101. ପଦ୍ମ ପତ୍ରର ଅନୁକରଣ
ପ୍ରତ୍ୟେକ ଭୌତିକ ପ୍ରଣାଳୀ ବିଭିନ୍ନ ଉପାଦାନ ନେଇଥାଏ ଏବଂ କିଛି ନିର୍ଦ୍ଧିଷ୍ଟ ଫଳାଫଳ ଉତ୍ପନ୍ନ କରେ । ଆମେ ନିରନ୍ତର ଆମର ଫଳାଫଳକୁ
ମାପୁ କିମ୍ବା ବିଚାର କରୁ ଯେପରିକି ଶବ୍ଦ ଏବଂ କାର୍ଯ୍ୟ । ଆମେ ଅନ୍ୟମାନଙ୍କ କାର୍ଯ୍ୟକଳାପ
ସଙ୍ଗେ ସଙ୍ଗେ ଆମ ଚାରିପାଖରେ ଥିବା ବିଭିନ୍ନ ପରିସ୍ଥିତିକୁ ମଧ୍ୟ ମୂଲ୍ୟାଙ୍କନ କରୁ ।
ବାସ୍ତବରେ,
ବିବର୍ତ୍ତନ ପ୍ରକ୍ରିୟାରେ, ବିପଦକୁ ଚିହ୍ନିବା ଆମ ପାଇଁ ଆବଶ୍ୟକ ଥିଲା । ତଥାପି, କାର୍ଯ୍ୟ ଠିକ୍ କି ଭୁଲ୍ ତାହା ନିର୍ଣ୍ଣୟ କରିବା ପାଇଁ ମାନକର ଅଭାବରେ ସମସ୍ୟା ରହିଥାଏ, ଯେଉଁ କାରଣରୁ ଆମେ ସର୍ବଦା ଅଜ୍ଞତା ଉପରେ ଆଧାରିତ ଧାରଣା ଏବଂ ବିଶ୍ୱାସ ପ୍ରଣାଳୀ ଉପରେ
ନିର୍ଭର କରୁ । ଯେତେବେଳେ ବି ଆମେ ଏପରି ସ୍ଥିତିର ସମ୍ମୁଖୀନ ହୋଇଥାଉ ଯାହା ଆମର ବିଶ୍ୱାସ
ପ୍ରଣାଳୀ ଅନୁଯାୟୀ ହୁଏ, ଆମେ ଖୁସି ଏବଂ ସନ୍ତୁଷ୍ଟ
ଅନୁଭବ କରୁ ।
ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ
କୁହନ୍ତି,
“ଯାହାଙ୍କ ମନ ନିଜ ବଶରେ ଥାଏ, ଯେ ଜିତେନ୍ଦ୍ରିୟ ଓ ଯାହାଙ୍କ ଅନ୍ତଃକରଣ ବିଶୁଦ୍ଧ ଏବଂ ସକଳ ପ୍ରାଣୀଙ୍କର ଆତ୍ମରୂପ
ପରମାତ୍ମା ହିଁ ଯାହାଙ୍କର ଆତ୍ମା, ସେହି କର୍ମଯୋଗୀ କର୍ମ
କରୁଥିଲେ ମଧ୍ୟ କର୍ମରେ ଲିପ୍ତ ହୁଅନ୍ତି ନାହିଁ” (5.7) । ଏହା ପ୍ରଭୁଙ୍କଠାରୁ ଏକ ନିଶ୍ଚିତତା ଯେ, କେଉଁ ପରିସ୍ଥିତିରେ ଆମର କର୍ମ କଳଙ୍କିତ ହେବ ନାହିଁ ।
ଶ୍ରୀକୃଷ୍ଣ କହିଛନ୍ତି ଯେ ଶୁଦ୍ଧ
ଅର୍ଥାତ୍ ଦ୍ୱେଷ ଏବଂ ଆକାଂକ୍ଷାରୁ ମୁକ୍ତ ସେହି ପୁରୁଷ ଦ୍ୱାରା କରାଯାଇଥିବା କର୍ମ କଳଙ୍କିତ ହୁଏ ନାହିଁ ଯିଏ ନିଜ ଆତ୍ମକୁ ସମସ୍ତ
ପ୍ରାଣୀମାନଙ୍କ ଆତ୍ମ ରୂପରେ ଅନୁଭବ କରେ । ଉଲ୍ଲେଖନୀୟ ବିଷୟ ହେଉଛି ଯେ ଯେତେବେଳେ ଜଣେ ନିଜକୁ
ସମସ୍ତ ପ୍ରାଣୀରେ ଦେଖେ, ସେତେବେଳେ କୌଣସି କାରଣ ନଥାଏ
ସେ କଳଙ୍କିତ କାର୍ଯ୍ୟ କିମ୍ବା ଅପରାଧ କରିବ । ଅପରପକ୍ଷେ, ‘ଆମର ଏବଂ ଅନ୍ୟମାନଙ୍କର’ ଏପରି ବିଭାଜନର ଦୃଷ୍ଟିରୁ କରାଯାଇଥିବା ଆମର ସମସ୍ତ କାର୍ଯ୍ୟ କଳଙ୍କିତ ହୁଏ ।
ଯେତେବେଳେ ଆମ ଚାରିପାଖରେ ଥିବା
ପରିସ୍ଥତିକୁ ବିଚାର କରିବା କଥା ଆସେ, ଶ୍ରୀକୃଷ୍ଣ କୁହନ୍ତି, “ଯେଉଁ ପୁରୁଷ ସକଳ କର୍ମ ପରମାତ୍ମାଙ୍କଠାରେ ଅର୍ପଣ କରିଦେଇ ଓ ଆସକ୍ତି ତ୍ୟାଗପୂର୍ବକ କର୍ମ
କରନ୍ତି,
ପଦ୍ମପତ୍ର ଯେପରି ଜଳ ଦ୍ୱାରା ଲିପ୍ତ ହୁଏ ନାହିଁ, ସେହି ପୁରୁଷ ସେପରି ପାପରେ ଲିପ୍ତ ହୁଅନ୍ତି ନାହିଁ” (5.10) ।
ଯେତେବେଳେ ଆମର କର୍ମ ସଙ୍ଗେ
ସଙ୍ଗେ ଅନ୍ୟମାନଙ୍କର କର୍ମ ମଧ୍ୟ ପ୍ରଭୁଙ୍କୁ ସମର୍ପିତ ହୁଏ, ସେତେବେଳେ ବିଭାଜନର କୌଣସି ସମ୍ଭାବନା ନଥାଏ । ସେତେବେଳେ ଆମେ ସମ୍ମୁଖୀନ ହେଉଥିବା
ପରିସ୍ଥିତି ନାଟକ ଏବଂ ଅଭିନୟ ପରି ଦେଖାଯାଏ, ଯେଉଁଠାରେ ଆମେ ଆମର ଭୂମିକା ନିର୍ବାହ କରୁଥାଉ ଏବଂ ଶ୍ରୀକୃଷ୍ଣ ଏହାକୁ ପଦ୍ମ ପତ୍ର ସହିତ ତୁଳନା କରନ୍ତି ।

Comments
Post a Comment