134. ନିଜ ସହିତ ପ୍ରତିଯୋଗିତା
ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ ଚାରି ପ୍ରକାରର ଭକ୍ତ ତାଙ୍କୁ ପୂଜା କରନ୍ତି;
ସେମାନଙ୍କ ମଧ୍ୟରୁ କିଛି ଅସୁବିଧାକୁ ଦୂର କରିବା ପାଇଁ (ଆର୍ତ୍ତ),
କିଛି ସଫଳତା ପ୍ରାପ୍ତ କରିବା ପାଇଁ (ଅର୍ଥାର୍ଥୀ),
ଜ୍ଞାନ ଆହରଣ କରିବା ପାଇଁ (ଜିଜ୍ଞାସୁ) ଏବଂ ଜ୍ଞାନୀ (7.16) । ସେ ଜ୍ଞାନୀଙ୍କ ବିଷୟରେ ବିସ୍ତୃତ ଭାବରେ କହୁଛନ୍ତି “ସେମାନଙ୍କ
ମଧ୍ୟରୁ ମୋ’ଠାରେ ନିତ୍ୟ ଏକନିଷ୍ଠ ଏବଂ ଅନନ୍ୟ ପ୍ରେମଭକ୍ତି ରଖିଥିବା ଜ୍ଞାନୀଭକ୍ତ ଅତ୍ୟନ୍ତ
ଉତ୍ତମ ଅଟନ୍ତି; କାରଣ ମୋତେ
ତତ୍ତ୍ୱତଃ ଜାଣିଥିବା ଜ୍ଞାନୀଙ୍କର ମୁଁ ଅତ୍ୟନ୍ତ ପ୍ରିୟ ଏବଂ ସେହି ଜ୍ଞାନୀ ମୋର ଅତ୍ୟନ୍ତ ପ୍ରିୟ”
(7.17) ।
ସେ କୁହନ୍ତି ଯେ ଅନେକ ଜନ୍ମରେ ତତ୍ତ୍ୱ ଜ୍ଞାନ ହାସଲ କରିବା ପରେ
ଜ୍ଞାନୀ ବ୍ୟକ୍ତି ଶେଷରେ ମୋ ପାଖରେ ପହଞ୍ଚେ (7.19) ।
ଅନେକ ‘ଜନ୍ମ’ ସାଧାରଣତଃ ଏହି
ଅର୍ଥରେ ବ୍ୟାଖ୍ୟା କରାଯାଇଥାଏ ଯେ ଆମକୁ ଜ୍ଞାନୀ ହେବା ପାଇଁ ଅନେକ ଜୀବନ ଦେଇ ଗତି କରିବାକୁ
ପଡିବ,
ଯଦିଓ ଏହାର କୌଣସି କାରଣ ନାହିଁ । ସାଧାରଣ ବୁଝାମଣା ଅନୁଯାୟୀ
‘ଜନ୍ମ’ ଆମ ଶାରୀରିକ ଗଠନ ଭାବରେ ବ୍ୟାଖ୍ୟା କରାଯାଏ, କିନ୍ତୁ ଜନ୍ମର ଅର୍ଥ ଅନ୍ୟ ଭାବରେ ଗ୍ରହଣ କଲେ ସ୍ୱଚ୍ଛତା ଆସିବ ।
ଏହା ଆମର ଚାରିପାଖରେ ଏକ ସ୍ଥିତି କିମ୍ବା ପରିସ୍ଥିତିର ‘ଜନ୍ମ’ ହୋଇପାରେ ଯାହା ଏକ ନିରନ୍ତର
ପ୍ରକ୍ରିୟା । ଏଗୁଡ଼ିକ ବନ୍ଧୁତ୍ୱପୂର୍ଣ୍ଣ କିମ୍ବା ଯନ୍ତ୍ରଣାଦାୟକ ହୋଇପାରନ୍ତି କିନ୍ତୁ ଏହି
ସମସ୍ତରେ ଆମକୁ ଶିକ୍ଷା ଦେବାର ସାମର୍ଥ୍ୟ ଅଛି ଏବଂ ସେମାନଙ୍କ ପ୍ରତି ପ୍ରେମ କିମ୍ବା ଘୃଣାଭାବ
ସୃଷ୍ଟି ନକରି ଆମେ କେତେ ଶୀଘ୍ର ଶିଖୁ ଏହା ତାହା ବିଷୟରେ ।
ଶ୍ରୀକୃଷ୍ଣ ପ୍ରଥମେ ଦଣ୍ଡବତ
ପ୍ରଣାମ, ପ୍ରଶ୍ନ କରିବା ଏବଂ ସେବା
ମାଧ୍ୟମରେ ଶିଖିବା ଉପରେ ଗୁରୁତ୍ୱ ଦେଇଥିଲେ (4.34) । ଏହି ତିନୋଟି ଉପକରଣ, ଆମେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ପରିସ୍ଥିତି ପାଇଁ, ଆମ ଜୀବନର ଲୋକମାନଙ୍କ ପାଇଁ ଏବଂ ଆମେ ଯେଉଁ ପରିସ୍ଥିତିରେ ଥାଉ,
ବ୍ୟବହାର କରାଯାଇପାରିବ । ଶ୍ରଦ୍ଧା ଦ୍ୱାରା ସେମାନଙ୍କ ମଧ୍ୟରୁ
ପ୍ରତ୍ୟେକ ଗୁରୁ ହୋଇପାରନ୍ତି । ଏହା ହେଉଛି ସଚେତନ ଭାବରେ ଅହଂକାରକୁ ଛାଡି ବର୍ତ୍ତମାନକୁ ଅତୀତ
ଅପେକ୍ଷା ଏବଂ ଭବିଷ୍ୟତକୁ ବର୍ତ୍ତମାନ ଅପେକ୍ଷା ଭଲ କରିବା । ଏମିତି କରିବା ପାଇଁ ଆମକୁ
ଅନ୍ୟମାନଙ୍କ ସହିତ ତୁଳନା କରିବା ଛାଡ଼ି ନିଜ ସହିତ ପ୍ରତିଯୋଗିତା କରିବାକୁ ପଡ଼ିବ ।
ଏହି ପ୍ରକ୍ରିୟା ଆମକୁ ଶାଶ୍ୱତ
ସ୍ଥିତି କିମ୍ବା ମୋକ୍ଷ (ଚରମ ସ୍ୱାଧୀନତା)କୁ ନେଇପାରେ, ଯେଉଁଠାରେ ଜାଣିବାକୁ କିଛି ବାକି ନାହିଁ ଏବଂ ପ୍ରତ୍ୟେକ ପରିସ୍ଥିତି
ଏକ ଆନନ୍ଦମୟ ନାଟ୍ୟ ହୋଇଯାଏ ଯାହା ଏକ ଜ୍ଞାନୀର ସ୍ଥିତି । ଏହା ହାସଲ କରିବାର ଦାୟିତ୍ୱ ଆମ
ଉପରେ ଅଛି ।

Comments
Post a Comment