130. ଅଜ୍ଞାତକୁ ଜାଣିବା
ଶ୍ରୀକୃଷ୍ଣ ତାଙ୍କର ପରମ
ପ୍ରକୃତିକୁ ‘ଜୀବନ ତତ୍ତ୍ୱ’ ଭାବରେ ବର୍ଣ୍ଣନା କରନ୍ତି ଯାହାକି ବ୍ରହ୍ମାଣ୍ଡକୁ ସମର୍ଥନ କରେ (7.5)
ଏବଂ ସୂତ୍ରର ଉଦାହରଣ ଦିଅନ୍ତି ଯାହା ଏକ ସୁନ୍ଦର ଅଳଙ୍କାର ତିଆରି କରିବା ପାଇଁ ରତ୍ନଗୁଡ଼ିକୁ
ଯୋଡି ରଖିଥାଏ (7.7) । ସେ ଏହାର ଅନ୍ୟ କିଛି
ଉଦାହରଣ ଦିଅନ୍ତି ଯାହା ଦ୍ୱାରା ଭିନ୍ନ ଭିନ୍ନ ବ୍ୟାଖ୍ୟାର ସମ୍ଭାବନା ଅଟେ ।
ଜୀବନତତ୍ତ୍ୱକୁ ବର୍ଣ୍ଣନା କରି
ଶ୍ରୀକୃଷ୍ଣ କହିଥିଲେ “କୌଣସି ଜଣେ ମହାପୁରୁଷ ହିଁ ଏହି ଆତ୍ମାକୁ ଆଶ୍ଚର୍ଯ୍ୟପରି ଦେଖନ୍ତି ଏବଂ
ସେହିପରି ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟପରି ବର୍ଣ୍ଣନା କରନ୍ତି ତଥା ଅନ୍ୟ
କେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ୟ ଏହାକୁ
ଜାଣିପାରନ୍ତି ନାହିଁ” (2.29) । ‘କେହି ନୁହେଁ’ ସେହି
ବ୍ୟକ୍ତି ପାଇଁ ଯିଏ ଇନ୍ଦ୍ରିୟର ମାଧ୍ୟମରେ ଏହି ଜୀବନ ତତ୍ତ୍ୱକୁ ବୁଝିବା ପାଇଁ ଚେଷ୍ଟା କରୁଛି
ଯେବେ କି ଜୀବନ ତତ୍ତ୍ୱ ଇନ୍ଦ୍ରିୟମାନଙ୍କଠାରୁ ବାହାରେ । ନିମ୍ନଲିଖିତ ଶ୍ଳୋକଗୁଡିକୁ ବୁଝିବା
ପାଇଁ ଏହି ତଥ୍ୟକୁ ମନେ ରଖିବା ଆବଶ୍ୟକ, ଯେଉଁଠାରେ ସେ ଜୀବନ ତତ୍ତ୍ୱର ବର୍ଣ୍ଣନା କରନ୍ତି ।
ସେ କୁହନ୍ତି,
“ମୁଁ ହେଉଛି ଜଳର ରସ,ଚନ୍ଦ୍ର ଓ ସୂର୍ଯ୍ୟର ଆଲୋକ, ସକଳ ବେଦର ଓଁକାର, ଆକାଶର ଶବ୍ଦ ଓ
ପୁରୁଷମାନଙ୍କର ପୁରୁଷତ୍ୱ” (7.8) । ରସକୁ ସାଧାରଣତଃ ସ୍ୱାଦ ଏବଂ ମଧୁରତା ଭାବରେ ବ୍ୟାଖ୍ୟା କରାଯାଏ,
କିନ୍ତୁ ଏହା ଏହାର ପ୍ରକୃତ ଅର୍ଥରୁ ଦୂର ଅଟେ । ଶ୍ରୀକୃଷ୍ଣ ଜଳର
ଜୀବନ ରକ୍ଷାକାରୀ ଶକ୍ତି ବିଷୟରେ କହୁଛନ୍ତି । ସେହିଭଳି, “ଆକାଶରେ ଶବ୍ଦ”
ସଙ୍କେତଗୁଡିକୁ ପଠାଇବା ପାଇଁ ବ୍ରହ୍ମାଣ୍ଡର କ୍ଷମତାକୁ ବୁଝାଏ ।
ସେ ଆଗକୁ ଯାଇ କହୁଛନ୍ତି “ମୁଁ
ପୃଥିବୀର ପବିତ୍ର ଗନ୍ଧ, ଅଗ୍ନିର ତେଜ ତଥା
ସକଳ ଜୀବର ଜୀବନ ଓ ତପସ୍ୱୀମାନଙ୍କର ତପ (7.9) । ତୁମେ ମୋତେ ହିଁ ସକଳ ଭୂତଙ୍କର ସନାତନ ବୀଜ ବୋଲି ଜାଣ । ମୁଁ ହିଁ ବୁଦ୍ଧିମାନମାନଙ୍କର
ବୁଦ୍ଧି ଓ ତେଜସ୍ୱୀମାନଙ୍କର ତେଜ (7.10) । ମୁଁ ବଳବାନ୍ମାନଙ୍କର ଆସକ୍ତିରହିତ ଓ କାମନାରହିତ ବଳ ଅର୍ଥାତ୍ ସାମର୍ଥ୍ୟ ଏବଂ ସକଳ
ପ୍ରାଣୀମାନଙ୍କ ମଧ୍ୟରେ ଧର୍ମର ଅବିରୁଦ୍ଧ ଅର୍ଥାତ୍ ଶାସ୍ତ୍ରର ଅନୁକୂଳ କାମ ଅଟେ” (7.11) । ଶ୍ରୀକୃଷ୍ଣ ପୂର୍ବରୁ କହିଥିଲେ ପ୍ରେମ ହେଉ ବା ଯୁଦ୍ଧ,
ଯୋଗ ଧର୍ମରେ ସବୁ କିଛି ସାମଞ୍ଜସ୍ୟ ପୂର୍ଣ୍ଣ ଅଟେ (2.50) ।
ଯଦି ସର୍ବବ୍ୟାପୀ ଅସ୍ତିତ୍ୱକୁ
ନିଜକୁ ବର୍ଣ୍ଣନା କରିବାକୁ ପଡେ, ତା’ହେଲେ ଶବ୍ଦ ମଧ୍ୟ କମ୍ ପଡିବ ଏବଂ ଏହା ଏଠାରେ ଦେଖାଯାଏ । ଏହି କିଛି ଉଦାହରଣ ଅଟେ
ଯାହା ଆମକୁ ସେହି ପରମାତ୍ମାର ଅନୁଭୂତି କରାଇବାରେ ସାହାଯ୍ୟ କରୁଛନ୍ତି ଯିଏ
ଇନ୍ଦ୍ରିୟମାନଙ୍କଠାରୁ ବାହାରେ ।

Comments
Post a Comment