79. ସମୟ ଠାରୁ ବାହାରେ

 

            ଶ୍ରୀମଦ୍‌ଭଗବଦ୍‌ଗୀତା ଦୁଇଟି ସ୍ତରର ସମନ୍ୱିତ ମିଶ୍ରଣ ଏବଂ ଗୀତା ବୁଝିବା ପାଇଁ ଆମକୁ ଏଥିପ୍ରତି ସଚେତନ ହେବା ଆବଶ୍ୟକ । ବେଳେବେଳେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜଣେ ବନ୍ଧୁ କିମ୍ବା ମାର୍ଗଦର୍ଶକ ଭାବରେ ବ୍ୟବହାର କରନ୍ତି ଏବଂ ମଣିଷ ସମ୍ମୁଖୀନ ହେଉଥିବା ଦୈନନ୍ଦିନ ସମସ୍ୟାଗୁଡ଼ିକୁ ବ୍ୟାଖ୍ୟା କରନ୍ତି । ବେଳେବେଳେ ସେ ପରମାତ୍ମା ରୂପରେ ଆସନ୍ତି ଏବଂ ସେହି ଅବସ୍ଥାରେ ସେ କୁହନ୍ତି ଯେ ମୁଁ ଏହି ଅବିସ୍ମରଣୀୟ ଯୋଗକୁ ବୈବସ୍ୱତଙ୍କୁ ଦେଇଥିଲି, ଯାହା କ୍ରମାଗତ ଭାବରେ ରାଜର୍ଷିମାନେ ଜାଣିଥିଲେ (4.1) ଏବଂ ସମୟ ସହିତ ଏହା ଲୁପ୍ତପ୍ରାୟ ହୋଇଯାଇଛି (4.2)

          ବୈବସ୍ୱତକୁ ସୂର୍ଯ୍ୟ-ଦେବତା ବୋଲି କୁହାଯାଏ, ଯିଏ ଆଲୋକର ଏକ ରୂପକ । ଏହା ସ୍ୱୀକାର ହୋଇଛି ଯେ ଏହି ବ୍ରହ୍ମାଣ୍ଡ ଆଲୋକରୁ ଆରମ୍ଭ ହୋଇଥିଲା ଏବଂ ପରେ ପଦାର୍ଥ ସୃଷ୍ଟି ହୋଇଥିଲା । କିନ୍ତୁ ଶ୍ରୀକୃଷ୍ଣ ସୂଚାଇ ଦେଉଛନ୍ତି ଯେ ସେ ପ୍ରକାଶର ପୂର୍ବରୁ ଥିଲେ ।

          ଶ୍ରୀକୃଷ୍ଣ ରାଜର୍ଷିଙ୍କୁ ସନ୍ଦର୍ଭିତ କରୁଛନ୍ତି, ଯେଉଁମାନେ ବିଭିନ୍ନ ସମୟରେ ଜ୍ଞାନପ୍ରାପ୍ତ ଲୋକମାନଙ୍କ ବ୍ୟତୀତ ଆଉ କିଛି ନୁହଁନ୍ତି । ସମୟ ସହିତ ଏହି ଜ୍ଞାନ ଅଦୃଶ୍ୟ ହୋଇଗଲା ଯେହେତୁ ଏହା ଏକ ଅନୁଭୂତି ସ୍ତରରୁ ରୀତିନୀତି କିମ୍ବା କର୍ମକାଣ୍ଡରେ ପରିବର୍ତ୍ତିତ ହେଲା; ଅଭ୍ୟାସ କମ୍‌ ଏବଂ ପ୍ରଚାର ଅଧିକ ହୋଇଗଲା, ଧର୍ମ ଏବଂ ସମ୍ପ୍ରଦାୟର ରୂପ ନେଇଗଲା ।

          ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଶ୍ରୀକୃଷ୍ଣ ସୂର୍ଯ୍ୟଙ୍କୁ କିପରି ଶିକ୍ଷା ଦେଇଥିଲେ କାରଣ ସେ ନିକଟରେ ଜନ୍ମ ହୋଇଥିଲେ (4.4) ଶ୍ରୀକୃଷ୍ଣ ଉତ୍ତର ଦିଅନ୍ତି ଯେ ତୁମର ଏବଂ ମୋର ଅନେକ ଜନ୍ମ ହୋଇଛି ଏବଂ ତୁମେ ସେମାନଙ୍କ ବିଷୟରେ ଜାଣି ନାହଁ, ଯଦିଓ ମୁଁ ଜାଣେ (4.5) ଅର୍ଜୁନଙ୍କର ଏହି ପ୍ରଶ୍ନ ମାନବ ସ୍ତରରେ ଅତ୍ୟନ୍ତ ସ୍ୱଭାବିକ ଏବଂ ଯୁକ୍ତିଯୁକ୍ତ ଏହି ପର୍ଯ୍ୟାୟରେ, ଆମେ ଜନ୍ମ ଏବଂ ମୃତ୍ୟୁକୁ ଅନୁଭବ କରିବା ପାଇଁ ସମୟ ନିୟନ୍ତ୍ରଣରେ ରହିଥାଉ ଜନ୍ମ ପୂର୍ବରୁ କ’ଣ ଥିଲା ଏବଂ ମୃତ୍ୟୁ ପରେ କ’ଣ ହେବ ସେ ବିଷୟରେ ଆମର କୌଣସି ଧାରଣା ନାହିଁ

          ଶ୍ରୀକୃଷ୍ଣଙ୍କ ଉତ୍ତର ପରମାତ୍ମାଙ୍କ ସ୍ତରରେ, ଯିଏ ସମୟ ବାହାରେ। ଏହାପୂର୍ବରୁ ଶ୍ରୀକୃଷ୍ଣ ଆତ୍ମା ବିଷୟରେ ବର୍ଣ୍ଣନା କରିଥିଲେ ଯାହା ଶାଶ୍ୱତ ଅଟେ ଏବଂ ଭୌତିକ ଶରୀରକୁ ପରିବର୍ତ୍ତନ କରିଥାଏ ଯେପରି ଆମେ ପୁରୁଣା ପୋଷାକକୁ ପରିତ୍ୟାଗ କରୁ ଯିଏ ସେହି ଶାଶ୍ୱତ ଅବସ୍ଥାରେ ପହଞ୍ଚେ, ସେ ସମୟ ବାହାରେ ଉଦାହରଣ ସ୍ୱରୂପ, ଗୋଟିଏ ଫୁଲ ନିଜର ଫୁଟିବାର ଶକ୍ତିକୁ ଜାଣେ ନାହିଁ ଯଦିଓ ଏହି ଶକ୍ତି ପୂର୍ବରୁ ଥିଲା ଏବଂ ଫୁଲର ଜୀବନ ପରେ ମଧ୍ୟ ରହିବ


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌