110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି


 

ଶ୍ରୀକୃଷ୍ଣ କୁହନ୍ତି, “ଯାହାକୁ ସନ୍ନ୍ୟାସ ବୋଲି କହନ୍ତି, ତାହାକୁ ହିଁ ତୁମେ ଯୋଗ ବୋଲି ଜାଣ; କାରଣ ସଙ୍କଳ୍ପ ତ୍ୟାଗ କରି ନଥିବା କୌଣସି ବି ପୁରୁଷ ଯୋଗୀ ହୋଇପାରେ ନାହିଁ” (6.2) ଏହା ପୂର୍ବରୁ 4.19 ଶ୍ଳୋକରେ କୁହାଯାଇଛି ଯେ ଜଣେ ମହାପୁରୁଷର କର୍ମ କାମନା ଏବଂ ସଂଙ୍କଳ୍ପରୁ ମୁକ୍ତ ହୋଇଥାଏ (କାମସଂକଳ୍ପବର୍ଜିତାଃ) ।

          ଶ୍ରୀକୃଷ୍ଣ ଆହୁରି କହିଛନ୍ତି, “ଯୋଗାରୂଢ଼ ହେବାକୁ ଇଚ୍ଛୁକ ମନନଶୀଳ ପୁରୁଷଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗପ୍ରାପ୍ତିର ହେତୁ ବୋଲି କୁହାଯାଏ ଓ ଯୋଗାରୂଢ଼ ହୋଇଯିବା ପରେ ସେହି ଯୋଗାରୁଢ଼ ପୁରୁଷଙ୍କ ସର୍ବସଙ୍କଳ୍ପଶୂନ୍ୟତା ହିଁ ତାଙ୍କ କଲ୍ୟାଣର କାରଣ ବୋଲି କୁହାଯାଏ (6.3) ସର୍ବସଙ୍କଳ୍ପତ୍ୟାଗୀ ପୁରୁଷ ଯେତେବେଳେ ଇନ୍ଦ୍ରିୟମାନଙ୍କ ଭୋଗରେ ଓ କର୍ମମାନଙ୍କରେ ମଧ୍ୟ ଆସକ୍ତ ହୁଅନ୍ତି ନାହିଁ, ସେତେବେଳେ ସେ ଯୋଗାରୂଢ଼ ବୋଲି କଥିତ ହୁଅନ୍ତି” (6.4)

          ଆମେ ବିଶ୍ୱାସ କରୁ ଯେ କର୍ମ ଇଚ୍ଛିତ କର୍ମଫଳ ପାଇବାପାଇଁ ପ୍ରେରିତ ହୁଏ, ନଚେତ କାହିଁକି କେହି କର୍ମ କରିବେ । ଧ୍ୟାନ ଦେବା କଥା ଏହା ଯେ ଯଦି ଆମେ କିଛି ବିଷୟରେ ଜାଣି ନାହୁଁ କିମ୍ବା ଅନୁଭବ କରିନାହୁଁ, ଏହାର ଅର୍ଥ ନୁହେଁ ଯେ ଏହା ବିଦ୍ୟମାନ ନୁହେଁ । ଏହି ପଥରେ ପ୍ରଥମତଃ, ଏହା ଆମର ଅତୀତ କର୍ମର ଅନୁଭବ ବିଶ୍ଳେଷଣ କରିବା ବିଷୟରେ, ଯାହା କର୍ମଫଳ ପାଇଁ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କିପରି ଦୁଃଖ ଆଣିଥିଲେ । ଦ୍ୱିତୀୟତଃ, ଶ୍ରୀକୃଷ୍ଣଙ୍କ ଆଶ୍ୱାସନାରେ ଶ୍ରଦ୍ଧା ସହିତ କର୍ମଫଳର ଆଶା ନକରି ଛୋଟ ଛୋଟ କର୍ମ କରିବା ଆରମ୍ଭ କରିବା । ପରିଶେଷରେ ପ୍ରଶଂସା ଏବଂ ସମାଲୋଚନା ପରି ଧ୍ରୁବଗୁଡ଼ିକୁ ଅତିକ୍ରମ କରିବା ଯାହା ଦ୍ଵାରା ଆନନ୍ଦ ପ୍ରାପ୍ତ ହୁଏ

          ଶ୍ରୀକୃଷ୍ଣ ବାରମ୍ବାର ନିଷ୍କାମ କର୍ମ ଏବଂ ଇନ୍ଦ୍ରିୟ ବସ୍ତୁ ପ୍ରତି ଅନାସକ୍ତିକୁ ପ୍ରୋତ୍ସାହିତ କରନ୍ତି । ଏହି ଉପଦେଶ ଆମକୁ ବାହ୍ୟ ଜଗତ ସହିତ ଯୋଡିବା ଏବଂ ଭୌତିକ ଅସ୍ତିତ୍ୱ ପାଇଁ ମୌଳିକ ନିଷ୍ପତ୍ତି ନେବା ପାଇଁ ଇନ୍ଦ୍ରିୟ ଗୁଡିକୁ ସାଧନ ଭାବରେ ବ୍ୟବହାର କରିବା ବିଷୟରେ । ଏହା ବ୍ୟତୀତ ଯେକୌଣସି ଆସକ୍ତି ହେଉଛି କର୍ମବନ୍ଧନ ।

          ଉଦାହରଣ ସ୍ୱରୂପ, ଯେତେବେଳେ ଆମେ କୌଣସି ସୁନ୍ଦର ବସ୍ତୁକୁ ଦେଖୁ ଏବଂ ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ଆଗକୁ ବଢୁ, ସେତେବେଳେ ଏହା ଅନାସକ୍ତି । ଦ୍ୱିତୀୟଟି ହେଉଛି ତାହା ସହିତ ସଂଯୁକ୍ତ ହେବା, ଯାହାକି ଏହାକୁ ପାଇବାର ଇଚ୍ଛା ସୃଷ୍ଟି କରେ, , ଯାହା ପରବର୍ତ୍ତୀ ପ୍ରେରିତ କାର୍ଯ୍ୟକୁ ନେଇଥାଏ

Comments

Popular posts from this blog

114. ଅତି ସର୍ବତ୍ର ବର୍ଜୟେତ୍‌

118. ପରିବର୍ତ୍ତନ ହିଁ ସ୍ଥାୟୀ