93. ତୃପ୍ତି ହେଉଛି ଅମୃତ

 

ଦୁଇଟି ସ୍ଥାନରେ (3.9ରୁ 3.15 ଏବଂ 4.23ରୁ 4.32) ଶ୍ରୀକୃଷ୍ଣ ଯଜ୍ଞ ରୂପକ ନିଃସ୍ୱାର୍ଥପର କର୍ମ ବିଷୟରେ କହିଥିଲେ । ସେ ଚେତାବନୀ ଦେଇଛନ୍ତି ଯେ ପ୍ରେରିତ କର୍ମ ଆମକୁ କର୍ମବନ୍ଧନରେ ବାନ୍ଧି ରଖିଥାଏ ଏବଂ ଏହାକୁ ଅନାସକ୍ତି ସହିତ, ଯାହା ଆସକ୍ତି ଏବଂ ବିରକ୍ତି ବାହାରେ, କରିବାକୁ ପରାମର୍ଶ ଦେଇଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଃସ୍ୱାର୍ଥପର କାର୍ଯ୍ୟରେ ସର୍ବୋଚ୍ଚ ଶକ୍ତି ଅଛି (3.15) ଏବଂ ଆରମ୍ଭରେ ସୃଷ୍ଟିକର୍ତ୍ତା ଏହି ଶକ୍ତି ବ୍ୟବହାର କରି ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ (3.10) ସେ ଯଜ୍ଞର ଅନେକ ଉଦାହରଣ ଦେଇଥିଲେ ଏବଂ ସିଦ୍ଧାନ୍ତ କଲେ ଯେ ସେ ସମସ୍ତ ନିଃସ୍ୱାର୍ଥପର କର୍ମର ବିଭିନ୍ନ ରୂପ ଅଟନ୍ତି (4.23ରୁ 4.32) ଏବଂ ଏହି ହୃଦୟଙ୍ଗମ ଆମକୁ ମୁକ୍ତ କରିବ (4.32) ଏହାକୁ ପ୍ରଭୁଙ୍କ ନିଶ୍ଚିତତା ବୋଲି ବିଚାର କରି ମାନି ନେବା ଉଚିତ୍‌ ।

          ଆହୁରି ମଧ୍ୟ, ପାପ ସମ୍ବନ୍ଧରେ, ଶ୍ରୀକୃଷ୍ଣ ସୂଚିତ କରିଛନ୍ତି ଯେ ସୁଖ-ଦୁଃଖ, ଲାଭ-କ୍ଷତି, ବିଜୟ-ପରାଜୟର ଦ୍ୱନ୍ଦ୍ୱ ମଧ୍ୟରେ ଥିବା ଅସନ୍ତୁଳନରୁ ଉତ୍ପନ୍ନ କାର୍ଯ୍ୟ ହେଉଛି ପାପ ଯାହା ସର୍ବଦା ଦୋଷ, ଦୁଃଖ, ଦ୍ୱେଷ ଏବଂ ଘୃଣାର କର୍ମବନ୍ଧନ ସୃଷ୍ଟି କରେ । ସେ ଆହୁରି ମଧ୍ୟ କହିଛନ୍ତି, “ଯେ ଆଶାରହିତ ହୋଇଯାଇଛନ୍ତି, ଯେ ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀରକୁ ଜୟ କରିନେଇଛନ୍ତି, ଯେ ସମସ୍ତ ଭୋଗସାମଗ୍ରୀ ପରିତ୍ୟାଗ କରିଦେଇଛନ୍ତି, ସେହି ପୁରୁଷ କେବଳ ଶରୀର ସମ୍ବନ୍ଧୀୟ କର୍ମ କରୁଥିଲେ ମଧ୍ୟ ପାପଭାଗୀ ହୁଅନ୍ତି ନାହିଁ” (4.21) ଭଗବାନ ସିଦ୍ଧାନ୍ତ ଦେଇଛନ୍ତି ଯେ ଯଜ୍ଞକୁ ଜାଣିଥିବା ସାଧକ ଅନାସକ୍ତି ସହିତ କର୍ମ କରି ପାପକୁ ନଷ୍ଟ କରିଦେଇଛନ୍ତି (4.30) ଏହା ଯଜ୍ଞ ଦ୍ୱାରା ପାପର ବିନାଶ ବିଷୟରେ ପ୍ରଭୁଙ୍କର ନିଶ୍ଚିତତା ଅଟେ।

          ଶ୍ରୀକୃଷ୍ଣ ପ୍ରଥମେ ଘୋଷଣା କରିଥିଲେ ଯେ ଆମର କର୍ମ ଉପରେ ଅଧିକାର ଅଛି, କିନ୍ତୁ କର୍ମଫଳ ଉପରେ ନୁହେଁ (2.47)ଏଠାରେ ସେ ଏକ ରହସ୍ୟ ପ୍ରକାଶ କରିଥିଲେ ଯେ ଯଜ୍ଞର ନିଃସ୍ୱାର୍ଥପର କର୍ମର ଅବଶିଷ୍ଟାଂଶ ହେଉଛି ବ୍ରହ୍ମର ଅମୃତ (4.31)ଏହାର ସଙ୍କେତ ହେଉଛି ଯେ ଆମେ ଯାହା ହାସଲ କରୁ, ତାହା ହେଉଛି ଚେତନା କିମ୍ବା ଅଜ୍ଞତାରେ ଆମ ଦ୍ୱାରା କରାଯାଇଥିବା ନିଃସ୍ୱାର୍ଥପର କାର୍ଯ୍ୟର ଫଳାଫଳ । ଅନ୍ୟ ଏକ ସିଦ୍ଧାନ୍ତ ହେଉଛି ଯଦି ଆମେ ତୃପ୍ତିକୁ ମାନଦଣ୍ଡ ଭାବରେ ଗ୍ରହଣ କରୁ, ସନ୍ତୁଷ୍ଟ ବ୍ୟକ୍ତି ଅଧିକ ସନ୍ତୁଷ୍ଟ ହୁଅନ୍ତି ଏବଂ ଅସନ୍ତୁଷ୍ଟ ବ୍ୟକ୍ତି ଅଧିକ ଅସନ୍ତୁଷ୍ଟ ହୁଅନ୍ତି । ତୃପ୍ତି, ଅଧିକ ତୃପ୍ତି ଆଣିଥାଏ ଏବଂ ଦୁଃଖ, ଅଧିକ ଦୁଃଖ ଆଣିଥାଏ । ଯଜ୍ଞରୁ ଆସୁଥିବା ସନ୍ତୋଷର ଅମୃତ ବିଷୟରେ ଏହା ପ୍ରଭୁଙ୍କଠାରୁ ଏକ ଆଶ୍ୱସନା ଅଟେ ।

          ପ୍ରେରଣା ଏକ କାର୍ଯ୍ୟକୁ ପାପ କରାଇଥାଏ ଏବଂ ଯେତେବେଳେ ସମାନ କର୍ମ ଯଜ୍ଞ ପରି କରାଯାଏ, ଏହା ପୂଣ୍ୟ ହୋଇଯାଏ ଯାହା ମୁକ୍ତି ଏବଂ ସନ୍ତୋଷର ଅମୃତ ଛଡ଼ା ଆଉ କିଛି ନୁହେଁ ।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌