122. “ଏହା ହିଁ ସେ” ର ମନ୍ତ୍ର
ପରମାତ୍ମା ରୂପରେ ଆସି ଶ୍ରୀକୃଷ୍ଣ କହିଛନ୍ତି ଯେ “ଯେଉଁ ପୁରୁଷ ସକଳ ପ୍ରାଣୀଙ୍କ ଠାରେ
ସକଳଙ୍କ ଆତ୍ମାରୂପକ ମୋତେ, ଅର୍ଥାତ୍ ବାସୁଦେବଙ୍କୁ ହିଁ
ଦେଖନ୍ତି ଓ ସକଳ ପ୍ରାଣୀଙ୍କୁ ମୋର ଅର୍ଥାତ୍ ବାସୁଦେବଙ୍କର ଅନ୍ତର୍ଗତ ଥିବା ଦେଖନ୍ତି, ତାଙ୍କୁ ମୁଁ ଅଦୃଶ୍ୟ ନୁହେଁ, କି ସେ ମୋତେ ଅଦୃଶ୍ୟ
ନୁହନ୍ତି” (6.30) ।
ଏହି ଶ୍ଳୋକ ଭକ୍ତିଯୋଗର ମୂଳ ଅଟେ ଯେଉଁଠାରେ ସାଧକ ସବୁ ସ୍ଥାନରେ ଏବଂ
ସବୁ ସ୍ଥିତିରେ ପରମାତ୍ମାଙ୍କୁ ଅନୁଭବ କରେ ।
“ଏହା ହିଁ ସେ” ର ମନ୍ତ୍ର - ଚମତ୍କାର କରିପାରେ ଯଦି
ଆମେ ଏହା ଭିତରକୁ ଗଭୀରକୁ ଯିବା, ଯେଉଁଠାରେ ‘ଏହା’ କୌଣସି
ବ୍ୟକ୍ତି କିମ୍ବା ବସ୍ତୁ କିମ୍ବା ସ୍ଥିତି ହୋଇପାରେ । ଥରେ ଯଦି ‘ଏହାକୁ’ ଆମେ ଜାଣି ନିଅନ୍ତି, ତା’ହେଲେ ଆମେ ସମସ୍ତଙ୍କ ମଧ୍ୟରେ ପରମାତ୍ମାଙ୍କୁ ଦେଖିପାରିବା । ସେହି ବ୍ୟକ୍ତି ମିତ୍ର
ହେଉ କିମ୍ବା ଶତ୍ରୁ; ସାହାଯ୍ୟ କରିବ କିମ୍ବା ଆଘାତ
କରିବ;
ପ୍ରଶଂସା କିମ୍ବା ସମାଲୋଚନା; କୌଣସି ଜିନିଷ ସୁନା ପରି ମୂଲ୍ୟବାନ କି ପଥର ପରି ମୂଲ୍ୟହୀନ; ପରିସ୍ଥିତି ଅନୁକୂଳ କିମ୍ବା ପ୍ରତିକୂଳ; ଭୟାନକ ବା ସୁଖଦ; ସୁଖର ମୁହୂର୍ତ୍ତ ବା
ଯନ୍ତ୍ରଣାର ମୁହୂର୍ତ୍ତ, ବିଜୟ କିମ୍ବା ପରାଜୟ; ଏବଂ ଏହି ତାଲିକା ଶେଷ ହୁଏ ନାହିଁ ।
ଶ୍ରୀକୃଷ୍ଣ କହିଛନ୍ତି ଯେ ଯେପରି
ଲୋକମାନେ ମୋ ପ୍ରତି ସମର୍ପିତ, ସେହିଭଳି ମୁଁ ମଧ୍ୟ ନିଜକୁ ପ୍ରକଟ କରେ (4.11) ଏବଂ ମୋ ପାଇଁ କେହି ଘୃଣିତ ନୁହଁନ୍ତି
ଏବଂ କେହି ମୋର ପ୍ରିୟ ନୁହଁନ୍ତି (9.29) । ଏହି କଥା ଆମକୁ ଏହା
ବୁଝିବାରେ ସାହାଯ୍ୟ କରିବ ଯେତେବେଳେ ଶ୍ରୀକୃଷ୍ଣ ଏକ କୌତୁହଳପୂର୍ଣ୍ଣ ଭାବରେ କୁହନ୍ତି ଯେ
“ସେମାନେ ମୋ ପାଇଁ ଅଦୃଶ୍ୟ ନୁହଁନ୍ତି ଯିଏ ମୋତେ ସର୍ବତ୍ର ଦେଖନ୍ତି” । ଏହାର ଅର୍ଥ ହେଉଛି ଆମ
ଭିତରେ ବିଭାଜନର ମାପ ପରମାତ୍ମାଙ୍କଠାରୁ ଆମର ଦୂରତାକୁ ସୂଚିତ କରେ ।
ସେ ଆହୁରି ମଧ୍ୟ ନିଶ୍ଚିତ
କରିଛନ୍ତି ଯେ “ଯେଉଁ ପୁରୁଷ ଐକ୍ୟ ଭାବରେ ରହି ସମସ୍ତ ପ୍ରାଣୀଙ୍କ ଠାରେ ଆତ୍ମରୂପରେ ଅବସ୍ଥିତ
ମୋତେ (ବାସୁଦେବଙ୍କୁ) ଭଜନ୍ତି, ସେହି ଯୋଗୀ ସକଳପ୍ରକାର କ୍ରିୟାକଳାପ
କରୁଥିଲେ ମଧ୍ୟ ମୋ’ ପାଇଁ ସବୁକିଛି କରୁଥାନ୍ତି” (6.31) । ଏହା ଆମେ କିଏ ବିଷୟରେ, କିନ୍ତୁ ଆମେ କ’ଣ କରୁ
କିମ୍ବା ଆମ ପାଖରେ କ’ଣ ଅଛି ତାହା ବିଷୟରେ ନୁହେଁ ।
ଭୌତିକ ଜଗତ ସୁଖ ଏବଂ ଦୁଃଖ ଧୃବରେ
ଭରି ପଡିଛି । ଆମେ ଧନୀ ହେଉ କିମ୍ବା ପ୍ରଭାବଶାଳୀ, ଆମେ କ୍ରୋଧ,
ପୀଡା ଏବଂ ନିରାଶା ଭଳି ଦୁଃଖ ଦ୍ୱନ୍ଦ୍ୱରୁ ବଞ୍ଚିପାରିବୁ ନାହିଁ ।
ସେଥିପାଇଁ ଶ୍ରୀକୃଷ୍ଣ ଆମକୁ ଏକତାରେ ନିଜକୁ ପ୍ରତିଷ୍ଠିତ କରିବାକୁ କୁହନ୍ତି ଯାହା ଆମକୁ ଧୃବ
ଏବଂ ବିଭାଜନକୁ ଅତିକ୍ରମ କରାଇବ ।

Comments
Post a Comment