62. ‘ମୁଁ ’ ଠାରୁ ସନ୍ନ୍ୟାସ

 

           ଶ୍ରୀକୃଷ୍ଣ ଉତ୍ତର ଦିଅନ୍ତି, ଯେପରି ମୁଁ ପୂର୍ବରୁ କହିଥିଲି, ଏହି ଦୁନିଆରେ ପରିତ୍ରାଣର ଦୁଇଟି ପଥ ଅଛି - ଜ୍ଞାନୀମାନଙ୍କ ପାଇଁ ଜ୍ଞାନ ମାଧ୍ୟମରେ ଏବଂ ଯୋଗୀମାନଙ୍କ ପାଇଁ କର୍ମ ପଥ ମାଧ୍ୟମରେ (3.3) ଏହି ଶ୍ଳୋକଟି ସୂଚାଇଥାଏ ଯେ ଯେଉଁମାନେ ବୁଦ୍ଧି ବ୍ୟବହାର କରନ୍ତି ସେମାନଙ୍କ ପାଇଁ ସଚେତନତାର ମାର୍ଗ ଏବଂ ମନର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ କର୍ମର ମାର୍ଗ ଅଟେ ।

          ଶ୍ରୀକୃଷ୍ଣ ଆହୁରି ସ୍ପଷ୍ଟ କରିଛନ୍ତି, କେବଳ କର୍ମ ଆରମ୍ଭ ନକରି କେହି ନିଷ୍କର୍ମତା ପାଇପାରେ ନାହିଁ ଏବଂ କେବଳ ତ୍ୟାଗ କରି କେହି ସିଦ୍ଧି ପାଇପାରେ ନାହିଁ (3.4)

          ପ୍ରାୟ ସମସ୍ତ ସଂସ୍କୃତିରେ, ତ୍ୟାଗ ଗୌରବାନ୍ୱିତ ହୁଏ କାରଣ ଯେଉଁମାନେ ତ୍ୟାଗ କରନ୍ତି ସେମାନେ ଏପରି କିଛି କରିବାକୁ ସକ୍ଷମ ଅଟନ୍ତି ଯାହା ଜଣେ ସାଧାରଣ ବ୍ୟକ୍ତି କରିପାରିବ ନାହିଁ । ଏହି କାରଣରୁ ରାଜ୍ୟର ବିଳାସପୂର୍ଣ୍ଣତା ତ୍ୟାଗ କରିବାକୁ ଏବଂ ଯୁଦ୍ଧର ଯନ୍ତ୍ରଣାରୁ ବଞ୍ଚିବାକୁ ଅର୍ଜୁନଙ୍କ ଦୃଷ୍ଟିକୋଣ ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଆକର୍ଷିତ କରିଥାଏ ।

          ଶ୍ରୀକୃଷ୍ଣ ମଧ୍ୟ ତ୍ୟାଗ ସପକ୍ଷରେ ଅଛନ୍ତି କିନ୍ତୁ ସେ ଆମ ସମସ୍ତ କାର୍ଯ୍ୟରେ “ମୁଁ’ ଛାଡିବାକୁ କୁହନ୍ତି । ଶ୍ରୀକୃଷ୍ଣଙ୍କ ପାଇଁ ଯୁଦ୍ଧ କୌଣସି ପ୍ରସଙ୍ଗ ନୁହେଁ, କିନ୍ତୁ ଅର୍ଜୁନଙ୍କ “ମୁଁ’ ଅଟେ । ଶ୍ରୀକୃଷ୍ଣଙ୍କ ପାଇଁ ନିର୍ମମ ଏବଂ ନିର-ଅହଂକାର ଶାଶ୍ୱତ ସ୍ଥିତିକୁ ଯିବା ପାଇଁ ବାଟ (2.71)

          ଆମର ଦୈନନ୍ଦିନ ଜୀବନରେ ଅର୍ଥ, ଖାଦ୍ୟ, ସମ୍ପତ୍ତି, ଶକ୍ତି କିମ୍ବା ଅନ୍ୟ କୌଣସି ଜିନିଷର ତ୍ୟାଗ ହୋଇପାରେ ଯାହା ସମାଜ ପାଇଁ ମୂଲ୍ୟବାନ ଅଟେ । ଏହା କହିବା ପରି ଯେ ମୁଁ ଟଙ୍କା ରୋଜଗାର କରିଥିଲି ଏବଂ ବର୍ତ୍ତମାନ ମୁଁ ଟଙ୍କା ଦାନ  କରୁଛି । ଯେ ପର୍ଯ୍ୟନ୍ତ ‘ମୁଁ’ ରହେ ଟଙ୍କା ସଂଗ୍ରହ କରିବା ଏବଂ ଟଙ୍କା ଦାନ କରିବା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ଅଟେ ।

          ଏହା ଏକ କଷ୍ଟସାଧ୍ୟ ଧାରଣା କାରଣ ଆମେ ସାଧାରଣତଃ ଭୌତିକ ସମ୍ପଦର ତ୍ୟାଗକୁ ପ୍ରଶଂସା କରୁ । ନିଶ୍ଚିତ ଭାବରେ ଏହା ହେଉଛି ଯାତ୍ରାର ଦ୍ୱିତୀୟ ପାଦ ଏବଂ ଏହି ବଳିଦାନ ଖ୍ୟାତି ପରି କିଛି ଅଧିକ ଲାଭ ପାଇଁ ହୋଇପାରେ । ସେଥିପାଇଁ ଶ୍ରୀକୃଷ୍ଣ ଆମକୁ ସେଠାରେ ଅଟକିଯିବାକୁ ଦିଅନ୍ତି ନାହିଁ ଏବଂ ମୁଁ’ର ତ୍ୟାଗର ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଆମକୁ କୁହନ୍ତି ।

          ଯେତେବେଳେ ମୁଁ ପରିତ୍ୟାଗ କରାଯାଏ, ସବୁକିଛି ଏକ ଆନନ୍ଦମୟ ନାଟକରେ ପରିଣତ ହୁଏ, ନଚେତ୍‌ ଜୀବନ ନାମକ ଏହି ନାଟକ ମଧ୍ୟ ଏକ ଦୁଃଖଦ ଘଟଣା ହୋଇଯାଏ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌