137.‘ଅ’ରୁ ‘ଜ୍ଞ’ର ମନ୍ତ୍ର
ଆମ ପରି ଭୌତିକ ଏକକ ନିରପବାଦ ଭାବରେ ଦୁଇ ପ୍ରକାରର ଭ୍ରମ ଦ୍ୱାରା ସର୍ବଦା ପ୍ରଭାବିତ
ହୋଇଥାନ୍ତି । ପ୍ରଥମଟି ହେଉଛି ତିନୋଟି ଗୁଣରୁ ଉତ୍ପନ୍ନ ହୋଇଥିବା ଯୋଗ-ମାୟା ଯାହା ଅହଂକାର
(ଅହମ-କର୍ତ୍ତା) ଆଡ଼କୁ ନେଇଯାଏ ଯେବେ କି କର୍ମ ଗୁଣଗୁଡ଼ିକର ପରସ୍ପର ପ୍ରକ୍ରିୟାରୁ ହୋଇଥାଏ ।
ଦ୍ୱିତୀୟଟି ହେଉଛି ଇଚ୍ଛା ଏବଂ
ଦ୍ୱେଷର ଧୃବ ଦ୍ୱାରା ଆଣିଥିବା ଭ୍ରାନ୍ତି ଯାହା ଜିନିଷ, ଲୋକ ଏବଂ ଭାବନା ହାସଲ କରିବାକୁ ଇଚ୍ଛା ବା କାମନା ସୃଷ୍ଟି କରେ
କିମ୍ବା ଅନ୍ୟମାନଙ୍କ ପାଇଁ ଘୃଣାକୁ ଉତ୍ପନ୍ନ କରେ । କିନ୍ତୁ ଶ୍ରୀକୃଷ୍ଣଙ୍କ କଥା ଅନୁଯାୟୀ ଏହା
ଇଚ୍ଛା ଏବଂ ଘୃଣାରୁ ପ୍ରଭାବିତ ନ ହୋଇ ସାକ୍ଷୀ ହୋଇ ରହିବା ବିଷୟରେ ଅଟେ । ଅହଂକାର ଏବଂ କାମନା
ପରସ୍ପରର ପୂରକ ଅଟନ୍ତି । ଯେବେ ଅହଂକାର ଇଚ୍ଛାକୁ ଯଥାର୍ଥ କରେ; ଇଚ୍ଛା ଗୁଡିକ ବିଶେଷ କରି ପୂର୍ଣ୍ଣ ହୋଇଥିବା ଇଚ୍ଛା,
ଅହଂକାରକୁ ବଢାଇ ଥାଏ ।
ଏହି ସମ୍ବନ୍ଧରେ ଶ୍ରୀକୃଷ୍ଣ
କୁହନ୍ତି, “ଯେଉଁମାନେ ମୋର ଶରଣ ନେଇ ଜରା
ଓ ମରଣରୁ ମୁକ୍ତି ପାଇବାକୁ ଯତ୍ନ କରନ୍ତି, ସେମାନେ ସେହି ବ୍ରହ୍ମ, ସମ୍ପୂର୍ଣ୍ଣ
ଅଧ୍ୟାତ୍ମ ଓ ସକଳ କର୍ମ ଜାଣନ୍ତି (7.29) । ଯେଉଁମାନେ ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞ
ସହିତ ସମସ୍ତଙ୍କର ଆତ୍ମରୂପ ମୋତେ ଅନ୍ତତଃ ଅନ୍ତକାଳରେ ମଧ୍ୟ ଜାଣିପାରନ୍ତି ସେହି ଯୁକ୍ତଚିତ୍ତ
ଲୋକମାନେ ମୋତେ ଜାଣିପାରନ୍ତି ଅର୍ଥାତ୍ ମୋତେ ପାଇଯାଆନ୍ତି” (7.30) ।
କୌତୁହଳର ବିଷୟ ହେଉଛି,
ଶ୍ରୀକୃଷ୍ଣ ଭ୍ରାନ୍ତି (7.25 ଏବଂ 7.27) ପରେ ତତ୍କ୍ଷଣାତ୍ ମୃତ୍ୟୁ
ଏବଂ ବୃଦ୍ଧାବସ୍ଥା ବିଷୟରେ କୁହନ୍ତି କାରଣ ଏହି ଭ୍ରାନ୍ତିଗୁଡ଼ିକ ଆମ ମଧ୍ୟରେ ଭୟ ଉତ୍ପନ୍ନ
କରନ୍ତି । ଯେପରି ଇଚ୍ଛାଗୁଡିକ ପୂର୍ଣ୍ଣ ନ ହେବା ଏବଂ ଅହଂକାରକୁ କ୍ଷତି ପହଞ୍ଚିବାର ଭୟ ।
କିନ୍ତୁ ମୃତ୍ୟୁ ମୂଳ ଭୟ ଅଟେ ଯାହା କି ଅନେକ ପ୍ରକାରର ଭୟ ଉତ୍ପନ୍ନ କରେ ଏବଂ ଏହି ଭୟକୁ ଦୂର
କରିବା ଆମକୁ ଭ୍ରମକୁ ଦୂର କରିବାରେ ସହାୟ କରିବ, ଏଥିପାଇଁ ଅନେକ ସଂସ୍କୃତି ମନକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ସମସ୍ତ
ପ୍ରକାରର ଭୟକୁ ଦୂର କରିବା ପାଇଁ ମୃତ୍ୟୁକୁ ବୈରାଗ୍ୟର ସାଧନ ରୂପରେ ଉପଯୋଗ କରିଥାଏ ।
ଶ୍ରୀକୃଷ୍ଣ ‘ଆଶ୍ରିତ’ ହେବା ପାଇଁ ଉପଦେଶ ଦେଉଛନ୍ତି ଯାହା ପରମାତ୍ମାଙ୍କର ଶରଣ ନେବା ଯାହା
ଦ୍ୱାରା ପରମାତ୍ମାଙ୍କୁ ସମଗ୍ର ଭାବରେ ବୁଝିପାରିବା ।
‘ଆଶ୍ରିତ’ର ସ୍ଥିତି ଏକ
ବୁଦ୍ଧିମାନ ବ୍ୟକ୍ତିଙ୍କ ପରି, ଯିଏ ସମସ୍ତ ଫଳାଫଳକୁ
ନିଜର ପ୍ରାର୍ଥନା ବଦଳରେ ଭଗବାନଙ୍କର ଆଶୀର୍ବାଦ ବୁଝିକରି ସ୍ୱୀକାର କରେ । ତାଙ୍କର ମନ୍ତ୍ର ‘ଅ’
ଠାରୁ ‘ଜ୍ଞ’ ପର୍ଯ୍ୟନ୍ତ ଅକ୍ଷରକୁ ପଢିବା ଏବଂ ପରମାତ୍ମାଙ୍କୁ ଅନୁରୋଧ କରିବା ଯେ ଯେମିତି
ପରମାତ୍ମାଙ୍କୁ ଠିକ୍ ଲାଗେ, ସେ ସେମାନଙ୍କୁ
ଏକତ୍ରିତ କରନ୍ତି କାରଣ ଯାହା କିଛି ଆବଶ୍ୟକ ଅଟେ ଏବଂ ଯାହା କିଛି ଘଟେ,
ଏହି ଶବ୍ଦାଂଶରେ ଅନ୍ତନିର୍ହିତ ଅଟେ ।

Comments
Post a Comment