99. ଘୃଣା ତ୍ୟାଗ କର କର୍ମ ନୁହେଁ

 

ଅଜ୍ଞତା ହେତୁ ଜଣେ ବ୍ୟକ୍ତି ଭୌତିକ ସମ୍ପତ୍ତିକୁ ଧରିବାରେ ବ୍ୟସ୍ତ, ଯାହା କର୍ମବନ୍ଧନରେ ବାନ୍ଧେଯେତେବେଳେ ସଚେତନତାର ପ୍ରଥମ କିରଣ ଅବତରଣ କରେ, ଯେମିତି କି ଅର୍ଜୁନ ଏଠାରେ ଚେଷ୍ଟା କରୁଛନ୍ତି ସେ ତ୍ୟାଗ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି । କ’ଣ ପରିତ୍ୟାଗ କରିବେ ସେଥିରେ ଦ୍ୱନ୍ଦ୍ୱ ରହିଛି । ସାଧାରଣ ପ୍ରବୃତ୍ତି ହେଉଛି ସମସ୍ତ କର୍ମ ବା କାର୍ଯ୍ୟ ତ୍ୟାଗ କରିବା, ଯେହେତୁ ଆମେ ସେମାନଙ୍କୁ ସର୍ବଦା ବିଭାଜନକାରୀ ମନରୁ ଭଲ ବା ଖରାପ ଭାବରେ ବିଭକ୍ତ କରୁ ଏବଂ ଅବାଞ୍ଛିତ କର୍ମ ଛାଡିବାକୁ ଚାହୁଁ ।

          ଅନ୍ୟପକ୍ଷରେ, ଶ୍ରୀକୃଷ୍ଣ ତ୍ୟାଗ ସମ୍ବନ୍ଧରେ ଏକ ଅଲଗା ଧାରଣା ଉପସ୍ଥାପନ କରନ୍ତି ଏବଂ କୁହନ୍ତି, “ଯେଉଁ ପୁରୁଷ କାହାଠାରେ ଦ୍ୱେଷ ରଖନ୍ତି ନାହିଁ, କି କିଛି ଆକାଂକ୍ଷା କରନ୍ତି ନାହିଁ, ସେହି କର୍ମଯୋଗୀ, ନିତ୍ୟସନ୍ନ୍ୟାସୀ ବୋଲାଯିବାର ଯୋଗ୍ୟ, କାରଣ ରାଗ-ଦ୍ୱେଷାଦି ଦ୍ୱନ୍ଦ୍ୱରୁ ରହିତ ପୁରୁଷ ସୁଖପୂର୍ବକ ସଂସ୍କାରବନ୍ଧନରୁ ମୁକ୍ତ ହୋଇଯାଆନ୍ତି” (5.3) ପ୍ରଥମ ଜିନିଷ ଯାହାକୁ ଆମେ ତ୍ୟାଗ କରିବା ଆବଶ୍ୟକ ତାହା ହେଉଛି ଘୃଣା । ଧର୍ମ, ଜାତି କିମ୍ବା ଜାତୀୟତା ଭଳି ଆମର ବିଶ୍ୱାସ ବିରୁଦ୍ଧରେ ଯାଉଥିବା ଯେକୌଣସି ଜିନିଷ ପ୍ରତି ଏହା ହୋଇପାରେ । ଘୃଣା ଆମର ବୃତ୍ତି, ଲୋକ କିମ୍ବା ଆମ ଚାରିପାଖରେ ଥିବା ଜିନିଷ ପ୍ରତି ହୋଇପାରେ । ପ୍ରତିବାଦରେ ଏକତା ଦେଖିବା ଆବଶ୍ୟକ । ନିତ୍ୟ ସନ୍ନ୍ୟାସୀ ଘୃଣା ସଙ୍ଗେ ସଙ୍ଗେ ଇଚ୍ଛା ମଧ୍ୟ ତ୍ୟାଗ କରନ୍ତି ।

          ଶ୍ରୀକୃଷ୍ଣ ଆମକୁ ଘୃଣା ଏବଂ ଇଚ୍ଛା ପରି ଗୁଣ ତ୍ୟାଗ କରିବାକୁ ପରାମର୍ଶ ଦିଅନ୍ତି । ସତ୍ୟ ହେଉଛି ଯେ କର୍ମର କୌଣସି ପ୍ରକୃତ ତ୍ୟାଗ ନାହିଁ କାରଣ ଆମେ ଗୋଟିଏ କର୍ମ ଛାଡି ଆମର ଗୁଣର ପ୍ରଭାବରେ ଅନ୍ୟ କର୍ମ କରିବା ଆରମ୍ଭ କରିଥାଉ । ତେଣୁ ଆମର ବାହ୍ୟ କର୍ମ ଅପେକ୍ଷା ଆମ ଭିତରେ ରହୁଥିବା ବର୍ଗୀକରଣକୁ ଆମେ ପରିତ୍ୟାଗ କରିବା ଉଚିତ୍‌ ।

          ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି; “ଜ୍ଞାନ ଯୋଗୀମାନଙ୍କ ଦ୍ୱାରା ଯେଉଁ ପରମଧାମ ପ୍ରାପ୍ତ କରାଯାଏ, କର୍ମଯୋଗୀମାନଙ୍କ ଦ୍ୱାରା ମଧ୍ୟ ସେହି ପରମଧାମ ପ୍ରାପ୍ତ କରାଯାଏ । ତେଣୁ ଯେଉଁ ପୁରୁଷ ଜ୍ଞାନଯୋଗ ଓ କର୍ମଯୋଗ ଫଳରୂପରେ ଏକ ବୋଲି ଦେଖନ୍ତି, ସେ ହିଁ ଯଥାର୍ଥ ଦେଖନ୍ତି (5.5) କର୍ମଯୋଗ ବିନା ସନ୍ନ୍ୟାସ ଅର୍ଥାତ୍‌ ମନ, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ହେଉଥିବା ସକଳ କର୍ମରେ କର୍ତ୍ତାପଣ ତ୍ୟାଗ କରିପାରିବା କଠିନ ଏବଂ ଭଗବତ୍‌ସ୍ୱରୂପ ମନନ କରୁଥିବା କର୍ମଯୋଗୀ ପରବ୍ରହ୍ମ ପରମାତ୍ମାଙ୍କୁ ଶୀଘ୍ର ହିଁ ପାଇଯାଆନ୍ତି” (5.6)

          କର୍ମ ହେଉଛି ସେହି ଯନ୍ତ୍ର ଯାହା ଆମ ଭିତରେ କେତେ ଘୃଣା ବା ଇଚ୍ଛା ଅଛି ତାହା ଜାଣିବାରେ ସାହାଯ୍ୟ କରେ । ତେଣୁ ଶ୍ରୀକୃଷ୍ଣ ତାଙ୍କୁ ତ୍ୟାଗ କରିବା ପରିବର୍ତ୍ତେ ନିଷ୍କାମ କର୍ମ କରିବାକୁ ପ୍ରୋତ୍ସାହିତ କରନ୍ତି ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌