3. ବର୍ତ୍ତମାନରେ ବାସ କରିବା

 

 

           ଶ୍ରୀମଦ୍ଭଗବଦ୍ଗୀତା ଏହି ବିଷୟରେ ଇଙ୍ଗିତ କରେ ଯେ ଆମେ କିଏ । ଏହା ସତ୍ୟକୁ ଜାଣିବା ଛଡ଼ା ସତ ହେବା ପରି ଏବଂ ଏହା କେବଳ ସେତେବେଳେ ସମ୍ଭବ ଯେତେବେଳେ ଆମେ ବର୍ତ୍ତମାନର ମୁହୂର୍ତ୍ତରେ ବାସ କରୁ ।

          ଅର୍ଜୁନଙ୍କର ଅନ୍ତର୍ନିହିତ ଦ୍ଵିବିଧା ହେଉଛି ଯଦି ସେ ତାଙ୍କ ବନ୍ଧୁ, ସମ୍ପର୍କୀୟ ଏବଂ ଗୁରୁଜନଙ୍କୁ ରାଜ୍ୟ ପାଇଁ ବଧ କରନ୍ତି ତେବେ ବିଶ୍ୱର ଆଖିରେ ତାଙ୍କ ଭାବମୂର୍ତ୍ତି କ’ଣ ହେବ? ଏହା ବହୁତ ଯୁକ୍ତିଯୁକ୍ତ ମନେହୁଏ । ଯଦି କେହି ଗୀତା ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଏହି ପ୍ରଥମ ବାଧା ଅତିକ୍ରମ କରିବାକୁ ପଡିବ ।

          ଅର୍ଜୁନଙ୍କ ପ୍ରକୃତ ଦ୍ଵିବିଧା ତାଙ୍କ ଭବିଷ୍ୟତ ବିଷୟରେ, ଯେଉଁଠାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଆମର କର୍ମ କରିବାର ଅଧିକାର ଅଛି କିନ୍ତୁ କର୍ମଫଳ ଉପରେ ଆମର କୌଣସି ଅଧିକାର ନାହିଁ । କାରଣ କର୍ମ ବର୍ତ୍ତମାନ ସମୟରେ ଘଟେ ଏବଂ କର୍ମର ଫଳ ଭବିଷ୍ୟତରେ ପ୍ରାପ୍ତ ହୁଏ ।

          ଅର୍ଜୁନଙ୍କ ସଦୃଶ, ଆମର ପ୍ରବୃତ୍ତି ବାଞ୍ଛିତ କର୍ମଫଳ ପ୍ରାପ୍ତ କରିବା ପାଇଁ ଥାଏ । ବେଳେବେଳେ ଆଧୁନିକ ଜୀବନ ଆମକୁ ଆଭାସ ଦେଇଥାଏ ଯେ ଭବିଷ୍ୟତର ଫଳାଫଳକୁ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ବାସ୍ତବରେ ଭବିଷ୍ୟତ ହେଉଛି ଅନେକ ସମ୍ଭାବନାର ଏକ ମିଶ୍ରଣ ଯାହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ।

          ଆମର ଅହଂକାର ଆମର ଅତୀତ ଉପରେ ନିର୍ଭର କରେ ଏବଂ ଭବିଷ୍ୟତ ବର୍ତ୍ତମାନ ଉପରେ ପ୍ରକ୍ଷେପିତ କରେ, ଯେଉଁ କାରଣରୁ ଆମେ ବର୍ତ୍ତମାନରେ ବଞ୍ଚିବାକୁ ଅସମର୍ଥ ।

          ଅନ୍ତରୀକ୍ଷ ବିଷୟରେ ଗାଲାକ୍ସି, ତାରା ଏବଂ ଗ୍ରହମାନଙ୍କୁ ନେଇ ଗଠିତ ବ୍ରହ୍ମାଣ୍ଡର ବିଶେଷତା ପରିକ୍ରମା ଅଟେ । ଏହା ଏକ ସ୍ଥିର ଚକ ଏବଂ ଘୂର୍ଣ୍ଣନ ଚକ ପରି । ଚକ କେବେ ବି ଘୁଞ୍ଚେ ନାହିଁ ଏବଂ ଏହା ବିନା ଘୂର୍ଣ୍ଣନ ଚକକୁ ଘୁଞ୍ଚାଇବା ସମ୍ଭବ ନୁହେଁ । ପ୍ରତ୍ୟେକ ତୁଫାନର ଏକ ଶାନ୍ତ କେନ୍ଦ୍ର ଅଛି ଯାହା ବିନା କୌଣସି ତୁଫାନ ଗତି ହାସଲ କରିପାରିବ ନାହିଁ । ତୁଫାନର କେନ୍ଦ୍ରରୁ ଯେତେ ଦୂରତା, ବିଶୃଙ୍ଖଳା ସେତେ ଅଧିକ ।

          ଆମ ଭିତରେ ମଧ୍ୟ ଏକ ଶାନ୍ତ କେନ୍ଦ୍ର ଅଛି । ଯାହା ଆମର ଅନ୍ତରାତ୍ମା ବ୍ୟତୀତ ଆଉ କିଛି ନୁହେଁ ଏବଂ ଅସ୍ଥିର ଜୀବନ ଏହାର ଚାରିପଟେ ଘୂରିବୁଲୁଛି । ଅର୍ଜୁନଙ୍କ ଅଶାନ୍ତି ତାଙ୍କ ଛବି ବିଷୟରେ । ଅର୍ଜୁନଙ୍କ ପରି ଆମେ ମଧ୍ୟ ଅନ୍ୟମାନଙ୍କ ଆଖିରେ ନିଜ ବିଷୟରେ ଏକ ପ୍ରତିଛବି ସୃଷ୍ଟି କରୁ ।

          ସେଥିପାଇଁ ଗୀତା କହୁଛି ଯେ ଆମକୁ ବର୍ତ୍ତମାନରେ ବଞ୍ଚିବା ଏବଂ ଅନ୍ତରାତ୍ମା ସହିତ ନିଜକୁ ଯୋଡ଼ି କରି ରଖିବା ଉଚିତ୍‌।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌