127. ଶିଖିବା ପାଇଁ ଶୁଣିବା ଶିଖ
ଏକ ଦୁଇ ଆୟାମୀ ମାନଚିତ୍ର (ନକ୍ସା) ଏକ ତିନି ଆୟାମୀ କ୍ଷେତ୍ରକୁ ଦର୍ଶାଇବା ପାଇଁ ବ୍ୟବହୃତ
ହୁଏ । ଏହା ଏକ ସହଜ, ଉପଯୋଗୀ ଏବଂ ସୁବିଧାଜନକ
ପଦ୍ଧତି,
କିନ୍ତୁ ଏହାର ସୀମା ଅଛି । ଏହାକୁ ବୁଝିବା ପାଇଁ ଆମକୁ କ୍ଷେତ୍ରକୁ
ସମ୍ପୂର୍ଣ୍ଣ ରୂପେ ଅନୁଭବ କରିବା ଆବଶ୍ୟକ । ଏହି କଥା ‘ଶବ୍ଦ’ ବିଷୟରେ ମଧ୍ୟ ସମାନ ଯାହା ଲୋକ, ସ୍ଥିତି ଗୁଡ଼ିକରେ, ବିଚାରରେ ଭାବନାରେ ଏବଂ
କାର୍ଯ୍ୟର ସନ୍ଦର୍ଭରେ ଏକ ବହୁ-ଆୟାମୀ ଜୀବନର ବର୍ଣ୍ଣନା କରିବାକୁ ପ୍ରୟାସ କରନ୍ତି । କିନ୍ତୁ
ଶବ୍ଦର ମଧ୍ୟ ଅନେକ ସୀମା ଅଛି।
ପ୍ରଥମ ସୀମା ହେଉଛି, ଶବ୍ଦଗୁଡିକ ଧୃବୀୟ ଅଟେ । ଯଦି ଗୋଟିଏକୁ ଭଲ ବୋଲି କୁହାଯାଏ, ତେବେ ଆମେ ଅନ୍ୟକୁ ଖରାପ ବୋଲି କଳ୍ପନା କରିନେଉ । ଏମିତି କୌଣସି ଶବ୍ଦ ନାହିଁ ଯାହା ଧୃବ ବାହାର ସ୍ଥିତିକୁ
ବର୍ଣ୍ଣନା କରିପାରିବ । ଦ୍ୱିତୀୟତଃ ସମାନ ଶବ୍ଦ ବିଭିନ୍ନ ଲୋକଙ୍କ ମଧ୍ୟରେ ସେମାନଙ୍କ ଅନୁଭୂତି
ଏବଂ ପରିସ୍ଥିତି ଉପରେ ନିର୍ଭର କରି ଭିନ୍ନ ଭିନ୍ନ ଭାବନା ସୃଷ୍ଟି କରେ । ସେଥିପାଇଁ କେତେକ ସଂସ୍କୃତି ଏକାଧିକ ବ୍ୟାଖ୍ୟାର ଏହି ସୀମାକୁ ଦୂର କରିବା ପାଇଁ ଯୋଗାଯୋଗ କରିବାକୁ
ନୀରବତା ବ୍ୟବହାର କରନ୍ତି । ତୃତୀୟତଃ, ଆମେ ଶବ୍ଦର ଆକ୍ଷରିକ ଅର୍ଥରେ ଅଟକି ଥାଉ, ଯାହା ସତ୍ୟର ବିଷୟରେ ଜାଣିବା ପରି କିନ୍ତୁ ସତ୍ୟ ନୁହେଁ ।
ଏହିପରି ଗୋଟିଏ ଶବ୍ଦ ହେଉଛି
‘ମୁଁ’ ଯାହା ଉଭୟ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ବ୍ୟବହାର କରନ୍ତି । ଯେଉଁଠାରେ ଅର୍ଜୁନଙ୍କ ‘ମୁଁ’
ହେଉଛି ବିଭାଜନ ସହିତ ତାଙ୍କର ପରିଚୟ, ଶ୍ରୀକୃଷ୍ଣଙ୍କର ‘ମୁଁ’
ହେଉଛି ଏକତ୍ୱ ଯାହା ପ୍ରକାଶିତ ଅସ୍ତିତ୍ୱର ସମସ୍ତ ବିଭାଜନକୁ ଅନ୍ତର୍ଭୁକ୍ତ କରେ । ଶବ୍ଦର
ସୀମିତତା ବିଷୟରେ ସଚେତନତା ଆମକୁ ଗୀତା ବୁଝିବାରେ ସାହାଯ୍ୟ କରିବ । ନିମ୍ନଲିଖିତ ଶ୍ଳୋକ ହେଉଛି
ଗୋଟିଏ ଉଦାହରଣ ।
ଶ୍ରୀକୃଷ୍ଣ କହନ୍ତି, “ହେ ପାର୍ଥ ଶୁଣ! ତୁମର ମନକୁ ମୋ ଉପରେ କେନ୍ଦ୍ରୀଭୂତ କରି, ଯୋଗାଭ୍ୟାସ କରି, ମୋର ଆଶ୍ରୟ ନେଇକରି ତୁମେ
ନିଶ୍ଚିତ ଭାବରେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିବ” (7.1) । ଶ୍ରୀକୃଷ୍ଣଙ୍କ ‘ମୁଁ’ରେ ପହଞ୍ଚିବା ପାଇଁ ଆମକୁ ନିଜକୁ ବିଲୟ କରିବାକୁ ପଡିବ, ଯେପରି ଲୁଣରେ
ନିର୍ମିତ ଏକ ଖେଳନା ନିଜକୁ ତରଳାଇ ସମୁଦ୍ରରେ ପରିଣତ
ହୁଏ ।
ଶ୍ରୀକୃଷ୍ଣ ଶୃଣୁ (ଶୁଣ) ଶବ୍ଦ ବ୍ୟବହାର କରିଥିଲେ ଯାହା ଉପରେ ଧ୍ୟାନ ଦେବା ଆବଶ୍ୟକ
ଅଟେ । ଆମକୁ ଏହା ଶିଖାଗଲା କିପରି କହିବାକୁ ହେବ ଯାହାକି ଏକ ଭାଷା ହୋଇପାରେ କିମ୍ବା ନିଜକୁ
କିପରି ପ୍ରକାଶ କରିବା । କିନ୍ତୁ ଆମକୁ କ୍ୱଚିତ ‘ଶୁଣିବାକୁ’ ଶିଖାଯାଇଛି । ଜୀବନକୁ ଅତି
ନିକଟରୁ ଦେଖିଲେ ସଙ୍କେତ ମିଳେ ଯେ ପରିସ୍ଥିତି ଆମକୁ ଶୁଣିବା ଏବଂ ବୁଝିବା ଶିଖାଏ, ଯେପରି ଅର୍ଜୁନଙ୍କ ପାଇଁ କୁରୁକ୍ଷେତ୍ର ଯୁଦ୍ଧ । ସାରାଂଶ ଏହା ଯେ ଏହା ଶିଖିବା ପାଇଁ ଶୁଣିବା ଅଟେ ।

Comments
Post a Comment