26. ଗୋଲାପ କଦାପି ପଦ୍ମ ହୋଇପାରିବ ନାହିଁ


            ଶ୍ରୀକୃଷ୍ଣ ସ୍ୱର୍ଧମ (2.31-2.37) ବିଷୟରେ କୁହନ୍ତି ଏବଂ ଅର୍ଜୁନଙ୍କୁ ପରାମର୍ଶ ଦିଅନ୍ତି ଯେ କ୍ଷତ୍ରିୟ ଭାବରେ ସେ ଯୁଦ୍ଧ କରିବାକୁ ଦ୍ୱିଧା କରିବା ଉଚିତ୍‌ ନୁହେଁ (2.31) କାରଣ, ଏହା ତାଙ୍କର ସ୍ୱଧର୍ମ ଅଟେ ।

          ଶ୍ରୀକୃଷ୍ଣ ଗୀତା ଶୁଭାରମ୍ଭ ସେହିଠାରୁ କରନ୍ତି ଯାହା ଶାଶ୍ୱତ, ଅବ୍ୟକ୍ତ ଏବଂ ସମସ୍ତଙ୍କଠାରେ ବ୍ୟାପିଥାଏ । ସହଜରେ ବୁଝିବା ପାଇଁ ଏହାକୁ ଆତ୍ମା କୁହାଯାଏ । ତା’ପରେ ସେ ସ୍ୱଧର୍ମ ବିଷୟରେ କୁହନ୍ତି ଏବଂ ପରେ ସେ କର୍ମ ବିଷୟରେ କୁହନ୍ତି ।

          ଆଭ୍ୟନ୍ତରୀଣ ହୃଦୟଙ୍ଗମ ଯାତ୍ରାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟ ହେଉଛି ଆମର ବର୍ତ୍ତମାନର ସ୍ଥିତି, ଦ୍ୱିତୀୟଟି ହେଉଛି ସ୍ୱଧର୍ମର ହୃଦୟଙ୍ଗମ ଏବଂ ଶେଷରେ ଅନ୍ତରାତ୍ମା ନିକଟରେ ପହଞ୍ଚିବା । ବାସ୍ତବରେ, ଆମର ବର୍ତ୍ତମାନର ଅବସ୍ଥା ହେଉଛି ଆମର ସ୍ୱଧର୍ମ, ଅଭିଜ୍ଞତା, ଜ୍ଞାନ, ସ୍ମୃତି ଏବଂ ଧାରଣାର ଏକ ମିଶ୍ରଣ ଯାହା ଆମ ଅସ୍ଥିର ମନ ଦ୍ୱାରା ଏକତ୍ରିତ । ଯେତେବେଳେ ଆମେ ମାନସିକ ଭାରରୁ ନିଜକୁ ମୁକ୍ତ କରୁ, ତା’ପରେ ସ୍ୱଧର୍ମ ଧିରେ ଧିରେ ସ୍ପଷ୍ଟ ହୋଇଯାଏ ।

          କ୍ଷତ୍ରିୟ ହେଉଛି “କ୍ଷତ’ ଏବଂ “ତ୍ରୟ’ର ମିଶ୍ରଣ, କ୍ଷତ ଅର୍ଥ ଆଘାତ ଏବଂ ତ୍ରୟ ଅର୍ଥ ସୁରକ୍ଷା ଦେବା । କ୍ଷତ୍ରିୟ ହେଉଛନ୍ତି ସେ ଯିଏ ଆଘାତରୁ ସୁରକ୍ଷା ଦିଅନ୍ତି

          ଏହାର ସର୍ବୋତ୍ତମ ଉଦାହରଣ ହେଉଛି ଜଣେ ମାତା ଯିଏ ଗର୍ଭରେ ଥିବା ଶିଶୁକୁ ସୁରକ୍ଷା ଦେଇଥାଏ ଏବଂ ଶିଶୁମାନେ ନିଜେ ଠିଆ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଦେଇଥାଏ । ତେଣୁ ସେ ହେଉଛନ୍ତି ପ୍ରଥମ କ୍ଷତ୍ରିୟ ଯାହାକୁ ଆମେ ଆମ ଜୀବନରେ ଭେଟିଥାଉ । ସେ ତାଲିମପ୍ରାପ୍ତ ନ ହୋଇପାରନ୍ତି ଏବଂ ଶିଶୁ ଯତ୍ନର ଅଭିଜ୍ଞତା ନ ଥାଇପାରେ କିନ୍ତୁ ଏହା ସ୍ୱାଭାବିକ ଭାବରେ ତାଙ୍କ ପାଖକୁ ଆସିଥାଏ । ଏହି ପ୍ରକୃତି ସ୍ୱଧର୍ମର ଝଲକ ଅଟେ ।

          ଥରେ ଗୋଲାପ ଫୁଲ ଏକ ସୁନ୍ଦର ପଦ୍ମ ଫୁଲ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ପଦ୍ମ ହେବାର ଇଚ୍ଛାକୁ ଅନୁସରଣ କରିବାକୁ ଲାଗିଲା କିନ୍ତୁ ଏହା ପଦ୍ମ ହେବା ପାଇଁ କୌଣସି ଉପାୟ ନାହିଁ । ଯେପରି ଗୋଲାପ ଏହାର କ୍ଷମତାଠାରୁ ଭିନ୍ନ ହେବାକୁ ଚାହୁଁଛି, ସେହିପରି ପ୍ରବୃତ୍ତି ଆମ ଭିତରେ ଅଛି, ଯେଉଁ କାରଣରୁ ଆମେ ଅର୍ଜୁନଙ୍କ ବିଷାଦ ପରି ଦୁଃଖ ପାଇଥାଉ । ଗୋଲାପ ଏହାର ରଙ୍ଗ, ଆକୃତି ଏବଂ ଆକାର ବଦଳାଇପାରେ, ତଥାପି ଗୋଲାପ ଗୋଲାପହିଁ ରହିବ ଯାହାକି ଏହାର ସ୍ୱଧର୍ମ ଅଟେ।

 

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌