55. ଦୁଷ୍ଟ ଚକ୍ର ଏବଂ ଗୁଣାତ୍ମକ ଚକ୍ର

 


            ଦୁଷ୍ଟ ଚକ୍ର ଏବଂ ଗୁଣାତ୍ମକ ଚକ୍ର ହେଉଛି ଘଟଣାଗୁଡ଼ିକର ଏକ କ୍ରମ ଯେଉଁଠାରେ ଗୋଟିଏ ଘଟଣା ଅନ୍ୟକୁ ନେଇଥାଏ ଏବଂ ଯଥାକ୍ରମେ ବିପର୍ଯ୍ୟୟ କିମ୍ବା ସୁଖରେ ପରିଣତ ହୁଏ । ଏହାକୁ ସେହି ଉପାୟରେ ବୁଝିବା ଆବଶ୍ୟକ, ଯଦି ଖର୍ଚ୍ଚ ଆୟଠାରୁ ଅଧିକ ତେବେ ବ୍ୟକ୍ତି ଓଧାର କରେ, ତେବେ ଏହା ଏକ ଦୁଷ୍ଟ ଚକ୍ର ଅଟେ । ଯଦି ଖର୍ଚ୍ଚ ଆୟଠାରୁ କମ୍‌, ଫଳସ୍ୱରୂପ ସଞ୍ଚୟ ଏବଂ ଧନ ସଂଗ୍ରହ ହୁଏ, ଏହା ଏକ ଗୁଣାତ୍ମକ ଚକ୍ର । ଶ୍ରୀକୃଷ୍ଣ ଏହି ଚକ୍ରଗୁଡିକର ଉଲ୍ଲେଖ 2.62ରୁ 2.64 ଶ୍ଳୋକରେ କରିଛନ୍ତି ।

          ଶ୍ରୀକୃଷ୍ଣ କୁହନ୍ତି ଯେ, “ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ହୋଇଯାଏ; ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧ ଜାତ ହୋଇଯାଏ । କ୍ରୋଧରୁ ଅତ୍ୟନ୍ତ ମୂଢ଼ଭାବ ଉତ୍ପନ୍ନ ହୋଇଯାଏ; ମୂଢ଼ଭାବରୁ ସ୍ମୃତିଭ୍ରମ ହୋଇଯାଏ; ସ୍ମୃତି ବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍‌ ଜ୍ଞାନଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧି ନାଶ ହେବାରୁ ସେହି ପୁରୁଷ ନିଜର ସ୍ଥିତିରୁ ତଳକୁ ଖସିପଡେ” (2.62- 2.63) ଏହା ହେଉଛି ପତନର ଏକ ଦୁଷ୍ଟ ଚକ୍ର ।

          ଅନ୍ୟପକ୍ଷରେ ଶ୍ରୀକୃଷ୍ଣ କୁହନ୍ତି ଯେ, “କିନ୍ତୁ ଅନ୍ତଃକରଣକୁ ନିଜର ଅଧୀନ କରିଥିବା ସାଧକ ନିଜ ବଶରେ ରଖିଥିବା ରାଗଦ୍ୱେଷରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କରେ ବିଚରଣ କରି ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଲାଭ କରନ୍ତି” (2.64) ଏହା ଶାନ୍ତି ଏବଂ ଆନନ୍ଦର ଏକ ଗୁଣାତ୍ମକ ଚକ୍ର ବ୍ୟତୀତ ଆଉ କିଛି ନାହିଁ

          ଆମେ ସମସ୍ତେ ଆମର ଦୈନନ୍ଦିନ ଜୀବନରେ ଇନ୍ଦ୍ରିୟ ବିଷୟଗୁଡ଼ିକ ମଧ୍ୟରେ ଗତି କରୁ । ଆମେ ଏହି ଇନ୍ଦ୍ରିୟ ବିଷୟଗୁଡ଼ିକ ସହିତ କିପରି ବ୍ୟବହାର କରୁ ତାହା ଆମର ଯାତ୍ରାର ଦିଗ ନିର୍ଣ୍ଣୟ କରେ ।

          ଗୁଣାତ୍ମକ ଚକ୍ର କ୍ଷେତ୍ରରେ, ବ୍ୟକ୍ତି ଇନ୍ଦ୍ରିୟ ବିଷୟମାନଙ୍କ ପ୍ରତି ରାଗ ଏବଂ ଦ୍ୱେଷରୁ ମୁକ୍ତ ହୋଇଯାଏ, ଯେତେବେଳେ କି ଏକ ଦୁଷ୍ଟ ଚକ୍ରରେ ରାଗ କିମ୍ବା ଦ୍ୱେଷ ପ୍ରତି ସଂଲଗ୍ନତା ବିକାଶ କରେ । ଦ୍ୱେଷକୁ ଛାଡି ଏହି ଯାତ୍ରା ଆରମ୍ଭ କରିବା ସହଜ, ଏହା ହୃଦୟଙ୍ଗମ କରି ଯେ ଦ୍ୱେଷ ଏକ ପ୍ରକାରର ବିଷ ଯାହାକି ପରିଶେଷରେ ଆମକୁ କ୍ଷତି ପହଞ୍ଚାଇବ । ଯେତେବେଳେ ଘୃଣାର ପରିତ୍ୟାଗ ହୁଏ, ଏହାର ବିପରୀତ ରାଗ ମଧ୍ୟ ଛାଡ଼ିଥାଏ । ଏହା ଏକ ବିନା ସର୍ତ୍ତମୂଳକ ପ୍ରେମ ଯେପରିକି ଏକ ଫୁଲ ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧ ବିସ୍ତାର କରୁଥାଏ ।

          ରାଗ ଏବଂ ଘୃଣାର ଅନୁପସ୍ଥିତି ଗୀତାରେ ଏକ ମୂଳ ଉପଦେଶ ଅଟେ ଏବଂ ଶ୍ରୀକୃଷ୍ଣ ଆମକୁ ସମସ୍ତ ପ୍ରାଣୀରେ ନିଜକୁ, ନିଜ ଭିତରେ ସମସ୍ତ ପ୍ରାଣୀମାନଙ୍କୁ ଦେଖିବା ଏବଂ ଶେଷରେ ଶ୍ରୀକୃଷ୍ଣଙ୍କୁ ସର୍ବତ୍ର ଦେଖିବା ପାଇଁ ପରାମର୍ଶ ଦିଅନ୍ତି (6.29) ଏହି ଏକତା ଘୃଣାକୁ ଛାଡିବାରେ ସାହାଯ୍ୟ କରିବ ଏବଂ ଆମକୁ ଆନନ୍ଦିତ କରିବ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌