139. ‘ବ୍ରହ୍ମ’ର ଅବସ୍ଥା
ଶ୍ରୀକୃଷ୍ଣ ଉଲ୍ଲେଖ କରିଛନ୍ତି ଯେ, ଯେବେ କେହି ତାଙ୍କର ଶରଣ ନେଇ କରି ମୋକ୍ଷ ପାଇଁ ପ୍ରୟାସ କରନ୍ତି (7.29) ତାହାହେଲେ
ସେମାନେ ବ୍ରହ୍ମକୁ ଅନୁଭବ କରନ୍ତି ଏବଂ ଅର୍ଜୁନ ପଚାରୁଛନ୍ତି ବ୍ରହ୍ମ କ’ଣ ଅଟେ (8.1) । ଶ୍ରୀକୃଷ୍ଣ କହୁଛନ୍ତି ଯେ ବ୍ରହ୍ମ ସେ ଅଟେ ଯିଏ ଅକ୍ଷରମ୍ ଅର୍ଥାତ୍
ଅକ୍ଷୟ ବା ଅବିନାଶୀ ଏବଂ ପରମ୍ (ସର୍ବୋଚ୍ଚ) ଅଟେ(8.3) । ଏହାର ତାତ୍ପର୍ଯ୍ୟ ଏହା ଯେ ଏହାର ବାହାରେ ଆଉ କିଛି ନଥାଏ ଏବଂ ଏହା
କୌଣସି ବାହ୍ୟ କାରକ ଉପରେ ନିର୍ଭର ନୁହେଁ, ଯେବେ ଆମେ କେବଳ ସେହି ଜିନିଷ ସମ୍ବନ୍ଧରେ ଜାଣନ୍ତି ଯାହା ପରିବର୍ତ୍ତନଶୀଳ,
ଅନିତ୍ୟ ଏବଂ ନାଶବାନ ଅଟନ୍ତି ।
ଆମର ନିଜର ଭୌତିକ ଶରୀର
ବାରମ୍ବାର ବଦଳୁ ଥାଏ । ଏମିତି ଅନୁମାନ କରାଯାଏ ଯେ ଆମର ଶରୀରର 95 ପ୍ରତିଶତ ଆମର ଅଜାଣତରେ 7
ବର୍ଷ ବ୍ୟବଧାନରେ ବଦଳି ଯାଇଥାଏ ଯେଉଁଠାରେ ଆମର ଡିଏନ୍ଏ ସ୍ଥିର ଥାଏ । ଏମିତି ଅନୁମାନ କରାଯାଏ
ଯେ,
ସୌରମଣ୍ଡଳ 4 ଆରବ ବର୍ଷ ମଧ୍ୟରେ ଏବଂ ବ୍ରହ୍ମାଣ୍ଡ ଅନୁମାନିକ 150
ଖର୍ବ ବର୍ଷରେ ନଷ୍ଟ ହୋଇଯାଏ । ସମାନ ଭାବରେ ଆମର ବିଚାର ବଦଳୁଥାଏ । ଜିନିଷଗୁଡ଼ିକ,
ଲୋକମାନେ ଏବଂ ସ୍ଥିତିଗୁଡିକ ବିଷୟରେ ଆମର ମତ ସମୟ ସହିତ ବଦଳୁଥାଏ ।
ଲୋକମାନେ ସମାନ ତଥ୍ୟର ଆଧାର ଉପରେ ପୂର୍ଣ୍ଣ ରୂପରେ ବିପରୀତ ମତାମତ ଗଠନ କରନ୍ତି କାରଣ ଆମେ
ଜିନିଷଗୁଡ଼ିକୁ ଅଲଗା ଅଲଗା ପ୍ରକାରରେ ଦେଖନ୍ତି । ଯେମିତି ପାଞ୍ଚ ଅନ୍ଧ ହାତୀକୁ ଭିନ୍ନ ଭିନ୍ନ
ଭାବରେ ଅନୁଭବ କରନ୍ତି । ଏପରିକି ଆମର ଲକ୍ଷ୍ୟ ମଧ୍ୟ ବଦଳିଯାଏ ବିଶେଷ କରି ଯେତେବେଳେ ଆମେ ଆମର
ଲକ୍ଷ୍ୟପ୍ରାପ୍ତ କରିନିଅନ୍ତି ।
‘ବ୍ରହ୍ମମ୍’ର ସ୍ଥିତିକୁ
ଜାଣିବାର ମାର୍ଗରେ ଆମର ଇନ୍ଦ୍ରିୟଗୁଡ଼ିକ ସବୁଠାରୁ ବଡ଼ ବାଧକ ଅଟନ୍ତି । ସେ ଧ୍ୱନି,
ପ୍ରକାଶ, ଗନ୍ଧ ଏବଂ ସ୍ପର୍ଶର ରୂପରେ ବାହ୍ୟ ଦୁନିଆରେ ହେଉଥିବା ପରିବର୍ତ୍ତନକୁ ଅନୁଭବ କରିବା ପାଇଁ
ବିକଶିତ ହୋଇଥାନ୍ତି । ନିଃସନ୍ଦେହ, ଏହି କ୍ଷମତା ବଞ୍ଚିବା ପାଇଁ ଆବଶ୍ୟକ ହୋଇଥାଏ, ପରନ୍ତୁ ସାଥିରେ ଏହା “ଅକ୍ଷରମ୍”କୁ ସାକାର କରିବା ପାଇଁ ସହାୟକ ହୁଏ
ନାହିଁ । ଏମିତି କୁହାଯାଏ ‘ଯିଏ ଆମକୁ ଏଠାକୁ (ଜୀବିତ) ଆଣିଛି ସେ ଆମକୁ ସେଠାକୁ (ବ୍ରହ୍ମ
ପର୍ଯ୍ୟନ୍ତ) ନେବ ନାହିଁ । ସେଥିପାଇଁ ଶ୍ରୀକୃଷ୍ଣ ଅନେକ ଅବସରରେ ଇନ୍ଦ୍ରିୟମାନଙ୍କ ପ୍ରତି
ସାବଧାନ ରହିବା ପାଇଁ ଉପଦେଶ ଦେଉଛନ୍ତି ।
ଏହା ଅନିତ୍ୟତାକୁ ବୁଝି କରି
ଅନିତ୍ୟକୁ ଦୂର କରିବା ବିଷୟରେ ଅଟେ । ସର୍ବଶେଷରେ ଯାହା ବାକି ରହିଲା ତାହା ‘ଅକ୍ଷରମ’ ଅଟେ ।
ଏହା ଏକ ଝୁଲୁଥିବା ପେଣ୍ଡୁଲମ୍ର ଏକ ସ୍ଥିର ଧୁରି କିମ୍ବା ଏକ ଘୁରୁଥିବା ଚକର ସ୍ଥିର ଧୂରିକୁ
ଅନୁଭବ କରିବା ପରି । ଏହା ଅନିତ୍ୟ (ସୃଜନ)ରୁ ଆସକ୍ତ ନ ହେବା ଏବଂ ସର୍ବଦା ଶାଶ୍ୱତ
(ରଚନାତ୍ମକତା) ଉପରେ ଦୃଷ୍ଟି ରଖିବା ବିଷୟରେ ଅଟେ ଯାହା ବିବିଧତାରେ ଏକତାକୁ ଅନୁଭବ କରିବା ଅଟେ
।

Comments
Post a Comment