72. ଧାରଣାର ବନ୍ଦୀ
ଶ୍ରୀକୃଷ୍ଣ କୁହନ୍ତି, “ପ୍ରକୃତିର ଗୁଣରେ ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ
ଆସକ୍ତ ରହନ୍ତି । ପୂର୍ଣ୍ଣଭାବରେ ବୁଝି ନ ଥିବା ସେହି ମନ୍ଦବୁଦ୍ଧି ଅଜ୍ଞାନମାନଙ୍କ
ପୂର୍ଣ୍ଣଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ୍ ନୁହେଁ” (3.29) ।
ବାସ୍ତବିକ
କର୍ତ୍ତା ହେବା ବ୍ୟତୀତ, ଗୁଣଗୁଡ଼ିକରେ ଆମକୁ
ସମ୍ମୋହିତ କରିବାର ଏବଂ ଆମ ଉପରେ ଯାଦୁ କରିବାର କ୍ଷମତା ଅଛି ଯାହା ଆମକୁ ଆମର ବାସ୍ତବିକ
ସ୍ୱଭାବକୁ ଭୁଲାଇଦିଏ । ଆମେ ସେ ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ ହୋଇ ରହିଥାଉ, ଯେପର୍ଯ୍ୟନ୍ତ ଆମେ ଅନୁଭବ କରୁନାହୁଁ ଯେ ଆମେ ଏହି ପ୍ରକାର ଯାଦୁର ଅଧୀନରେ ଅଛୁ ।
ଶ୍ରୀକୃଷ୍ଣ
ଅର୍ଜ୍ଜୁନଙ୍କୁ ଅଜ୍ଞାନୀ ଏବଂ ବୁଦ୍ଧିମାନ ମାନଙ୍କ ବିଷୟରେ କୁହନ୍ତି । ଅଜ୍ଞାନୀମାନେ ଗୁଣର
ମନ୍ତ୍ରମୁଗ୍ଧ ଛଳନା ବା ମାୟାର ଅଧୀନରେ ରହି ଅନୁଭବ କରନ୍ତି ଯେ ସେମାନେ ହେଉଛନ୍ତି କର୍ତ୍ତା (3.27)
ଏବଂ ଜିନିଷ ହାସଲ କରିବାକୁ, ଗୁରୁତ୍ୱପୂର୍ଣ୍ଣ ହେବାକୁ, ଧ୍ୟାନ ଆକର୍ଷଣ କରିବାକୁ ଏବଂ ଅଧିକାର ପାଇଁ ଲଢ଼ିବାକୁ ଚାହାନ୍ତି । ଏଥି ସହିତ, ସେମାନେ ପରିବାର, କର୍ମକ୍ଷେତ୍ର ଏବଂ ସମାଜରେ
ଅନ୍ୟମାନଙ୍କୁ କର୍ତ୍ତା ଭାବରେ ଦେଖନ୍ତି ଏବଂ ସେମାନଙ୍କର ଆଶା ଅନୁଯାୟୀ ଆଚରଣ କିମ୍ବା
ପ୍ରଦର୍ଶନ କରିବାକୁ ଆଶା କରନ୍ତି । ଯେତେବେଳେ ଏହା ଘଟେ ନାହିଁ, ଦୋଷ,
ଅନୁତାପ, କ୍ରୋଧ ଏବଂ ଦୁଃଖ ପରି
ପରିଣାମ ଆସେ ।
ସଚେତନତାର
ଦ୍ୱିତୀୟ ପର୍ଯ୍ୟାୟ ହେଉଛି ଏକ ଘଟଣା ଘଟିବାର କିଛି ସମୟ ଅତିବାହିତ ହେବା ପରେ ସଚେତନତା ସୃଷ୍ଟି
ହୁଏ । ଏହି ସମୟ ବ୍ୟବଧାନ କିଛି ମୁହୂର୍ତ୍ତ, ବର୍ଷ,
ଦଶନ୍ଧି କିମ୍ବା ଏକ ଆଜୀବନ ହୋଇପାରେ । ଘଟଣାଗୁଡିକ ଆମେ କହୁଥିବା
ଶବ୍ଦ ହୋଇପାରେ,
ଆମେ ଚାହୁଁଥିବା ଇଚ୍ଛା ହୋଇପାରେ, ଆମେ କରୁଥିବା ନିଷ୍ପତ୍ତି କିମ୍ବା ଆମେ କରୁଥିବା କର୍ମ ହୋଇପାରେ, ସେଗୁଡ଼ିକ ଆମର ଗୁଣ ହେତୁ ହୋଇପାରେ ।
ସଚେତନତାର
ତୃତୀୟ ପର୍ଯ୍ୟାୟ ହେଉଛି ବର୍ତ୍ତମାନର ମୁହୂର୍ତ୍ତରେ ବୁଝିବା ଯେ ଗୁଣ ଗୁଣଗୁଡ଼ିକ ସହିତ ପରସ୍ପର
ପ୍ରକ୍ରିୟା ବିସ୍ତାର କରୁଛନ୍ତି ଏବଂ ଆମେ କର୍ତ୍ତା ନୁହେଁ (3.27) । ଏହା ଆନନ୍ଦ ସହିତ ସମୀକ୍ଷା କରିବାର କଳା ।
ଅଜ୍ଞାନୀମାନେ
ମଧ୍ୟ ସମୟ ସହିତ ତାଙ୍କ ସ୍ୱଧର୍ମ ଅନୁସାରେ ସଚେତନତାର ଅବସ୍ଥାରେ ପହଞ୍ଚିବେ ତେଣୁ ଶ୍ରୀକୃଷ୍ଣ
ବୁଦ୍ଧିଜନ ମାନଙ୍କୁ ପରାମର୍ଶ ଦିଅନ୍ତି ଯେ ଅଜ୍ଞାନୀମାନଙ୍କୁ ବିଚଳିତ ନକରି ଅପେକ୍ଷା କରନ୍ତୁ ।
ଆମେ
ରହୁଥିବା ଦୁନିଆର ଅନେକ ଧାରଣା ବହନ କରୁ ଏବଂ ଅଜ୍ଞାନୀମାନେ ଏହି ଧାରଣାର ବନ୍ଦୀ ଅଟନ୍ତି ।
ଜୀବନରେ ସଂଗୃହିତ ଏହି ଧାରଣାଗୁଡ଼ିକୁ ବିଲୋପ କରିବା ବୁଦ୍ଧିମାନତା ଅଟେ ।

Comments
Post a Comment