128. ପ୍ରତ୍ୟେକ ସମାପ୍ତି ଏକ ଆରମ୍ଭ
ଶ୍ରୀକୃଷ୍ଣ କୁହନ୍ତି, “ମୁଁ ତୁମକୁ ବିଜ୍ଞାନ
ସହିତ ଏହି ତତ୍ତ୍ୱଜ୍ଞାନ ପୂର୍ଣ୍ଣଭାବରେ କହିବି; ଏହା ଜାଣିଗଲେ ସଂସାରରେ ଆଉ କିଛି ଜାଣିବାକୁ ବାକି ରହିଯାଏ ନାହିଁ” (7.2) । ଏହା ଜ୍ଞାନ ଏବଂ ବିଜ୍ଞାନ ମାଧ୍ୟମରେ ମନଭିତ୍ତିକ ଲୋକମାନଙ୍କ ପାଇଁ ଏକ ପଥ । ଏହା ପୂର୍ବରୁ
ଶ୍ରୀକୃଷ୍ଣ ହୃଦୟ ଭିତ୍ତିକ (ଭକ୍ତ) ଲୋକମାନଙ୍କ ପାଇଁ “ନିଜ ଭିତରେ ସମସ୍ତ ପ୍ରାଣୀଙ୍କୁ ଦେଖିବା, ନିଜକୁ ସମସ୍ତ ପ୍ରାଣୀଙ୍କ ଠାରେ ଏବଂ ସବୁ ସ୍ଥାନରେ ପରମାତ୍ମାଙ୍କୁ ଦେଖିବା”ର ମାର୍ଗ
ଦେଖାଇଥିଲେ (6.9) ।
ଏହା ଜାଣିବା ପରେ ଜାଣିବାକୁ କିଛି ବି ବାକି ନ ଥାଏ ।
ସମସାମୟିକ ବୈଜ୍ଞାନିକ ସିଦ୍ଧାନ୍ତ
ହେଉଛି ଯେ ଶୂନ୍ୟଠାରୁ ବ୍ରହ୍ମାଣ୍ଡର ସୃଜନ ହୋଇଥାଏ । ଆମର ବିସ୍ତାର କରୁଥିବା ବ୍ରହ୍ମାଣ୍ଡ 13.8
ବିଲିୟନ ବର୍ଷ ପୂର୍ବେ ଏକ ବିଗ୍ ବେଙ୍ଗ୍ (Big Bang)ରୁ ସୃଷ୍ଟି ହୋଇଥିଲା । କାସ୍ମିକ
ମାଇକ୍ରୋୱେବ୍ ବେକ୍ଗ୍ରାଉଣ୍ଡ ରେଡିଏଶନ୍ (CMBR)ର ପ୍ରମାଣ ଦର୍ଶାଇ ଏହି ଯୁକ୍ତି କରାଯାଏ ଯେ ବର୍ତ୍ତମାନ ପୂର୍ବରୁ ଏକ ବ୍ରହ୍ମାଣ୍ଡ ଥିଲା
। ଅନୁମାନ କରାଯାଏ ଯେ ଏହି ବ୍ରହ୍ମାଣ୍ଡ ବିସ୍ତାର ହୋଇ ଶୂନ୍ୟ ସହିତ ସମାନ
ହେବ ଏବଂ ଖାଲି ସ୍ଥାନର ଶକ୍ତି ଅନ୍ୟ ଏକ ବ୍ରହ୍ମାଣ୍ଡ ସୃଷ୍ଟି କରିବ । ଏହାର ଅର୍ଥ ହେଉଛି ଯେ ଏହା ସୃଜନ ଏବଂ ପ୍ରଳୟର ଚକ୍ରୀୟ ପ୍ରକ୍ରିୟା (Cyclic Process) ଅଟେ
।
ଏହି ପୃଷ୍ଠଭୂମି ଆମକୁ ବୁଝିବାରେ
ସାହାଯ୍ୟ କରେ ଯେତେବେଳେ ଶ୍ରୀକୃଷ୍ଣ କହନ୍ତି, ମୁଁ ସମଗ୍ର ଜଗତର ଉତ୍ପତ୍ତି ତଥା ପ୍ରଳୟର କାରଣ ଅଟେ (7.6) । ପ୍ରଥମ ସଙ୍କେତ ହେଉଛି ଏହା
ଏକ ଚକ୍ରୀୟ ପ୍ରକିୟାର ସଙ୍କେତ ଅଟେ । ଦ୍ୱିତୀୟ, ଏକତ୍ୱ ଉଭୟ ସୃଷ୍ଟି ଏବଂ ପ୍ରଳୟକୁ ଅନ୍ତର୍ଭୁକ୍ତ କରେ । ଧ୍ୟାନ ଦେବା କଥା ଏହା ଯେ
ପ୍ରତ୍ୟେକ ସଂସ୍କୃତି ସୃଷ୍ଟିକର୍ତ୍ତା ଭାବରେ ଈଶ୍ୱରଙ୍କୁ ଗୌରବାନ୍ୱିତ କରିଛି । କିନ୍ତୁ, ପରମାତ୍ମା ଭାବରେ ଶ୍ରୀକୃଷ୍ଣ ଘୋଷଣା କରିଛନ୍ତି ଯେ ସେ ଉଭୟ ସୃଷ୍ଟିକର୍ତ୍ତା ଏବଂ ପ୍ରଳୟକର୍ତ୍ତା।
ସେ ଆହୁରି ମଧ୍ୟ କୁହନ୍ତି, “ମୋଠାରୁ ଭିନ୍ନ ଅନ୍ୟ କିଛି ବି ପରମକାରଣ ନାହିଁ । ସୂତାରେ ମଣିମାନେ ଗୁନ୍ଥି ହୋଇଥିବା ପରି
ଏହି ସମସ୍ତ ଜଗତ ମୋ’ଠାରେ ଗୁନ୍ଥା ହୋଇ ରହିଛି, ଅର୍ଥାତ୍ ଏହି ସମସ୍ତ ଜଗତରେ ମୁଁ ହିଁ ଓତପ୍ରୋତ ହୋଇ ରହିଛି” (7.7) । ବ୍ୟକ୍ତ (ମଣି) ଏବଂ ଅବ୍ୟକ୍ତ
(ସୂତା)କୁ ବୁଝିବା ପାଇଁ ଅନେକ ସମୟରେ ମଣି ମାଳର ଉଦାହରଣ ପ୍ରୟୋଗ କରାଯାଇଛି । ସୂତା ଅଦୃଶ୍ୟ
ଅଟେ ଏବଂ ସୂତ୍ରର ସାହାଯ୍ୟ ବିନା ରତ୍ନ ଏକ ସୁନ୍ଦର ଅଳଙ୍କାର ତିଆରି କରିପାରିବେ ନାହିଁ । ଏହା
ହେଉଛି ସେହି ଗଛ ପରି, ଯାହା ଅଦୃଶ୍ୟ ମୂଳ ବିନା ବଞ୍ଚିପାରିବ
ନାହିଁ,
ଇଶ୍ୱର ବିନା ବ୍ରହ୍ମାଣ୍ଡ ମଧ୍ୟ ବିଦ୍ୟମାନ ହୋଇପାରିବ ନାହିଁ ।

Comments
Post a Comment