87. ନିତ୍ୟ ତୃପ୍ତ
ଏକ ଭୋକିଲା ଠେକୁଆ ଉପରେ ଝୁଲୁଥିବା ଅଙ୍ଗୁର ପାଖରେ ପହଞ୍ଚିବାକୁ ଚେଷ୍ଟା କଲା, ବିଫଳ ହେଲା ଏବଂ ଭାବିଲା ଯେ ଅଙ୍ଗୁର ଖଟା। ଏହି ପରିଚିତ କାହାଣୀ ନିରାଶା, ତୃପ୍ତି ଏବଂ ସୁଖକୁ ନିୟନ୍ତ୍ରଣ କରିବା ପାଇଁ ଅନେକ କୋଣ ପ୍ରଦାନ କରେ ।
ସମୟସମାୟିକ ମନୋବିଜ୍ଞାନ ଆମକୁ
କଠିନ ପରିସ୍ଥିତିରୁ ବାହାର କରିବାରେ ସାହାଯ୍ୟ କରିବା ପାଇଁ, ମାନବ ମସ୍ତିଷ୍କର ଅନ୍ୟତମ କାର୍ଯ୍ୟ ଭାବରେ ସୁଖର ସଂଶ୍ଳେଷଣ କରିବା ବିଷୟରେ କୁହେ ।
ଠେକୁଆଟି ଠିକ୍ ତାହା କଲା ଏବଂ ଅଙ୍ଗୁର ଖଟା ବୋଲି ଭାବିକରି ନିଜକୁ ସନ୍ତୁଷ୍ଟ କଲା ଏବଂ ଆଗକୁ ଚାଲିଗଲା ।
ତୃପ୍ତି ପ୍ରସଙ୍ଗରେ, ଶ୍ରୀକୃଷ୍ଣ ସୁଖର ସଂଶ୍ଳେଷଣ କରିବା ବାହାରେ ଯାଇ କୁହନ୍ତି; “ଯେଉଁ ପୁରୁଷ ସମସ୍ତ କର୍ମରେ ଏବଂ ତାହାର ଫଳରେ ସର୍ବଥା ଆସକ୍ତି ତ୍ୟାଗ କରି ସଂସାରର
ଆଶ୍ରୟରୁ ରହିତ ହୋଇଯାଇଛନ୍ତି ଏବଂ ପରମାତ୍ମାଙ୍କଠାରେ ନିତ୍ୟତୃପ୍ତ ହୋଇ ରହିଛନ୍ତି, ସେ କର୍ମରେ ଭଲ ଭାବରେ ପ୍ରବୃତ୍ତ ହୋଇ ମଧ୍ୟ ବସ୍ତୁତଃ କିଛି ବି କରନ୍ତି ନାହିଁ” (4.20) । ନିଜଠାରୁ ସଂତୃପ୍ତ ହେବା ଗୀତାର ଏକ ମୂଳ ଉପଦେଶ ଅଟେ ଏବଂ ଅନେକ ସମୟରେ ଶ୍ରୀକୃଷ୍ଣ
ଅର୍ଜୁନଙ୍କୁ ଆତ୍ମବାନ କିମ୍ବା ଆତ୍ମ-ତୃପ୍ତ ହେବାକୁ ପରାମର୍ଶ ଦିଅନ୍ତି, ଯାହା ମୂଳତଃ ନିଜଠାରୁ ସଂତୃପ୍ତ ହେବା । ଆତ୍ମାବାନ ଯେକୌଣସି ପରିସ୍ଥିତିରେ ତୃପ୍ତିର
ସୁଗନ୍ଧ ବିସ୍ତାର କରନ୍ତି ।
ଏହାପୂର୍ବରୁ ଶ୍ରୀକୃଷ୍ଣ କର୍ମ
ଏବଂ ଅକର୍ମ ବିଷୟରେ କହିଥିଲେ ଯେଉଁଠାରେ ସେ କହିଥିଲେ ଯେ ଜ୍ଞାନୀମାନେ ମଧ୍ୟ ଏହି ଜଟିଳ
ସମସ୍ୟାର ସମାଧାନ କରିବାରେ ଦ୍ୱନ୍ଦ୍ୱରେ ପଡ଼ନ୍ତି । ବର୍ତ୍ତମାନର ଶ୍ଳୋକରେ ସେ କର୍ମରେ ଅକର୍ମର
ଝଲକ ଦେଇଛନ୍ତି,
ଯେତେବେଳେ ସେ କୁହନ୍ତି ଯେ ନିତ୍ୟତୃପ୍ତ କିଛି କରନ୍ତି ନାହିଁ, ଯଦିଓ ସେ କର୍ମ ସହିତ ଜଡିତ ଥାଆନ୍ତି ।
ଆମର ମୌଳିକ ଇଚ୍ଛା ହେଉଛି ଆଜି
ଆମେ ଯାହା ତା’ ଠାରୁ କିଛି ଭିନ୍ନ ହେବାକୁ ଚାହୁଁଛୁ । କୌତୁହଳର ବିଷୟ ହେଉଛି ଯେ ସେହି ଇଚ୍ଛା
ଅନୁଯାୟୀ କିଛି ହେବା ପରେ ମଣିଷ ଅନ୍ୟ କିଛି ହେବାକୁ ଚାହେଁ । ସୁଖ ଏବଂ ଧନ ଅନ୍ୱେଷଣରେ, ଏକ ଚିରସ୍ଥାୟୀ ଚକ୍ର ଅଛି ଯେଉଁଠାରେ ଲକ୍ଷ୍ୟଗୁଡ଼ିକ କ୍ରମାଗତ ଭାବରେ ପରିବର୍ତ୍ତନ ହୋଇଥାଏ
।
ଯେତେବେଳେ ଏହା ହୃଦୟଙ୍ଗମ ହୁଏ ଯେ ସମସ୍ତ ସୁଖ ଏବଂ ସମ୍ପତ୍ତିର ଅନ୍ୱେଷଣ କେବଳ ମୃଗତୃଷ୍ଣା ପଛରେ ଗୋଡ଼ାଇବା ବ୍ୟତୀତ ଆଉ କିଛି ନୁହେଁ ଏବଂ ଏହି ଅନୁସରଣ ଆମକୁ ଦୁଃଖୀ ଏବଂ କ୍ଳାନ୍ତ କରିଥାଏ, ଆମେ ଧୀରେ ଧୀରେ କର୍ମର ଫଳ ପାଇଁ ଇଚ୍ଛା ଛାଡି ନିତ୍ୟ ତୃପ୍ତ ହୋଇଯାଉ । ଯାହା ଏକ ଶିଶୁ ପରି ରହିବା, ଯିଏ କେବଳ ଖୁସି ଏବଂ ବିନା କାରଣରେ ହସୁଥାଏ ।

Comments
Post a Comment