139. ‘ବ୍ରହ୍ମ’ର ଅବସ୍ଥା


 

ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ, ଯେବେ କେହି ତାଙ୍କର ଶରଣ ନେଇ କରି ମୋକ୍ଷ ପାଇଁ ପ୍ରୟାସ କରନ୍ତି (7.29) ତାହାହେଲେ ସେମାନେ ବ୍ରହ୍ମକୁ ଅନୁଭବ କରନ୍ତି ଏବଂ ଅର୍ଜୁନ ପଚାରୁଛନ୍ତି ବ୍ରହ୍ମ କ’ଣ ଅଟେ (8.1) ଶ୍ରୀକୃଷ୍ଣ କହୁଛନ୍ତି ଯେ ବ୍ରହ୍ମ ସେ ଅଟେ ଯିଏ ଅକ୍ଷରମ୍‌ ଅର୍ଥାତ୍‌ ଅକ୍ଷୟ ବା ଅବିନାଶୀ ଏବଂ ପରମ୍‌ (ସର୍ବୋଚ୍ଚ) ଅଟେ(8.3) ଏହାର ତାତ୍ପର୍ଯ୍ୟ ଏହା ଯେ ଏହାର ବାହାରେ ଆଉ କିଛି ନଥାଏ ଏବଂ ଏହା କୌଣସି ବାହ୍ୟ କାରକ ଉପରେ ନିର୍ଭର ନୁହେଁ, ଯେବେ ଆମେ କେବଳ ସେହି ଜିନିଷ ସମ୍ବନ୍ଧରେ ଜାଣନ୍ତି ଯାହା ପରିବର୍ତ୍ତନଶୀଳ, ଅନିତ୍ୟ ଏବଂ ନାଶବାନ ଅଟନ୍ତି ।

            ଆମର ନିଜର ଭୌତିକ ଶରୀର ବାରମ୍ବାର ବଦଳୁ ଥାଏ । ଏମିତି ଅନୁମାନ କରାଯାଏ ଯେ ଆମର ଶରୀରର 95 ପ୍ରତିଶତ ଆମର ଅଜାଣତରେ 7 ବର୍ଷ ବ୍ୟବଧାନରେ ବଦଳି ଯାଇଥାଏ ଯେଉଁଠାରେ ଆମର ଡିଏନ୍‌ଏ ସ୍ଥିର ଥାଏ । ଏମିତି ଅନୁମାନ କରାଯାଏ ଯେ, ସୌରମଣ୍ଡଳ 4 ଆରବ ବର୍ଷ ମଧ୍ୟରେ ଏବଂ ବ୍ରହ୍ମାଣ୍ଡ ଅନୁମାନିକ 150 ଖର୍ବ ବର୍ଷରେ ନଷ୍ଟ ହୋଇଯାଏ । ସମାନ ଭାବରେ ଆମର ବିଚାର ବଦଳୁଥାଏ । ଜିନିଷଗୁଡ଼ିକ, ଲୋକମାନେ ଏବଂ ସ୍ଥିତିଗୁଡିକ ବିଷୟରେ ଆମର ମତ ସମୟ ସହିତ ବଦଳୁଥାଏ । ଲୋକମାନେ ସମାନ ତଥ୍ୟର ଆଧାର ଉପରେ ପୂର୍ଣ୍ଣ ରୂପରେ ବିପରୀତ ମତାମତ ଗଠନ କରନ୍ତି କାରଣ ଆମେ ଜିନିଷଗୁଡ଼ିକୁ ଅଲଗା ଅଲଗା ପ୍ରକାରରେ ଦେଖନ୍ତି । ଯେମିତି ପାଞ୍ଚ ଅନ୍ଧ ହାତୀକୁ ଭିନ୍ନ ଭିନ୍ନ ଭାବରେ ଅନୁଭବ କରନ୍ତି । ଏପରିକି ଆମର ଲକ୍ଷ୍ୟ ମଧ୍ୟ ବଦଳିଯାଏ ବିଶେଷ କରି ଯେତେବେଳେ ଆମେ ଆମର ଲକ୍ଷ୍ୟପ୍ରାପ୍ତ କରିନିଅନ୍ତି

            ‘ବ୍ରହ୍ମମ୍‌’ର ସ୍ଥିତିକୁ ଜାଣିବାର ମାର୍ଗରେ ଆମର ଇନ୍ଦ୍ରିୟଗୁଡ଼ିକ ସବୁଠାରୁ ବଡ଼ ବାଧକ ଅଟନ୍ତି । ସେ ଧ୍ୱନି, ପ୍ରକାଶ, ଗନ୍ଧ ଏବଂ ସ୍ପର୍ଶର ରୂପରେ ବାହ୍ୟ ଦୁନିଆରେ ହେଉଥିବା ପରିବର୍ତ୍ତନକୁ ଅନୁଭବ କରିବା ପାଇଁ ବିକଶିତ ହୋଇଥାନ୍ତି । ନିଃସନ୍ଦେହ, ଏହି କ୍ଷମତା ବଞ୍ଚିବା ପାଇଁ ଆବଶ୍ୟକ ହୋଇଥାଏ, ପରନ୍ତୁ ସାଥିରେ ଏହା “ଅକ୍ଷରମ୍‌”କୁ ସାକାର କରିବା ପାଇଁ ସହାୟକ ହୁଏ ନାହିଁ । ଏମିତି କୁହାଯାଏ ‘ଯିଏ ଆମକୁ ଏଠାକୁ (ଜୀବିତ) ଆଣିଛି ସେ ଆମକୁ ସେଠାକୁ (ବ୍ରହ୍ମ ପର୍ଯ୍ୟନ୍ତ) ନେବ ନାହିଁ । ସେଥିପାଇଁ ଶ୍ରୀକୃଷ୍ଣ ଅନେକ ଅବସରରେ ଇନ୍ଦ୍ରିୟମାନଙ୍କ ପ୍ରତି ସାବଧାନ ରହିବା ପାଇଁ ଉପଦେଶ ଦେଉଛନ୍ତି ।

            ଏହା ଅନିତ୍ୟତାକୁ ବୁଝି କରି ଅନିତ୍ୟକୁ ଦୂର କରିବା ବିଷୟରେ ଅଟେ । ସର୍ବଶେଷରେ ଯାହା ବାକି ରହିଲା ତାହା ‘ଅକ୍ଷରମ’ ଅଟେ । ଏହା ଏକ ଝୁଲୁଥିବା ପେଣ୍ଡୁଲମ୍‌ର ଏକ ସ୍ଥିର ଧୁରି କିମ୍ବା ଏକ ଘୁରୁଥିବା ଚକର ସ୍ଥିର ଧୂରିକୁ ଅନୁଭବ କରିବା ପରି । ଏହା ଅନିତ୍ୟ (ସୃଜନ)ରୁ ଆସକ୍ତ ନ ହେବା ଏବଂ ସର୍ବଦା ଶାଶ୍ୱତ (ରଚନାତ୍ମକତା) ଉପରେ ଦୃଷ୍ଟି ରଖିବା ବିଷୟରେ ଅଟେ ଯାହା ବିବିଧତାରେ ଏକତାକୁ ଅନୁଭବ କରିବା ଅଟେ ।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌