141. ଉର୍ଜା ଏବଂ ପଦାର୍ଥର ଅନ୍ତରକ୍ରିୟା

 

ଜୀବନ ଉର୍ଜା ଏବଂ ପଦାର୍ଥର ପରସ୍ପର ଅନ୍ତରକ୍ରିୟା ଅଟେ । ଏହା ସବୁ ଉର୍ଜା ସହିତ ଆରମ୍ଭ ହେଲା ଏବଂ ପରେ ପଦାର୍ଥ ବିଭିନ୍ନ ପର୍ଯ୍ୟାୟରେ ଗଠିତ ହେଲା । ପଦାର୍ଥର ଅଣୁଗୁଡିକର ସଂଯୋଜନରେ ଭିନ୍ନ ଭିନ୍ନ ଗୁଣମାନ ଭିନ୍ନ ଭିନ୍ନ ପ୍ରକାରର ଯୌଗିକଗୁଡିକୁ ଜନ୍ମ ଦେଲା ଯାହାର ପରିଣାମସ୍ୱରୂପ ଅପାର ବିବିଧତା ଦେଖା ଦେଲା । ଏହିପରି ଗୋଟିଏ ସଂଯୋଜନ ହେଉଛି ଆମର ଜୀବନ ରୂପି ଭୌତିକ ଶରୀର । ଏହା ପଦାର୍ଥର ବ୍ୟବସ୍ଥାରୁ ଆସୁଥିବା ଉର୍ଜା ଉପରେ ନିର୍ଭର କରେ, ଯାହାକୁ ଖାଦ୍ୟ ଭାବରେ ଜଣାଶୁଣା । କିଛି ଜୀବନ ରୂପ (ବୃକ୍ଷ) ସୂର୍ଯ୍ୟଙ୍କ ପ୍ରକାଶରୁ ଖାଦ୍ୟ ତିଆରି କରନ୍ତି ଏବଂ ଅନ୍ୟ (ଜୀବଜନ୍ତୁ) ତାଙ୍କ ଦ୍ୱାରା ତିଆରି କରାଯାଇଥିବା ଖାଦ୍ୟ ଉପରେ ଆଶ୍ରିତ ହୁଅନ୍ତି । ସଂକ୍ଷେପରେ ଜୀବନ ଉର୍ଜା ଏବଂ ପଦାର୍ଥର ଅନ୍ତର ଖେଳ ଅଟେ ।

            ଏହି ସନ୍ଦର୍ଭ ଆମକୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା କିଛି ଶବ୍ଦ ଯେମିତି ବ୍ରହ୍ମମ୍‌, କର୍ମ, ଆଧ୍ୟାତ୍ମ, ଅଧିଭୂତ, ଅଧିଦୈବ ଏବଂ ଅଧିଜଜ୍ଞଃ (7.28 ଏବଂ 7.29)କୁ ବୁଝିବାରେ ସାହାଯ୍ୟ କରିବ । ଅର୍ଜୁନ ସେମାନଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି (8.1 ଏବଂ 8.2) ଏବଂ ଶ୍ରୀକୃଷ୍ଣ କହୁଛନ୍ତି “ବିନାଶଶୀଳ ସମସ୍ତ ପଦାର୍ଥ ହେଉଛି ଅଧିଭୂତ । ହିରଣ୍ୟମୟ ପୁରୁଷ ହେଉଛନ୍ତି ଅଧିଦୈବ । ହେ ନରଶ୍ରେଷ୍ଠ ଅର୍ଜୁନ! ଏହି ଶରୀରରେ ମୁଁ ବାସୁଦେବ ହିଁ ଅନ୍ତର୍ଯ୍ୟାମୀ ରୂପରେ ଅଧିଯଜ୍ଞ ଅଟେ” (8.4)

            ଅଧିଭୂତ ପଦାର୍ଥ କିମ୍ବା ‘ରୂପ’ ଅଟେ ଯିଏ ସମୟର ସହିତ ନଷ୍ଟ ହୋଇଯାଏ । ଅଧିଦୈବ ଶରୀରରେ ଉପସ୍ଥିତ ନିରାକାର ଉର୍ଜା ସଦୃଶ ଅଟେ ଏବଂ ଅଧିଜଜ୍ଞ ପଦାର୍ଥ ଏବଂ ଉର୍ଜାର ମଧ୍ୟରେ ଅନ୍ତର କ୍ରିୟା ଅଟେ ଯିଏ ଏହି ନାଟକକୁ ଏକ ନିର୍ଦ୍ଦେଶକ ସଦୃଶ ସମ୍ଭବ ବନାଏ, ଏବଂ ଶ୍ରୀକୃଷ୍ଣ ସେହି ନିର୍ଦ୍ଦେଶକ ଅଟନ୍ତି ।

            ଶ୍ରୀକୃଷ୍ଣଙ୍କ ଅନୁସାରେ ପରମ ଅକ୍ଷର ହେଉଛି ବ୍ରହ୍ମ । ସ୍ୱଭାବ ବା ନିଜର ସ୍ୱରୂପ ଅର୍ଥାତ୍‌ ଜୀବାତ୍ମାକୁଅଧ୍ୟାତ୍ମ ବୋଲାଯାଏ; ତଥା ପ୍ରାଣୀମାନଙ୍କ ଭାବ ଉତ୍ପନ୍ନ କରୁଥିବା ବିସର୍ଗ ଅର୍ଥାତ୍‌ ତ୍ୟାଗ ହିଁ କର୍ମ ବୋଲି କଥିତ ହୁଏ (8.3) ଏହାର ମାନେ ଅଟେ ଯେ ଆମକୁ କିଛି ବି କରିବା ପାଇଁ ଉର୍ଜାର ଆବଶ୍ୟକତା ଅଛି ଏବଂ କର୍ମ ଉର୍ଜାର ଉପଯୋଗ ଅଟେ ଯାହା ପଦାର୍ଥକୁ ଜୀବନ ପ୍ରଦାନ କରିଥାଏ । ଜୀବନ ରୂପ (ପଦାର୍ଥ) ଦ୍ୱାରା ତାଙ୍କର ଭରଣ ପୋଷଣ ପାଇଁ ଉର୍ଜାକୁ ଶୋଷଣ କରିବା ବା ଟାଣିବା କର୍ମ ଅଟେ । ଆମେ ଯାହା ଅନୁଭବ କରନ୍ତି ତାହା ଏହି ପରସ୍ପର କ୍ରିୟାର ପ୍ରଭାବ ଅଟେ ଯାହା କର୍ମଫଳ ଭାବରେ ଜଣାଯାଏ ।

            ଶ୍ରୀକୃଷ୍ଣ କହୁଛନ୍ତି ‘ସ୍ୱଭାବ’ ଅଧ୍ୟାତ୍ମ ଅଟେ (8.3) ଉଦାହରଣ, ନୀରବତା ଆମର ସ୍ୱଭାବ ଅଟେ, ଯେବେକି ଭାଷା ଗୁଡିକ ଶିଖାଯାଏ । ସ୍ୱଭାବ ହିଁ ରହିଯାଏ ଯେବେ ଆମେ ଉଧାରରେ ନିଆଯାଇଥିବା ଦ୍ରବ୍ୟଗୁଡିକୁ ଛାଡି ଦିଅନ୍ତି । ସଫଳତା, କୌଶଳ କିମ୍ବା ଦ୍ରବ୍ୟକୁ ପ୍ରାପ୍ତ କରୁଥିବା ସମୟରେ, ସ୍ମରଣ ରହେ ଯେ ଏହି ବସ୍ତୁଗୁଡିକ ବା ଉପଲବ୍ଧିଗୁଡ଼ିକ ଆମ ଉପରେ ପ୍ରାଧାନ୍ୟ ବିସ୍ତାର ନକରୁ ଏବଂ ଆମେ ଏହି ବସ୍ତୁ ବା ଦ୍ରବ୍ୟ ଗୁଡିକ ତୁଳନାରେ ନିଜର ପରିଚୟ କରିବା ନାହିଁ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌