90. ବଳିଦାନର ବଳିଦାନ କରିବା

 

ଯଜ୍ଞ ବଳିଦାନ କିମ୍ବା ନିଃସ୍ୱାର୍ଥପର କାର୍ଯ୍ୟର ପ୍ରତୀକ ଅଟେ ଏହି ପ୍ରସଙ୍ଗରେ ଶ୍ରୀକୃଷ୍ଣ କୁହନ୍ତି; କେତେକ ଯୋଗୀ ଦେବତାମାନଙ୍କ ପାଇଁ ଯଜ୍ଞ କରନ୍ତି; ଅନ୍ୟ କେତେକ ଯୋଗୀ ବ୍ରହ୍ମରୂପକ ଅଗ୍ନିରେ ବଳିଦାନର ବଳିଦାନ କରନ୍ତି (4.25)

          ସଚେତନତା ବିନା ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ପାଇଁ, ଜୀବନ କେବଳ ଜିନିଷ ସଂଗ୍ରହ କରି ସଂରକ୍ଷଣ କରିବା ଅଟେ । ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଜିନିଷ, ଚିନ୍ତାଧାରା ଏବଂ ଭାବନାର ତ୍ୟାଗ । ମନର ଉର୍ବର ମାଟିରେ ଅହଂକାରର ମଞ୍ଜି ବୁଣିବା ପରିବର୍ତ୍ତେ ଏହା ଅଗ୍ନିରେ ବଳିଦାନ ସଦୃଶ । ତୃତୀୟ ପଦକ୍ଷେପ ହେଉଛି ବଳିଦାନର ବଳିଦାନ କରିବା, ଏହା ହୃଦୟଙ୍ଗମ କରି ଯେ ସେମାନେ ସମସ୍ତେ ବ୍ରହ୍ମ ଅର୍ଥାତ୍‌ ପରମାତ୍ମା ଅଟନ୍ତି ।

          ଏହା କୁହାଯାଇପାରେ ଯେ ମନ ଉନ୍ମୁଖ କର୍ମଯୋଗୀ ସର୍ବଦା କର୍ମ ସନ୍ଧାନରେ ଥାଏ ଏବଂ ଏଥିପାଇଁ ଏକମାତ୍ର ଉପାୟ ହେଉଛି ଯଜ୍ଞ କରିବା । ବୁଦ୍ଧି ଭିତ୍ତିକ ଜ୍ଞାନଯୋଗୀ ନିର୍ମଳ ସଚେତନତା ବିଷୟରେ ଏବଂ ସେ ବଳିଦାନକୁ ହିଁ ବଳିଦାନ ଦେଇଥାଏ । ଯେବେ କି ପ୍ରଥମଟି ଅନୁକ୍ରମିକ ଅଟେ, ତା ପରଟି ଲମ୍ବା ଛଲାଙ୍ଗ (ଡେଇଁବା) କିନ୍ତୁ ଦୁର୍ଲଭ ଅଟେ । ଯଦିଓ ଉଭୟ ରାସ୍ତା ସମାନ ଗନ୍ତବ୍ୟସ୍ଥଳକୁ ନେଇଯାଏ ।

          ଶ୍ରୀକୃଷ୍ଣ ଏହି ବାସ୍ତବତାକୁ ଇନ୍ଦ୍ରିୟ ପ୍ରସଙ୍ଗରେ ବ୍ୟାଖ୍ୟା କରନ୍ତି ଏବଂ କହିଛନ୍ତି ଯେ, “ଅନ୍ୟ ଯୋଗୀମାନେ ଶ୍ରୋତ ଆଦି ସମସ୍ତ ଇନ୍ଦ୍ରିୟ ଅଙ୍ଗକୁ ସଂଯମରୂପକ ଅଗ୍ନିରେ ହୋମ କରନ୍ତି ଏବଂ ଅନ୍ୟ ଯୋଗୀମାନେ ଶବ୍ଦାଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନିରେ ହୋମ କରନ୍ତି” (4.26) ସଂକ୍ଷେପରେ, ଏହା ବଳିଦାନକୁ ବଳିଦାନ କରିବାର ରାସ୍ତା ।

          ଶ୍ରୀକୃଷ୍ଣ ଅନେକଥର ଇନ୍ଦ୍ରିୟ ଏବଂ ଇନ୍ଦ୍ରିୟ ବିଷୟ ମଧ୍ୟରେ ଥିବା ସମ୍ପର୍କକୁ ବ୍ୟାଖ୍ୟା କରନ୍ତି । ମୁଖ୍ୟ ବ୍ୟାଖ୍ୟା ହେଉଛି ଯେ ଇନ୍ଦ୍ରିୟଗୁଡିକ ସ୍ୱାଭାବିକ ଭାବରେ ନିଜ ନିଜ ବିଷୟ ପ୍ରତି ସଂଲଗ୍ନତା ଏବଂ ଘୃଣା ଅନୁଭବ କରନ୍ତି ଏବଂ ଏହି ଦ୍ୱନ୍ଦ୍ୱ ବିଷୟରେ ଆମକୁ ସଚେତନ ହେବା ଉଚିତ୍‌ (3.34)

          ବିଶେଷ ଉଦ୍ୟମ ଦ୍ୱାରା କର୍ମଯୋଗୀ ଇନ୍ଦ୍ରିୟ ଏବଂ ବିଷୟ ମଧ୍ୟରେ ଥିବା ସେତୁକୁ ଭାଙ୍ଗନ୍ତି, ଯାହାକି ପ୍ରଥମ ଭାଗରେ ବର୍ଣ୍ଣିତ ବଳିଦାନ । ଦ୍ୱିତୀୟ ଭାଗ ହେଉଛି ଜଣେ ଜ୍ଞାନଯୋଗୀଙ୍କ ପାଇଁ ଯିଏ ସଚେତନତା ମାଧ୍ୟମରେ ସାକ୍ଷୀ ହୋଇ ବଳିଦାନକୁ ହିଁ ବଳିଦାନ ଦେଇଥାଏ । ଉଭୟ କ୍ଷେତ୍ରରେ, ଆମେ ଦ୍ୱନ୍ଦ୍ୱାତୀତ ହୋଇଯାଉ ।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌