104. ନିରପେକ୍ଷତା ପ୍ରାପ୍ତ କରିବା

 

ଶ୍ରୀକୃଷ୍ଣ କହିଛନ୍ତି ଯେ ଯାହାର ମନ ଏବଂ ବୁଦ୍ଧି ଆତ୍ମାରେ ସ୍ଥିତ ଏବଂ ଯାହାର ପାପ ସଚେତନତା ଦ୍ୱାରା ଅପସାରିତ ହୁଏ, ସେମାନେ କୌଣସି ପ୍ରତ୍ୟାବର୍ତ୍ତନ ନ ହେବା ସ୍ଥିତିକୁ ଅର୍ଥାତ୍‌ ଶାଶ୍ୱତ ଅବସ୍ଥାକୁ ପହଞ୍ଚନ୍ତି (5.17)

          ଅଜ୍ଞାତ ଜୀବନଯାପନ ଅନ୍ଧକାରରେ ବାସ କରିବା ପରି, ଯେଉଁଠାରେ ଆମେ ପଡୁଥାଉ ଏବଂ ନିଜକୁ ଆଘାତ ପହଞ୍ଚାଇ ଥାଉ । ପରବର୍ତ୍ତୀ ସ୍ତରଟି କିଛି ଆଲୋକର ଚମକକୁ ଅନୁଭବ କରିବା ପରି ଯେଉଁଠାରେ ଜଣେ କିଛି ସମୟ ପାଇଁ ସଚେତନତା ଲାଭ କରେ କିନ୍ତୁ ପୁନର୍ବାର ଅଜ୍ଞତା ଦ୍ୱାରା ଘେରି ହୋଇ  ରହିଥାଏ । ଅନ୍ତିମ ପର୍ଯ୍ୟାୟ ସୂର୍ଯ୍ୟକିରଣ ପରି ସ୍ଥାୟୀ ଆଲୋକ ପାଇବା ପରି ଯେଉଁଠାରେ ସଚେତନତା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପହଞ୍ଚେ ଏବଂ ସେଠାରୁ ଆଉ କେହି ଫେରି ନ ଥାଏ । ପ୍ରତ୍ୟାବର୍ତ୍ତନ ନ ହେବାର ଏହି ଅବସ୍ଥାକୁ ମୋକ୍ଷ କିମ୍ବା ଚରମ ସ୍ୱାଧୀନତା କୁହାଯାଏ । ଏହା ମୋର ସ୍ୱାଧୀନତା ନୁହେଁ ବରଂ ‘ମୁଁ’ ଠାରୁ ସ୍ୱାଧୀନତା କାରଣ ସମସ୍ତ ସମସ୍ୟା “ମୁଁ’ ହେତୁ   ହୋଇଥାଏ ।

          ସମତ୍ୱ ଘଟେ ଯେତେବେଳେ ଜଣେ ପ୍ରତ୍ୟାବର୍ତ୍ତନ ନ ହେବା ସ୍ଥିତିକୁ ଆସେ ଏବଂ ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ କୁହନ୍ତି; “ସେହି ଜ୍ଞାନୀମାନେ ବିଦ୍ୟା ଓ ବିନୟଯୁକ୍ତ ବ୍ରାହ୍ମଣଙ୍କଠାରେ ତଥା ଗୋ, ହସ୍ତୀ, କୁକୁର ଏବଂ ଚାଣ୍ଡାଳଠାରେ ମଧ୍ୟ ସମଦର୍ଶୀ ହୋଇଥାନ୍ତି” (5.18) । ସମତ୍ୱ ଗୀତାର ମୂଳ ନୀତି ମଧ୍ୟରେ ଏକ ଅଟେ ।

          ସମସ୍ତ ପ୍ରାଣୀମାନଙ୍କଠାରେ ନିଜକୁ ଆତ୍ମ ଭାବରେ ଅନୁଭବ କରିବା ସମତ୍ୱର ମୂଳ ଅଟେ (5.7) ଏହା ଜାଣିବା ଯେ ଅନ୍ୟମାନଙ୍କଠାରେ ଆମ ସମାନ ଭଲ ଗୁଣ ଅଛି ଏବଂ ଆମର ଅନ୍ୟମାନଙ୍କ ପରି ସମାନ ଖରାପ ଗୁଣ ଅଛି । ପରବର୍ତ୍ତୀ ସ୍ତର ହେଉଛି ସ୍ପଷ୍ଟ ପ୍ରତିବାଦ କିମ୍ବା ପାର୍ଥକ୍ୟକୁ ସମାନ ଭାବରେ ଦେଖିବାର କ୍ଷମତା, ଯେପରିକି ପଶୁ ଏବଂ ପଶୁ ଭୋଜନକାରୀଙ୍କୁ ସମାନ ଭାବରେ ଦେଖିବା । ଏହା ଦ୍ୱେଷ ଏବଂ ନାପସନ୍ଦ ତ୍ୟାଗ କରିବା ଯାହା ଅଜ୍ଞତାର ଫଳ (5.3) ଏହା ଆମର ଲାଭ ଏବଂ କ୍ଷତି ପାଇଁ ସମାନ ମାନଦଣ୍ଡ ପ୍ରୟୋଗ କରିବା । ସମତ୍ୱ କେବଳ ଏକ ଭାବନା ଯାହା ସଚେତନତା ମାଧ୍ୟମରେ ଆସେ । ଅସନ୍ତୁଳିତ ମନ ସହିତ କରାଯାଇଥିବା କାର୍ଯ୍ୟଗୁଡ଼ିକ ନିଶ୍ଚିତ ଭାବରେ ଦୁଃଖ ଆଣିଥାଏ ।

          ଶ୍ରୀକୃଷ୍ଣ ଆଶ୍ୱାସନା ଦେଇଛନ୍ତି ଯେ ଏଠାରେ (ଏହି ଦୁନିଆରେ ଏବଂ ଏହି ମୂହୁର୍ତ୍ତରେ) ପ୍ରକଟ ଅସ୍ତିତ୍ୱର ଦ୍ୱନ୍ଦ୍ୱକୁ (ଜନ୍ମ/ମୃତ୍ୟୁ) ସମାନ/ନିଷ୍ପକ୍ଷ ମାନସିକତା ରଖିଥିବା ଲୋକମାନେ ବିଜୟ ହାସଲ କରିଛନ୍ତି ଏବଂ ସେ ନିର୍ଦ୍ଦୋଷ ଏବଂ ନିଷ୍ପକ୍ଷ ବ୍ରହ୍ମରେ ସ୍ଥାପିତ ହେବେ (5.19)


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌