122. “ଏହା ହିଁ ସେ” ର ମନ୍ତ୍ର

 

            ପରମାତ୍ମା ରୂପରେ ଆସି ଶ୍ରୀକୃଷ୍ଣ କହିଛନ୍ତି ଯେ “ଯେଉଁ ପୁରୁଷ ସକଳ ପ୍ରାଣୀଙ୍କ ଠାରେ ସକଳଙ୍କ ଆତ୍ମାରୂପକ ମୋତେ, ଅର୍ଥାତ୍‌ ବାସୁଦେବଙ୍କୁ ହିଁ ଦେଖନ୍ତି ଓ ସକଳ ପ୍ରାଣୀଙ୍କୁ ମୋର ଅର୍ଥାତ୍‌ ବାସୁଦେବଙ୍କର ଅନ୍ତର୍ଗତ ଥିବା ଦେଖନ୍ତି, ତାଙ୍କୁ ମୁଁ ଅଦୃଶ୍ୟ ନୁହେଁ, କି ସେ ମୋତେ ଅଦୃଶ୍ୟ ନୁହନ୍ତି” (6.30) ଏହି ଶ୍ଳୋକ ଭକ୍ତିଯୋଗର ମୂଳ ଅଟେ ଯେଉଁଠାରେ ସାଧକ ସବୁ ସ୍ଥାନରେ ଏବଂ ସବୁ ସ୍ଥିତିରେ ପରମାତ୍ମାଙ୍କୁ ଅନୁଭବ କରେ ।

          “ଏହା ହିଁ ସେ” ର ମନ୍ତ୍ର - ଚମତ୍କାର କରିପାରେ ଯଦି ଆମେ ଏହା ଭିତରକୁ ଗଭୀରକୁ ଯିବା, ଯେଉଁଠାରେ ‘ଏହା’ କୌଣସି ବ୍ୟକ୍ତି କିମ୍ବା ବସ୍ତୁ କିମ୍ବା ସ୍ଥିତି ହୋଇପାରେ । ଥରେ ଯଦି ‘ଏହାକୁ’ ଆମେ ଜାଣି ନିଅନ୍ତି, ତା’ହେଲେ ଆମେ ସମସ୍ତଙ୍କ ମଧ୍ୟରେ ପରମାତ୍ମାଙ୍କୁ ଦେଖିପାରିବା । ସେହି ବ୍ୟକ୍ତି ମିତ୍ର ହେଉ କିମ୍ବା ଶତ୍ରୁ; ସାହାଯ୍ୟ କରିବ କିମ୍ବା ଆଘାତ କରିବ; ପ୍ରଶଂସା କିମ୍ବା ସମାଲୋଚନା; କୌଣସି ଜିନିଷ ସୁନା ପରି ମୂଲ୍ୟବାନ କି ପଥର ପରି ମୂଲ୍ୟହୀନ; ପରିସ୍ଥିତି ଅନୁକୂଳ କିମ୍ବା ପ୍ରତିକୂଳ; ଭୟାନକ ବା ସୁଖଦ; ସୁଖର ମୁହୂର୍ତ୍ତ ବା ଯନ୍ତ୍ରଣାର ମୁହୂର୍ତ୍ତ, ବିଜୟ କିମ୍ବା ପରାଜୟ; ଏବଂ ଏହି ତାଲିକା ଶେଷ ହୁଏ ନାହିଁ ।

          ଶ୍ରୀକୃଷ୍ଣ କହିଛନ୍ତି ଯେ ଯେପରି ଲୋକମାନେ ମୋ ପ୍ରତି ସମର୍ପିତ, ସେହିଭଳି ମୁଁ ମଧ୍ୟ ନିଜକୁ ପ୍ରକଟ କରେ (4.11) ଏବଂ ମୋ ପାଇଁ କେହି ଘୃଣିତ ନୁହଁନ୍ତି ଏବଂ କେହି ମୋର ପ୍ରିୟ ନୁହଁନ୍ତି (9.29) ଏହି କଥା ଆମକୁ ଏହା ବୁଝିବାରେ ସାହାଯ୍ୟ କରିବ ଯେତେବେଳେ ଶ୍ରୀକୃଷ୍ଣ ଏକ କୌତୁହଳପୂର୍ଣ୍ଣ ଭାବରେ କୁହନ୍ତି ଯେ “ସେମାନେ ମୋ ପାଇଁ ଅଦୃଶ୍ୟ ନୁହଁନ୍ତି ଯିଏ ମୋତେ ସର୍ବତ୍ର ଦେଖନ୍ତି” । ଏହାର ଅର୍ଥ ହେଉଛି ଆମ ଭିତରେ ବିଭାଜନର ମାପ ପରମାତ୍ମାଙ୍କଠାରୁ ଆମର ଦୂରତାକୁ ସୂଚିତ କରେ ।

          ସେ ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି ଯେ “ଯେଉଁ ପୁରୁଷ ଐକ୍ୟ ଭାବରେ ରହି ସମସ୍ତ ପ୍ରାଣୀଙ୍କ ଠାରେ ଆତ୍ମରୂପରେ ଅବସ୍ଥିତ ମୋତେ (ବାସୁଦେବଙ୍କୁ) ଭଜନ୍ତି, ସେହି ଯୋଗୀ ସକଳପ୍ରକାର କ୍ରିୟାକଳାପ କରୁଥିଲେ ମଧ୍ୟ ମୋ’ ପାଇଁ ସବୁକିଛି କରୁଥାନ୍ତି” (6.31) ଏହା ଆମେ କିଏ ବିଷୟରେ, କିନ୍ତୁ ଆମେ କ’ଣ କରୁ କିମ୍ବା ଆମ ପାଖରେ କ’ଣ ଅଛି ତାହା ବିଷୟରେ ନୁହେଁ ।

          ଭୌତିକ ଜଗତ ସୁଖ ଏବଂ ଦୁଃଖ ଧୃବରେ ଭରି   ପଡିଛି । ଆମେ ଧନୀ ହେଉ କିମ୍ବା ପ୍ରଭାବଶାଳୀ, ଆମେ କ୍ରୋଧ, ପୀଡା ଏବଂ ନିରାଶା ଭଳି ଦୁଃଖ ଦ୍ୱନ୍ଦ୍ୱରୁ ବଞ୍ଚିପାରିବୁ ନାହିଁ । ସେଥିପାଇଁ ଶ୍ରୀକୃଷ୍ଣ ଆମକୁ ଏକତାରେ ନିଜକୁ ପ୍ରତିଷ୍ଠିତ କରିବାକୁ କୁହନ୍ତି ଯାହା ଆମକୁ ଧୃବ ଏବଂ ବିଭାଜନକୁ ଅତିକ୍ରମ କରାଇବ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌