55. ଦୁଷ୍ଟ ଚକ୍ର ଏବଂ ଗୁଣାତ୍ମକ ଚକ୍ର
ଦୁଷ୍ଟ ଚକ୍ର ଏବଂ ଗୁଣାତ୍ମକ ଚକ୍ର ହେଉଛି ଘଟଣାଗୁଡ଼ିକର ଏକ କ୍ରମ ଯେଉଁଠାରେ ଗୋଟିଏ ଘଟଣା ଅନ୍ୟକୁ ନେଇଥାଏ ଏବଂ ଯଥାକ୍ରମେ ବିପର୍ଯ୍ୟୟ କିମ୍ବା ସୁଖରେ ପରିଣତ ହୁଏ । ଏହାକୁ ସେହି ଉପାୟରେ ବୁଝିବା ଆବଶ୍ୟକ, ଯଦି ଖର୍ଚ୍ଚ ଆୟଠାରୁ ଅଧିକ ତେବେ ବ୍ୟକ୍ତି ଓଧାର କରେ, ତେବେ ଏହା ଏକ ଦୁଷ୍ଟ ଚକ୍ର ଅଟେ । ଯଦି ଖର୍ଚ୍ଚ ଆୟଠାରୁ କମ୍, ଫଳସ୍ୱରୂପ ସଞ୍ଚୟ ଏବଂ ଧନ ସଂଗ୍ରହ ହୁଏ, ଏହା ଏକ ଗୁଣାତ୍ମକ ଚକ୍ର । ଶ୍ରୀକୃଷ୍ଣ ଏହି ଚକ୍ରଗୁଡିକର ଉଲ୍ଲେଖ 2.62ରୁ 2.64 ଶ୍ଳୋକରେ କରିଛନ୍ତି ।
ଶ୍ରୀକୃଷ୍ଣ
କୁହନ୍ତି ଯେ,
“ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି
ହୋଇଯାଏ;
ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ
କାମନାରେ ବାଧା ଉପୁଜିଲେ କ୍ରୋଧ ଜାତ ହୋଇଯାଏ । କ୍ରୋଧରୁ ଅତ୍ୟନ୍ତ ମୂଢ଼ଭାବ ଉତ୍ପନ୍ନ ହୋଇଯାଏ; ମୂଢ଼ଭାବରୁ ସ୍ମୃତିଭ୍ରମ ହୋଇଯାଏ; ସ୍ମୃତି ବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନଶକ୍ତି ନାଶ ହୋଇଯାଏ ଏବଂ ବୁଦ୍ଧି ନାଶ
ହେବାରୁ ସେହି ପୁରୁଷ ନିଜର ସ୍ଥିତିରୁ ତଳକୁ ଖସିପଡେ” (2.62- 2.63) । ଏହା ହେଉଛି ପତନର ଏକ ଦୁଷ୍ଟ ଚକ୍ର ।
ଅନ୍ୟପକ୍ଷରେ
ଶ୍ରୀକୃଷ୍ଣ କୁହନ୍ତି ଯେ, “କିନ୍ତୁ ଅନ୍ତଃକରଣକୁ ନିଜର
ଅଧୀନ କରିଥିବା ସାଧକ ନିଜ ବଶରେ ରଖିଥିବା ରାଗଦ୍ୱେଷରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା
ବିଷୟମାନଙ୍କରେ ବିଚରଣ କରି ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଲାଭ କରନ୍ତି” (2.64) । ଏହା ଶାନ୍ତି ଏବଂ ଆନନ୍ଦର ଏକ ଗୁଣାତ୍ମକ ଚକ୍ର ବ୍ୟତୀତ ଆଉ କିଛି ନାହିଁ ।
ଆମେ
ସମସ୍ତେ ଆମର ଦୈନନ୍ଦିନ ଜୀବନରେ ଇନ୍ଦ୍ରିୟ ବିଷୟଗୁଡ଼ିକ ମଧ୍ୟରେ ଗତି କରୁ । ଆମେ ଏହି
ଇନ୍ଦ୍ରିୟ ବିଷୟଗୁଡ଼ିକ ସହିତ କିପରି ବ୍ୟବହାର କରୁ ତାହା ଆମର ଯାତ୍ରାର ଦିଗ ନିର୍ଣ୍ଣୟ କରେ ।
ଗୁଣାତ୍ମକ
ଚକ୍ର କ୍ଷେତ୍ରରେ,
ବ୍ୟକ୍ତି ଇନ୍ଦ୍ରିୟ ବିଷୟମାନଙ୍କ ପ୍ରତି ରାଗ ଏବଂ ଦ୍ୱେଷରୁ ମୁକ୍ତ
ହୋଇଯାଏ,
ଯେତେବେଳେ କି ଏକ ଦୁଷ୍ଟ ଚକ୍ରରେ ରାଗ କିମ୍ବା ଦ୍ୱେଷ ପ୍ରତି
ସଂଲଗ୍ନତା ବିକାଶ କରେ । ଦ୍ୱେଷକୁ ଛାଡି ଏହି ଯାତ୍ରା ଆରମ୍ଭ କରିବା ସହଜ, ଏହା ହୃଦୟଙ୍ଗମ କରି ଯେ ଦ୍ୱେଷ ଏକ ପ୍ରକାରର ବିଷ ଯାହାକି ପରିଶେଷରେ ଆମକୁ କ୍ଷତି
ପହଞ୍ଚାଇବ । ଯେତେବେଳେ ଘୃଣାର ପରିତ୍ୟାଗ ହୁଏ, ଏହାର ବିପରୀତ ରାଗ ମଧ୍ୟ ଛାଡ଼ିଥାଏ । ଏହା ଏକ ବିନା ସର୍ତ୍ତମୂଳକ ପ୍ରେମ ଯେପରିକି ଏକ ଫୁଲ
ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧ ବିସ୍ତାର କରୁଥାଏ ।
ରାଗ
ଏବଂ ଘୃଣାର ଅନୁପସ୍ଥିତି ଗୀତାରେ ଏକ ମୂଳ ଉପଦେଶ ଅଟେ ଏବଂ ଶ୍ରୀକୃଷ୍ଣ ଆମକୁ ସମସ୍ତ ପ୍ରାଣୀରେ
ନିଜକୁ,
ନିଜ ଭିତରେ ସମସ୍ତ ପ୍ରାଣୀମାନଙ୍କୁ ଦେଖିବା ଏବଂ ଶେଷରେ
ଶ୍ରୀକୃଷ୍ଣଙ୍କୁ ସର୍ବତ୍ର ଦେଖିବା ପାଇଁ ପରାମର୍ଶ ଦିଅନ୍ତି (6.29) । ଏହି ଏକତା ଘୃଣାକୁ ଛାଡିବାରେ ସାହାଯ୍ୟ କରିବ ଏବଂ ଆମକୁ ଆନନ୍ଦିତ କରିବ ।

Comments
Post a Comment