18. “ସତ୍’ ଏବଂ “ଅସତ୍’
ଶ୍ରୀକୃଷ୍ଣ କହିଛନ୍ତି ଯେ ସତ୍ୟ ଯାହା ବାସ୍ତବିକତା ଏବଂ ସ୍ଥାୟିତ୍ୱ, କଦାପି ଶେଷ ହୁଏ ନାହିଁ । ଅସତ୍ୟ ଯାହା ଭ୍ରମ ଏବଂ ଅସ୍ଥାୟୀ ଅଟେ, ଏହାର କୌଣସି ଅସ୍ତିତ୍ୱ ନାହିଁ । ଜ୍ଞାନୀମାନେ ହେଉଛନ୍ତି ସେମାନେ ଯିଏ ଦୁଇଟି ମଧ୍ୟରେ ପାର୍ଥକ୍ୟ କରିପାରନ୍ତି (2.16) ।
ସତ୍ୟ ଏବଂ ଅସତ୍ୟର ଜଟିଳତାକୁ
ବୁଝିବା ପାଇଁ ଅନେକ ସଂସ୍କୃତିରେ ଦଉଡ଼ି ଏବଂ ସାପର କାହାଣୀ ଅନେକ ସମୟରେ ଉଲ୍ଲେଖ କରାଯାଇଥାଏ ।
ଜଣେ ବ୍ୟକ୍ତି ସନ୍ଧ୍ୟାରେ ଘରକୁ ଫେରି ତାଙ୍କ ଘରର ପ୍ରବେଶ ପଥରେ ଏକ ସାପ କୁଣ୍ଡଳୀ ମାରି
ବସିବାର ଦେଖିଲେ । କିନ୍ତୁ ଏହା ବାସ୍ତବରେ ପିଲାମାନଙ୍କ ଦ୍ୱାରା ଛାଡି ଦିଆଯାଇଥିବା ଏକ ଦଉଡି
ଥିଲା,
ଯାହା ଅନ୍ଧକାରରେ ସାପ ପରି ଦେଖାଯାଉଥିଲା । ଏଠାରେ ଦଉଡି ହେଉଛି
ସତ୍ୟର ପ୍ରତୀକ ଏବଂ ସାପ ହେଉଛି ଅସତ୍ୟର ପ୍ରତୀକ । ଯେପର୍ଯ୍ୟନ୍ତ ସେ ସତ୍ୟ ଅର୍ଥାତ୍ ଦଉଡି
ହୃଦୟଙ୍ଗମ ନକରନ୍ତି, ସେ ଅସତ୍ୟ ଅର୍ଥାତ୍ କଳ୍ପିତ
ସାପର ମୁକାବିଲା ପାଇଁ ଅନେକ କୌଶଳ ଆପଣେଇ ପାରିବେ । ସେ ବାଡ଼ିରେ ତାକୁ ଆକ୍ରମଣ କରିପାରେ
କିମ୍ବା ପଳାଇପାରେ କିମ୍ବା ତା’ର ସତ୍ୟତା ପରୀକ୍ଷା କରିବା ପାଇଁ ଏକ ମଶାଲ/ଦୀପ ଜଳାଇପାରେ ।
ଆମର ଅନୁମାନ ଅସତ୍ୟ ହେଲେ ସର୍ବୋତ୍ତମ ରଣନୀତି ଏବଂ କୌଶଳ ବ୍ୟର୍ଥ ହୁଏ ।
ଅସତ୍ୟର ଅସ୍ତିତ୍ୱ ସତ୍ୟରୁ
ଆସିଥାଏ,
ଯେପରି ଏକ ସାପ ଦଉଡ଼ି ବିନା ବିଦ୍ୟମାନ ନାହିଁ । ଯେହେତୁ ଅସତ୍ୟର
ଅସ୍ତିତ୍ୱ ସତ୍ୟ ହେତୁ, ଏହା ଆମକୁ ଏକ ଦୁଃସ୍ୱପ୍ନ
ପରି ପ୍ରଭାବିତ କରିପାରେ ଯାହା ଆମ ଶରୀରକୁ ଶୋଇବା ସମୟରେ ଭୟ ଝାଳରେ ବୁଡାଇ ଦେଇପାରେ ।
ଅସତ୍ୟ ଚିହ୍ନିବା ପାଇଁ
ଶ୍ରୀକୃଷ୍ଣଙ୍କ ଦ୍ୱାରା ଦିଆଯାଇଥିବା ବିଚକ୍ଷଣ ନୀତି ହେଉଛି ‘ଯାହା ଅତୀତରେ ବିଦ୍ୟମାନ ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ରହିବ ନାହିଁ’ । ଯଦି ଆମେ ଇନ୍ଦ୍ରିୟରୁ ଜାତ ସୁଖର ଉଦାହରଣ ନିଅନ୍ତି, ତା’ହେଲେ ଏହା ପୂର୍ବରେ ନଥିଲା ଏବଂ କିଛି ସମୟ ପରେ ମଧ୍ୟ ରହିବ ନାହିଁ । ପୀଡା ଏବଂ ଅନ୍ୟ
ସମସ୍ତ ବିଷୟରେ ମଧ୍ୟ ସେମିତି ଅଟେ । ଏହି ସମ୍ବନ୍ଧରେ ସୂଚନା ଏହା ଯେ
ଅସତ୍ୟ ସାମୟିକ ଥିବାବେଳେ ସତ୍ୟ ଶାଶ୍ୱତ ଅଟେ ।
ସତ୍ୟ ହେଉଛି ଅନ୍ତରାତ୍ମା ଯାହା ଶାଶ୍ୱତ ଏବଂ ଅହଂକାର ହେଉଛି ଅସତ୍ୟ ଯାହା ଅନ୍ତରାତ୍ମାର ସମର୍ଥନରେ ନିଜକୁ ବଞ୍ଚାଇଥାଏ । ଯେଉଁଦିନ ଆମେ ଦଉଡି ରୂପୀ ଆତ୍ମାକୁ ଆବିସ୍କାର କରୁ, ସାପ ରୂପୀ ଅହଂକାର ନିଜେ ଅଦୃଶ୍ୟ ହୁଏ ।

Comments
Post a Comment