116. ଆଧ୍ୟାତ୍ମିକତାର ସହଜ ପଥ


             ଆଧ୍ୟାତ୍ମିକ ପଥ ବିଷୟରେ ଏକ ସାଧାରଣ ଧାରଣା ଯେ ଏହାକୁ ଅନୁସରଣ କରିବା କଷ୍ଟକର । ଶ୍ରୀକୃଷ୍ଣ ପୂର୍ବରୁ ଏପରି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଛୋଟ ପ୍ରୟାସ କର୍ମଯୋଗରେ ବହୁତ ବଡ଼ ଲାଭ ଦେଇଥାଏ (2.40) ସେ ଏହାକୁ ଅଧିକ ସରଳ କରି କହନ୍ତି, “ଏହି ଦୁଃଖନାଶକ ଯୋଗ ତ ଯଥାଯୋଗ୍ୟ ଆହାର-ବିହାର କରୁଥିବା ଲୋକର, କର୍ମମାନଙ୍କରେ ଯଥାଯୋଗ୍ୟ ଚେଷ୍ଟା କରୁଥିବା ଲୋକର ତଥା ଯଥାଯୋଗ୍ୟ ନିଦ୍ରା ଯାଉଥିବା ଓ ଜାଗରଣ ରହୁଥିବା ଲୋକର ହିଁ ସିଦ୍ଧ ହୁଏ”(6.17) ଯୋଗ କିମ୍ବା ଆଧ୍ୟାତ୍ମିକ ପଥ ସେତିକି ସରଳ ଯେପରି ଭୋକିଲା ବେଳେ ଖାଇବା, ସମୟରେ କାମ କରିବା, ସମୟରେ ଶୋଇବା କିମ୍ବା ଥକିଗଲେ ବିଶ୍ରାମ କରିବା । ଏହା ବ୍ୟତୀତ ଅବଶିଷ୍ଟ ହେଉଛି କାହାଣୀ ଯାହା ଆମେ ନିଜକୁ ଏବଂ ଅନ୍ୟ ମାନଙ୍କୁ କହିଥାଉ ।

            ଛୋଟ ପିଲାଟିକୁ ବୃଦ୍ଧ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଶୋଇବା ଆବଶ୍ୟକ ହୁଏ । ଖାଦ୍ୟ ସମ୍ବନ୍ଧୀୟ ଆମର ଆବଶ୍ୟକତା ଦିନର ଶାରୀରିକ କାର୍ଯ୍ୟକଳାପର ଆଧାର ଉପରେ ନିର୍ଭର କରି ଭିନ୍ନ ହୋଇପାରେ, ଯାହା ଦର୍ଶାଏ ଯେ ‘ଯଥା ଯୋଗ୍ୟ’ ଅର୍ଥ ହେଉଛି ବର୍ତ୍ତମାନର ମୁହୂର୍ତ୍ତ ବିଷୟରେ ସଚେତନ ହେବା । ଏହାକୁ ପୂର୍ବରେ କର୍ତ୍ତବ୍ୟକର୍ମ (6.1), କିମ୍ବା ନିୟତ କର୍ମ (3.8) ରୂପରେ ସନ୍ଦର୍ଭିତ କରାଯାଇଛି ।

            ଆମର ମସ୍ତିଷ୍କ ସରଳ ତଥ୍ୟ ଚାରିପାଖରେ ଆମର କଳ୍ପନାକୁ ଯୋଡ଼ି ଜଟିଳ କାହାଣୀ ବୁଣିଥାଏ । ଏହି କାହାଣୀଗୁଡିକ ଯାହା ଆମେ ନିଜକୁ କହିଥାଉ, କାହାକୁ ନାୟକ କିମ୍ବା ଖଳନାୟକ କରି ପରିସ୍ଥିତିକୁ ସୁଖଦ କିମ୍ବା ଦୁଃଖଦାୟକ କରିଥାଏ । ଏହି କାହାଣୀଗୁଡ଼ିକ ଆମର ଶବ୍ଦ ଏବଂ ବ୍ୟବହାରକୁ ନିର୍ଦ୍ଧାରିତ କରେ । ସେଥିପାଇଁ ଶ୍ରୀକୃଷ୍ଣ କାହାଣୀଗୁଡିକ ବୁଣୁଥିବା ମନକୁ ବଶୀଭୂତ କରିବା ଉପରେ ଗୁରୁତ୍ୱ ଦିଅନ୍ତି ଏବଂ ସମସ୍ତ ଭୋଗ ପ୍ରତି ନିଃସ୍ପୃହ ହୋଇକରି ପରମାତ୍ମାଙ୍କ ସହିତ ଏକତ୍ୱ ସ୍ଥାପିତ କରିବାକୁ କୁହନ୍ତି (6.18)

            ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି ଯେ “ପବନ ନଥିବା ସ୍ଥାନରେ ଦୀପର ଶିଖା ଯେପରି ଚଞ୍ଚଳ ହୁଏ ନାହିଁ, ପରମାତ୍ମାଙ୍କ ଧ୍ୟାନରେ ଲଗିଥିବା, ଯୋଗୀଙ୍କର ବଶୀଭୂତ ଚିତ୍ତକୁ ମଧ୍ୟ ସେହି ଉପମା ଦିଆଯାଏ”(6.19) ଶ୍ରୀକୃଷ୍ଣ ଏହା ପୂର୍ବରୁ ଏକ କଇଁଛ (2.58) ଏବଂ ନଦୀ ଓ ମହାସାଗରର (2.70) ଉଦାହରଣ ଦେଇଥିଲେ, ଯେଉଁଠାରେ ନଦୀଗୁଡିକ ଥରେ ସମୁଦ୍ର ଭିତରକୁ ପ୍ରବେଶ କରିଲା ପରେ ନିଜର ଅସ୍ଥିତ୍ୱ ହଜାଇ ଦିଅନ୍ତି ଏବଂ ଅନେକ ନଦୀ ପ୍ରବେଶ କରିବା ପରେ ମଧ୍ୟ ସମୁଦ୍ର ଶାନ୍ତ ରହିଥାଏ । ସେହିଭଳି ଇଚ୍ଛା ସେମାନଙ୍କର ଅସ୍ତିତ୍ୱ ହରାଇଥାଏ ଯେତେବେଳେ ସେ ଯୋଗୀଙ୍କ ସମୁଦ୍ର ପରି ସ୍ଥିରମନରେ ପ୍ରବେଶ କରନ୍ତି ।


 

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌