131. ଭ୍ରମକୁ ଅତିକ୍ରମ କରିବା

 

            ଶ୍ରୀକୃଷ୍ଣ ତିନୋଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ପ୍ରକୃତି ଜନିତ ଏବଂ ଆମେ ସମସ୍ତେ ତାଙ୍କ ଦ୍ୱାରା ଭିନ୍ନ ଭିନ୍ନ କର୍ମକୁ ଭିନ୍ନ ଭିନ୍ନ ଉପାୟରେ କରିବା ପାଇଁ ବାଧ୍ୟ ଅଟୁ (3.5) ବାସ୍ତବରେ, ସମସ୍ତ କର୍ମଗୁଡିକ ଗୁଣ ଦ୍ୱାରା କରାଯାଏ (3.27) ଏବଂ ଏହି କର୍ମଗୁଡିକ ଗୁଣ ମଧ୍ୟରେ ପାରସ୍ପରିକ କ୍ରିୟା ବ୍ୟତୀତ ଆଉ କିଛି ନୁହେଁ । ସତ୍ୱଗୁଣ ଜ୍ଞାନ ସହିତ ସଂଲଗ୍ନ; ରଜୋ ଗୁଣ ହେଉଛି କର୍ମ ସହିତ ସଂଲଗ୍ନ ଏବଂ ତମୋ ଗୁଣ ଅଜ୍ଞତା ଏବଂ ଅଳସୁଆତାକୁ ନେଇଥାଏ । ଏହି ବିଷୟରେ, ଶ୍ରୀକୃଷ୍ଣ ଆହୁରି ମଧ୍ୟ କୁହନ୍ତି, “ଆହୁରି ମଧ୍ୟ ସତ୍ତ୍ୱଗୁଣରୁ ଜାତ ଯେଉଁ ସବୁ ଭାବ ରହିଛି ଏବଂ ରଜୋଗୁଣରୁ ତଥା ତମୋଗୁଣରୁ ଜାତ ଯେଉଁସବୁ ଭାବ ରହିଛି, ସେସବୁ ମୋ’ଠାରୁ ହିଁ ଉତ୍ପନ୍ନ ବୋଲି ଜାଣ; ଯଦିଓ ସେମାନେ ମୋ ଭିତରେ ଅଛନ୍ତି ମୁଁ ସେମାନଙ୍କ ଭିତରେ ନାହିଁ”(7.12)

            ଏହି ପରସ୍ପର ବିରୋଧୀ ଶ୍ଳୋକକୁ ମେଘ ଏବଂ ଆକାଶର ଏକ ଦୃଷ୍ଟାନ୍ତ ସହିତ ବୁଝିହେବ, ଯେଉଁଠାରେ ମେଘ ଆକାଶରେ ଅଛି କିନ୍ତୁ ଆକାଶ ମେଘରେ ନାହିଁ ଏବଂ ଆକାଶ ବିନା ମେଘ ବିଦ୍ୟମାନ ହୋଇପାରିବ ନାହିଁ । ଏହା ସମୁଦ୍ରର ଲହର ପରି ଯେଉଁଠାରେ ଲହର ସମୁଦ୍ରରେ ଅଛି କିନ୍ତୁ ସମୁଦ୍ର ଲହର ବିନା ମଧ୍ୟ ରହିପାରିବ ।

            ସେ ଆହୁରି ବିସ୍ତାର କରି କହୁଛନ୍ତି ଯେ ପ୍ରକୃତିର ତିନୋଟି ଗୁଣ ଦ୍ୱାରା ଭ୍ରମିତ ହୋଇ ମଣିଷମାନେ ମୋତେ ଶାଶ୍ୱତ ଏବଂ ସମସ୍ତ ଗୁଣର ବାହାରେ ଜାଣିବାକୁ ଅସମର୍ଥ (7.13) ଶ୍ରୀକୃଷ୍ଣ ଏହା ପୂର୍ବରୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ଏହି ଗୁଣଗୁଡିକରେ ଆମକୁ ସମ୍ମୋହିତ କରିବାର କ୍ଷମତା ଅଛି (3.29)

            ସାଧାରଣ ବିଶ୍ୱାସ ହେଉଛି ଯେ ବ୍ୟକ୍ତିକୁ ରଜୋ ଏବଂ ତମୋ ଗୁଣ ଛାଡି ସତ୍ୱ ଗୁଣ ହାସଲ କରିବା ଉଚିତ । ଧ୍ୟାନ ଦେବା କଥା ଏହା ଯେ ପ୍ରତ୍ୟେକ ଗୁଣ ନିଜ ନିଜ ଭାବରେ ମୋହିତ କରେ । ସେଥିପାଇଁ ଆମକୁ ଏହି ସମସ୍ତ ଗୁଣ ବିଷୟରେ ସଚେତନ ହୋଇ ସେମାନଙ୍କୁ ଅତିକ୍ରମ କରି ଶାଶ୍ୱତ ସ୍ଥିତିକୁ ପ୍ରାପ୍ତ କରିବା ଉଚିତ ।

            ଶ୍ରୀକୃଷ୍ଣ ନିଶ୍ଚିତ କରିଛନ୍ତି ଯେ ଗୁଣଠାରୁ ନିର୍ମିତ ମୋର ଦିବ୍ୟ ମାୟାକୁ ଅତିକ୍ରମ କରିବା କଷ୍ଟକର । କିନ୍ତୁ ଯେଉଁମାନେ ମୋର ଶରଣ ନିଅନ୍ତି, ସେମାନେ ଏହି ମାୟା ଅତିକ୍ରମ କରନ୍ତି (7.14) ଏହାର ମାନେ ଏହା ଯେ, ଆମେ ପରମାତ୍ମା ପ୍ରତି ସମର୍ପଣର ଜୀବନ ବାଛି ପାରିବା ଯାହାଦ୍ୱାରା ମାୟାକୁ ଅତିକ୍ରମ କରି ଆନନ୍ଦମୟ ଜୀବନଯାପନ କରିପାରିବା ବା ମାୟାର ପ୍ରଭାବରେ ରହି ସଘର୍ଷମୟ ଜୀବନଯାପନ କରିବା ଏବଂ ମାୟାର ମୃଗତୃଷ୍ଣାର ଅନୁସରଣ କରୁଥିବା ଯାହାକି ଦୁଃଖ ଆଡ଼କୁ ନେଇଯାଏ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌