୁଯାୟୀ ଯାହାଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୁଏ । ସେହିଭଳି ଆମର
ଆପତ୍ତିଜନିତ କଥାବାର୍ତ୍ତା ଏବଂ ଅନ୍ୟ ଇନ୍ଦ୍ରିୟମାନଙ୍କର ଦୂରୁପଯୋଗ ଦୁଃଖ ଆଡ଼କୁ ନେଇଯିବା
ନିଶ୍ଚିତ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଇନ୍ଦ୍ରିୟମାନଙ୍କ ଉପଯୋଗରେ ସନ୍ତୁଳନ ରଖିବା ପାଇଁ
କହୁଛନ୍ତି ।

Comments
Post a Comment