123. ସୁଖ ସାଧନର ପରିଧି
କିଛି ଶତାବ୍ଦୀ ପୂର୍ବରୁ, ୟୁରୋପରେ ଆମେରିକାର
ଅସ୍ତିତ୍ୱ ବିଷୟରେ କେହି ଜାଣି ନଥିଲେ । ଯେତେବେଳେ କଲମ୍ବସ୍ ସେଠାରେ ପହଞ୍ଚିଲେ, ସେତେବେଳେ ତାଙ୍କ ବୁଝିବା ବାହାରେ ଯେ ଏକ ବିଶାଳ ମହାଦ୍ୱୀପ ଆବିଷ୍କାର ହେବାକୁ ଅପେକ୍ଷା
କରୁଅଛି । ଯେହେତୁ ତାଙ୍କର ଜ୍ଞାନ ସେହି ସମୟର ଭୌଗୋଳିକ ସ୍ତରରେ ସୀମିତ ଥିଲା, ସେ ଏହାକୁ ଭୁଲରେ ଏସିଆ ବୋଲି ଭାବିଲେ ଏବଂ ବାକି ସବୁ ଇତିହାସ ।
ଏହିପରି ଘଟଣାକୁ ବ୍ୟାଖ୍ୟା
କରିବାରେ,
ସମସାମୟିକ ମନୋବିଜ୍ଞାନ ଦୁଇଟି ଚିନ୍ତାଧାରା ବିଷୟରେ କହେ ଏବଂ ସେମାନଙ୍କୁ ଦୁଇଟି ପ୍ରଣାଳୀ ବୋଲି ମଧ୍ୟ କହିଥାଏ । ପ୍ରଥମ ପ୍ରଣାଳୀ ସ୍ୱୟଂଚାଳିତ, ସରଳ ଏବଂ ଆମର ଭୌତିକ ଅସ୍ତିତ୍ୱ ପାଇଁ ଦାୟୀ । ଦ୍ୱିତୀୟ ପ୍ରଣାଳୀ ଜଟିଳ ବିଷୟ ଉପରେ ଧ୍ୟାନ
ଦେବା ପାଇଁ ବହୁ ପରିଶ୍ରମ ଏବଂ ଧ୍ୟାନ ଅନ୍ତର୍ଭୁକ୍ତ କରେ । ଆମେ ପ୍ରାୟତଃ ପ୍ରଥମ ପ୍ରଣାଳୀକୁ
ଦ୍ୱିତୀୟ ପ୍ରଣାଳୀର କାର୍ଯ୍ୟକଳାପକୁ ଅଧିଗ୍ରହଣ କରିବାକୁ ଅନୁମତି ଦେଇଥାଉ, ଯାହା ଫଳସ୍ୱରୂପ ତତ୍କ୍ଷଣାତ୍ ସିଦ୍ଧାନ୍ତ ବାହାରିଥାଏ । କଲମ୍ବସ୍ଙ୍କ ନିଷ୍କର୍ଷ ପରି ଏହି ସିଦ୍ଧାନ୍ତଗୁଡିକ ଭୁଲ୍ ହେବାକୁ ବାଧ୍ୟ, କାରଣ ସେଗୁଡିକ ଦୃଢ ପ୍ରମାଣ ଉପରେ ଆଧାରିତ ନୁହେଁ କାରଣ ପ୍ରମାଣ ସଂଗ୍ରହ ହେଉଛି ଦ୍ୱିତୀୟ
ପ୍ରଣାଳୀର କାର୍ଯ୍ୟ ।
ଦ୍ୱିତୀୟ ପ୍ରଣାଳୀ ପ୍ରସଙ୍ଗରେ
ଅର୍ଜୁନ ମଧ୍ୟ ପ୍ରଥମ ପ୍ରଣାଳୀ ବ୍ୟବହାର କରୁଥିଲେ ଏବଂ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ “ଏହି ଯେଉଁ
ସମତ୍ୱରୂପକ ଯୋଗ ଆପଣ କହିଲେ, ମନର ଚଞ୍ଚଳତା ଦୃଷ୍ଟିରୁ ମୁଁ
ତାହାର ନିତ୍ୟସ୍ଥିତି ଦେଖିପାରୁ ନାହିଁ (6.33)। କାରଣ ହେ ଶ୍ରୀକୃଷ୍ଣ! ଏହି ମନ ବଡ଼ ଚଞ୍ଚଳ, ଇନ୍ଦ୍ରିୟକ୍ଷୁବ୍ଧକାରୀ, ଅତ୍ୟନ୍ତ ଦୃଢ଼ ଓ ବଳବାନ ଅଟେ
। ତେଣୁ ମୁଁ ଭାବୁଛି, ଏହାକୁ ବଶ କରିବା ବାୟୁକୁ ବଶ
କରିବା ପରି ଅତ୍ୟନ୍ତ ଦୁଷ୍କର” (6.34) ।
ଅର୍ଜୁନଙ୍କ ମାନସିକ ସ୍ଥିତି ଏହି
ଜ୍ଞାନରେ ସୀମିତ ଯେ ମନ ଚଞ୍ଚଳ ଅଟେ ଏବଂ ସେ ଏହି ନିଷ୍କର୍ସରେ ପହଞ୍ଚେ ଯେ ଏହାକୁ ନିୟନ୍ତ୍ରଣ
କରିବା କଷ୍ଟକର । ଅର୍ଜୁନଙ୍କର ଏହି ସିଦ୍ଧାନ୍ତ ତାଙ୍କ ଅତୀତର ଅନୁଭୂତି ଉପରେ ଆଧାରିତ ଯାହା
ଆମର ଇନ୍ଦ୍ରିୟଗୁଡିକର ଦୃଷ୍ଟି ବାହାରେ ଦେଖିବାର କ୍ଷମତାକୁ ସୀମିତ କରେ ।
ସଂଯୋଗବଶତଃ ତାଙ୍କର ପ୍ରଶ୍ନ କେବଳ ତାଙ୍କର ନୁହେଁ, ସମଗ୍ର ମାନବିକତାର ପ୍ରଶ୍ନ । ବ୍ୟାପକ ଭାବରେ କହିବାକୁ ଗଲେ, ଆମ ସମସ୍ତଙ୍କ ମତ ଅଛି ଯେ ରାସ୍ତା କଠିନ । ଗୋଟିଏ ପାର୍ଶ୍ୱରେ, ଶ୍ରୀକୃଷ୍ଣଙ୍କର ଅନନ୍ତ ଆନନ୍ଦର ଆଶ୍ୱାସନ ଆମକୁ ଆକର୍ଷିତ କରେ (6.28), କିନ୍ତୁ ଅଜ୍ଞାତର ଭୟ ଆମକୁ ପୁନର୍ବାର ଆମ ନିଜ-ନିଜ ଆରାମ ସ୍ଥାନକୁ ଟାଣି ନେଇଥାଏ ।

Comments
Post a Comment