9. ମିତ୍ର ଏବଂ ଶତ୍ରୁକୁ ଚିହ୍ନିବା
ଗୀତାରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେ ତୁମେ ନିଜର ବନ୍ଧୁ ଏବଂ ତୁମେ ନିଜର ଶତ୍ରୁ ଅଟ । ଏକ ସରେଇରେ ଅଟକିଥିବା ମାଙ୍କଡ଼ର କାହାଣୀ ଏହାକୁ ଭଲ ଭାବରେ ବର୍ଣ୍ଣନା କରେ ।
କିଛି ଶୁଖିଲା ଫଳ ଏକ
ପାତ୍ରରେ ରଖାଯାଏ ଯେଉଁଥିରେ ମାଙ୍କଡ଼ର ହାତ କ୍ୱଚିତ୍ ପ୍ରବେଶ କରିପାରିବ । ମାଙ୍କଡ଼ଟି ସରେଇ
ମଧ୍ୟରେ ହାତ ରଖି ମୁଠାଏ ବାଦାମ ଧରିଥାଏ। ଏକ ମୁଠା ହେବା ଦ୍ୱାରା ହାତର ଆକାର ବଢେ ଏବଂ ଏହା
ସରେଇରୁ ବାହାରି ପାରିବ ନାହିଁ । ମାଙ୍କଡ଼ଟି ସରେଇରୁ ବାଦାମରେ ପରିପୂର୍ଣ୍ଣ ମୁଠା ବାହାର କରିବା
ପାଇଁ ସମସ୍ତ ପ୍ରୟାସ କରେ । ସେ ଭାବେ ଯେ କେହି ଜଣେ ତା’ ପାଇଁ ଜାଲ ବିଛାଇଛି ଏବଂ ସେ
ବୁଝିବାରେ ବିଫଳ ହୁଏ ଯେ ସେ ନିଜେ ହିଁ ଏହି ଜାଲ ବିଛାଇଛି। କୌଣସି ପରାମର୍ଶ ମାଙ୍କଡ଼କୁ ଏହି
ବାଦାମ ଛାଡିବାକୁ ପ୍ରବର୍ତ୍ତାଇ ପାରିବ ନାହିଁ, ବରଂ ସେ ଭାବେ ଯେ ଆମେ ତା’ ବାଦାମ ଧରିବାକୁ ଚେଷ୍ଟା କରୁଛୁ ।
ବାହ୍ୟରୁ ଏହା
ଯଥେଷ୍ଟ ସରଳ ମନେହୁଏ ଯେ କିଛି ବାଦାମକୁ ଏଥିରୁ ଫୋପାଡି ଦେବାକୁ ପଡିବ ଯାହା ଦ୍ୱାରା ତା’ ହାତ
ବାହାରକୁ ଆସିବ । ଯେତେବେଳେ ଆମେ କୌଣସି ଅସୁବିଧାରେ ଅଟକି ଯାଉ ସେତେବେଳେ ଏହି ସରଳ ତଥ୍ୟକୁ ହୃଦୟଙ୍ଗମ କରିବା ଆମ ପାଇଁ ଏକ ଆହ୍ୱାନ
।
ବନ୍ଦ ମୁଷ୍ଟି ଆମର
ଶତ୍ରୁ ଏବଂ ଖୋଲା ହାତ ହେଉଛି ଆମର ମିତ୍ର ଏବଂ ଏହାକୁ ବୁଝିବା ଦ୍ୱାରା ଆମେ ନିଜକୁ ମିତ୍ର
କିମ୍ବା ଶତ୍ରୁ କରିପାରିବା ।
ଜୀବନରେ, ଆମେ ଏହିପରି ଅନେକ ଜାଲର ସମ୍ମୁଖୀନ ହେଉ। ସେହି ବାଦାମଗୁଡ଼ିକ “ମୁଁ’ ଏବଂ “ମୋର’ ଛଡା ଆଉ
କିଛି ନୁହେଁ । ଅହଂକାର ସେମାନଙ୍କ ସାଥିରେ ଆମର ହାତ ବାନ୍ଧେ । ଗୀତା ଆମକୁ ବାରମ୍ବାର ଅହଂକାରକୁ ଛାଡିବାକୁ ଅନେକ ମାର୍ଗ ଦର୍ଶାଏ, ଯାହା ଦ୍ୱାରା ଆମେ ଏହି ଜାଲରୁ ମୁକ୍ତ ହୋଇ ଚରମ ସ୍ୱାଧୀନତା ଅର୍ଥାତ୍ ମୋକ୍ଷ ହାସଲ
କରିପାରିବା ।
ଯେତେବେଳେ ଏହି କୋଳାହଳପୂର୍ଣ୍ଣ ଏବଂ ଦ୍ରୁତ ଗତିଶୀଲ ଦୁନିଆରେ ଆମେ ମନ୍ଥର ହୋଇଯିବା, ତେବେଯାଇ
ଏହି ଜାଲଗୁଡ଼ିକୁ ହୃଦୟଙ୍ଗମ କରିବା ସହଜ ହୋଇଯାଏ ।

Comments
Post a Comment