118. ପରିବର୍ତ୍ତନ ହିଁ ସ୍ଥାୟୀ
ଜିନିଷଗୁଡିକର ଭୌତିକ ବା
ପ୍ରକାଶିତ ଦୁନିଆରେ ପରିବର୍ତ୍ତନ ସ୍ଥାୟୀ ଏବଂ ଅବ୍ୟକ୍ତ କିମ୍ବା ଆତ୍ମା ଅପରିବର୍ତ୍ତନୀୟ ଅଟେ ।
ଏହି ଦୁଇଟି ମଧ୍ୟରେ ସାମଞ୍ଜସ୍ୟ ଆଣିବା ପାଇଁ ଏକ ତନ୍ତ୍ରର ଆବଶ୍ୟକତା ପଡ଼େ । ସାଙ୍କେତିକ ଭାବରେ, ଏହା ଏକ ସ୍ଥିର ଅକ୍ଷ ଏବଂ ଘୂର୍ଣ୍ଣନ ଚକ ମଧ୍ୟରେ ବଲ ବିୟରିଙ୍ଗ ତନ୍ତ୍ର ସଦୃଶ କିମ୍ବା
ଇଞ୍ଜିନ ଏବଂ ଚକଠାରୁ ଦୁଇଟି ଭିନ୍ନ ଗତିକୁ ପରିଚାଳନା କରୁଥିବା ଗିଅରବକ୍ସ ସଦୃଶ ଅଟେ ।
ସେହିପରି ଏହା ଇନ୍ଦ୍ରିୟଗୁଡିକ ଚିତ୍ତ ଏବଂ ବୁଦ୍ଧିର ମିଳାମିଶା ଏକ ତନ୍ତ୍ର ଅଟେ ଯାହା
ଅପରିପର୍ତ୍ତନୀୟ ଆତ୍ମା ଏବଂ ସର୍ବଦା ବଦଳୁଥିବା ବସ୍ତୁଗୁଡ଼ିକ ଦୁନିଆ ମଧ୍ୟରେ ଅଟେ ।
ଶ୍ରୀକୃଷ୍ଣ ଏକ ପଦାନୁକ୍ରମ ଦେଇଛନ୍ତି ଯେ ଇନ୍ଦ୍ରିୟଗୁଡିକ ଇନ୍ଦ୍ରିୟ ବିଷୟ ଠାରୁ ଶ୍ରେଷ୍ଠ,
ମନ ଇନ୍ଦ୍ରିୟ ଠାରୁ ଶ୍ରେଷ୍ଠ ଏବଂ ବୁଦ୍ଧି ମନ ଠାରୁ ଶ୍ରେଷ୍ଠ ଅଟେ ।
ଆତ୍ମା ବୁଦ୍ଧି ଠାରୁ ଶ୍ରେଷ୍ଠ ଅଟେ (3.42) ।
ଇନ୍ଦ୍ରିୟଗୁଡିକର ଭୌତିକ ଅଂଶ
ସ୍ୱୟଂଚାଳିତ ଭାବରେ ଭୌତିକ ଜଗତର ପରିବର୍ତ୍ତନ ଉପରେ ପ୍ରତିକ୍ରିୟା କରେ । ମନ ହେଉଛି ସ୍ମୃତିର
ଏବଂ ଇନ୍ଦ୍ରିୟଗୁଡିକର ନିୟନ୍ତ୍ରଣ ଅଂଶର ଏକ ମିଶ୍ରଣ ଏବଂ ଆମକୁ ସୁରକ୍ଷିତ ରଖିବା ପାଇଁ
ଇନ୍ଦ୍ରିୟଗୁଡିକର ଭୌତିକ ଅଂଶ ଦ୍ୱାରା ଅଣାଯାଇଥିବା ପ୍ରତ୍ୟେକ ବାହ୍ୟ ପରିବର୍ତ୍ତନକୁ
ନିୟନ୍ତ୍ରଣ କରିବ ବୋଲିଆଶା କରାଯାଏ । ମୁଖ୍ୟ ପ୍ରସଙ୍ଗ ହେଉଛି କ’ଣ ମନକୁ ବୁଦ୍ଧି ନିୟନ୍ତ୍ରଣ
କରେ କିମ୍ବା ବାହ୍ୟ ସମ୍ବେଦନା ନିୟନ୍ତ୍ରଣ କରେ । ଯଦି ଏହା ବାହ୍ୟ ସମ୍ବେଦନା ଦ୍ୱାରା
ପରିଚାଳିତ ହୁଏ ତେବେ ଏହା ଏକ ପ୍ରତିକ୍ରିୟଶୀଳ ଜୀବନ ହେବ ଏବଂ ଯଦି ଏହା ବୁଦ୍ଧି ଦ୍ୱାରା
ପରିଚାଳିତ ହୁଏ ତେବେ ଏହା ଏକ ସଚେତନତାର ଜୀବନ ହେବ ।
ତେଣୁ ଶ୍ରୀକୃଷ୍ଣ ନିଜ ଭିତରେ
ମନକୁ ପ୍ରତିଷ୍ଠିତ କରିବା ପାଇଁ କ୍ରମ କ୍ରମରେ ବୁଦ୍ଧି ବ୍ୟବହାର କରିବାର ଅଭ୍ୟାସ ଆରମ୍ଭ
କରିବାକୁ କୁହନ୍ତି (6.25) ଏବଂ ଏହି ଅଭ୍ୟାସକୁ ନିଷ୍ଠା ଏବଂ ଉତ୍ସାହ ସହିତ କରିବାକୁ
ପ୍ରୋତ୍ସାହିତ କରନ୍ତି (6.23) । ସମସାମୟିକ ସାହିତ୍ୟ
ମଧ୍ୟ ଏହା ସୂଚିତ କରେ ଯେ କୌଣସି ଦକ୍ଷତାକୁ ଆୟତ୍ତ କରିବା ପାଇଁ 10,000 ଘଣ୍ଟାର ଅଭ୍ୟାସ ଆବଶ୍ୟକ ହୁଏ ।
ଏହି ପ୍ରକ୍ରିୟାରେ,
ଆମେ ମଧ୍ୟ ସଂକଳ୍ପ ତ୍ୟାଗକରିବା ଏବଂଇନ୍ଦ୍ରିୟଗୁଡିକୁ ସଂଯମ କରିବା
ଆବଶ୍ୟକ (6.24) । ଇନ୍ଦ୍ରିୟଗୁଡ଼ିକୁ ବଶୀଭୂତ
କରିବା ଆଉ କିଛି ନୁହେଁ ବରଂ ନିଜ ପସନ୍ଦର ଇନ୍ଦ୍ରିୟ ଜନିତ ଉତ୍ତେଜନାଗୁଡିକୁ ପ୍ରାପ୍ତ କରିବାର
ଇଚ୍ଛାକୁ ତ୍ୟାଗ କରିବା ।
ଶ୍ରୀକୃଷ୍ଣ ନିଶ୍ଚିତ କରିଛନ୍ତି
ଯେ ଥରେ ଯଦି ଆମେ ଇନ୍ଦ୍ରିୟଗୁଡିକ ଅତିକ୍ରମ କରିବାର ସର୍ବୋଚ୍ଚ ଆନନ୍ଦ ହାସଲ କରି ସାରିବା,
ତେବେ ଆମେ ବିରାଟ ଦୁଃଖରେ ମଧ୍ୟ ବିଚଳିତ ହେବୁ ନାହିଁ (6.22) ।

Comments
Post a Comment