129. ଭଗବାନ ‘ପସା’ ଖେଳନ୍ତି

 

            ପ୍ରାରମ୍ଭିକ ବ୍ରହ୍ମାଣ୍ଡର ନିର୍ମାଣ ସମୟରେ, ଏହା କେବଳ ଉର୍ଜା ଥିଲା ଏବଂ ପରେ ପଦାର୍ଥର ରୂପ ଧାରଣ କଲା । ବୈଜ୍ଞାନିକ ଭାବରେ, ଏହା ସ୍ୱୀକାର କରାଯାଇଛି ଯେ ବ୍ରହ୍ମାଣ୍ଡର ତାପମାତ୍ରା, ଘନତ୍ୱ ଏବଂ ମାଟର ଏଣ୍ଟିମାଟର ଅନୁପାତରେ ସୂକ୍ଷ୍ମ (କ୍ୱାଣ୍ଟମ୍‌) ଭିନ୍ନତା ଥିଲା ଏବଂ ଏହି ଭିନ୍ନତାର କୌଣସି ବୈଜ୍ଞାନିକ କାରଣ ନାହିଁ । ଏହି ପରିସ୍ଥିତିଗୁଡିକ ପଦାର୍ଥର ନିର୍ମାଣ ପାଇଁ ଦାୟୀ ଅଟେ ଏବଂ ବିଜ୍ଞାନ ଏଥିରେ ସହମତ ଯେଆଜି ଆମେ ଚତୁର୍ଦ୍ଧିଗରେ ଯେଉଁ ବିବିଧତା ଦେଖୁଛୁ ତାକୁ ସୃଷ୍ଟି କରିବାକୁ ଭଗବାନ ପସା ଖେଳନ୍ତି ।

            ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ କହିଛନ୍ତି ଯେ ତାଙ୍କର ନିମ୍ନ ପ୍ରକୃତି ଆଠ ପ୍ରକାରର ଅଟେ । ଅଗ୍ନି, ପୃଥିବୀ, ଜଳ, ବାୟୁ ଏବଂ ଆକାଶ ବସ୍ତୁ ଜଗତ ପାଇଁ ଏବଂ ମନ, ବୁଦ୍ଧି ଏବଂ ଅହଂକାର ଜୀବମାନଙ୍କ ପାଇଁ (7.4) ଅଗ୍ନିର ଅର୍ଥ ସେହି ଉର୍ଜା ପାଇଁ ଅଟେ ଯାହା ପ୍ରାଚୀନ କାଳରୁ ବିଦ୍ୟମାନ ଥିଲା । ଉର୍ଜା ପଦାର୍ଥରେ ପରିଣତ ହୋଇଛି ଯାହାର ଏକ ଦୃଢ ସ୍ଥିତି (ପୃଥିବୀ), ତରଳ ଅବସ୍ଥା (ଜଳ) ଏବଂ ଗ୍ୟାସୀୟ ଅବସ୍ଥା (ବାୟୁ) ଅଛି । ସେମାନଙ୍କୁ ରଖିବା ପାଇଁ ଏକ ସ୍ଥାନ, ମାନେ ଆକାଶ ଆବଶ୍ୟକ ।

            ଜୀବମାନଙ୍କ କ୍ଷେତ୍ରରେ, ବଞ୍ଚିବା ପାଇଁ ତାଙ୍କ ମଧ୍ୟରେ ଭେଦ କରୁଥିବା ପ୍ରଣାଳୀର ଆବଶ୍ୟକତା ହୁଏ । ମନ ହେଉଛି ଚିନ୍ତାଧାରାର ମୌଳିକ ସ୍ତର (ସିଷ୍ଟମ୍‌ 1- ଶୀଘ୍ର ଏବଂ ଅନ୍ତର୍ନିହିତ) ଏବଂ ବୁଦ୍ଧି ହେଉଛି ଉଚ୍ଚ ସ୍ତରର ଚିନ୍ତାଧାରା (ସିଷ୍ଟମ 2- ଧୀର ଏବଂ ପ୍ରତିଫଳିତ) । ଅହଂକାର ହେଉଛି ଅନ୍ତିମ ପ୍ରତିବନ୍ଧକ ଯାହାକୁ ପରମାତ୍ମାଙ୍କ ଉଚ୍ଚ ପ୍ରକୃତିକୁ ପହଞ୍ଚିବା ପାଇଁ ଆମକୁ ଅତିକ୍ରମ କରିବାକୁ ପଡିବ ।

            ଶ୍ରୀକୃଷ୍ଣ କହିଛନ୍ତି ଯେ ତାଙ୍କର ଉଚ୍ଚ ପ୍ରକୃତି ହେଉଛି ‘ଜୀବନ ତତ୍ତ୍ୱ’ ଯାହା ବ୍ରହ୍ମାଣ୍ଡକୁ ସମର୍ଥନ କରେ (7.5) ଯେପରି ଏକ ଅଦୃଶ୍ୟ ସୂତା ଅଳଙ୍କାରଗୁଡିକୁ ଏକାଠି ରଖିଥାଏ (7.7)

            ଶ୍ରୀକୃଷ୍ଣ କୁହନ୍ତି, “ସହସ୍ର ମନୁଷ୍ୟଙ୍କ ମଧ୍ୟରୁ କ୍ୱଚିତ କେହି ଜଣେ ମୋର ପ୍ରାପ୍ତିପାଇଁ ଯତ୍ନ କରନ୍ତି ଏବଂ ସେହି ଯତ୍ନ କରୁଥିବା ଯୋଗୀମାନଙ୍କ ମଧ୍ୟରୁ ବି କ୍ୱଚିତ୍‌ କେହି ଜଣେ ମୋର ପରାୟଣ ହୋଇ ମୋତେ ତତ୍ତ୍ୱତଃ ଯଥାର୍ଥରୂପେ ଜାଣିପାରନ୍ତି” (7.3) ଏହାର ଅର୍ଥ ଅହଂକାରର ପ୍ରତିବନ୍ଧନ ଅତିକ୍ରମ କରିବା ଏକ କଷ୍ଟକର କାର୍ଯ୍ୟ ଏବଂ ଏଠାରେ ତାହା ହିଁ ସୂଚିତ କରାଯାଇଛି ।

            ଏହାକୁ ଦେଖିବାର ଅନ୍ୟ ଏକ ଉପାୟ ହେଉଛି 13.8 ବିଲିୟନ ବର୍ଷର କ୍ରମାଗତ ଉନ୍ନତିର ଯାତ୍ରାରେ ଜାଣିଶୁଣି କିମ୍ବା ଅଜାଣତରେ ହେଉ ଆମେମାନେ ବହୁତ ଗୁଡାଏ ଧୂଳି ମାଟି ଏକତ୍ରିତ କରିଛନ୍ତି । ପ୍ରଥମ ଉପାୟ ଏହି ଧୂଳି ମାଟି ବିଷୟରେ ସଚେତନ ହେବା ଯାହା ଅହଂକାର ରୂପରେ ପ୍ରକଟ ହୁଏ ଏବଂ ଦ୍ୱିତୀୟ ପଦାଙ୍କ ଏହା ଠାରୁ ମୁକ୍ତି ପାଇବା ଅଟେ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌