140. କର୍ମ କ’ଣ?
ଅର୍ଜୁନଙ୍କର ପରବର୍ତ୍ତୀ ପ୍ରଶ୍ନ ହେଉଛି ଯେ “କର୍ମ କ’ଣ” ଯାହାକି ଶ୍ରୀକୃଷ୍ଣଙ୍କ ଏହି ଆଶ୍ୱାସନାର ପ୍ରତିକ୍ରିୟାରେ ଯେ ଯଦି
କେହି ତାଙ୍କର ଶରଣରେ ଆସି ମୋକ୍ଷ ପାଇଁ ପ୍ରୟାସ କରେ ତେବେ “ଅଖିଳ କର୍ମ” ମାନେ କର୍ମ,
ଅକର୍ମ ଏବଂ ବିକର୍ମର ସମସ୍ତ ଦିଗକୁ ବୁଝିପାରିବ (7.29) । ଏହା ଉପରେ ଶ୍ରୀକୃଷ୍ଣ ଉତ୍ତର ଦେଉଛନ୍ତି “ପରମ ଅକ୍ଷର ହେଉଛି ବ୍ରହ୍ମ
। ସ୍ୱଭାବ ବା ନିଜର ସ୍ୱରୂପ ଅର୍ଥାତ୍ ଜୀବାତ୍ମାକୁ ଅଧ୍ୟାତ୍ମ ବୋଲାଯାଏ;
ତଥା ପ୍ରାଣୀମାନଙ୍କ ଭାବ ଉତ୍ପନ୍ନ କରୁଥିବା ବିସର୍ଗ ଅର୍ଥାତ୍
ତ୍ୟାଗ ହିଁ କର୍ମ ବୋଲି କଥିତ ହୁଏ” (8.3) । ଏହାକୁ ବୁଝିବା ଏକ ଜଟିଳ କଥା ଅଟେ ଏବଂ ବାଖ୍ୟାଗୁଡିକ ସ୍ପଷ୍ଟତା ଦେବା ଅପେକ୍ଷା
ବିଷୟଗୁଡିକୁ ଆହୁରି ଜଟିଳ କରନ୍ତି । କର୍ମର ସାମାନ୍ୟ ବାଖ୍ୟାଗୁଡିକ ଏହାକୁ ଶ୍ରେଷ୍ଠ କର୍ମ,
ସୃଜନ ଏବଂ ଯଜ୍ଞ ଇତ୍ୟାଦି କୁହନ୍ତି କିନ୍ତୁ ଏହି ସବୁ ଶ୍ରୀକୃଷ୍ଣ
ଯାହା କୁହନ୍ତି ତାହଠାରୁ ବାହାରେ ।
ଯେବେ କି “କର୍ମ”ର ସଂପର୍କରେ
ଶ୍ରୀକୃଷ୍ଣଙ୍କର ଉତ୍ତର ‘ହେବା’ (being)ର ସ୍ତରରେ ଅଛି, ଆମେ ଏହାକୁ କ୍ରିୟା ‘କରିବା’ ସ୍ଥରରେ ବାଖ୍ୟା କରନ୍ତି । ସେଥି ପାଇଁ ‘ଆମେ ଯାହା କରନ୍ତି
ତାହା କର୍ମ’ ର ଆମର ବୁଝାମଣା ଅପର୍ଯ୍ୟାପ୍ତ । କାରଣ ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ
ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟ କରୁଥାନ୍ତି । ଯେବେକି କୌଣସି ପରିଭାଷା ପ୍ରତ୍ୟେକ ଅସ୍ତିତ୍ୱ
ପାଇଁ ଏବଂ ପ୍ରତ୍ୟେକ କାଳଖଣ୍ଡରେ ମାନ୍ୟ ହେବା ଉଚିତ । ହୋଇପାରେ ତାହା ଅତୀତ ହେଉ ଯେବେ ମନୁଷ୍ୟ
ଅସ୍ତିତ୍ୱରେ ନଥିଲେ, ବର୍ତ୍ତମାନ ହେଉ
କିମ୍ବା ଭବିଷ୍ୟତରେ ।
ଶ୍ରୀକୃଷ୍ଣ ‘ବିସର୍ଗ’ ଶବ୍ଦ
ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ଛାଡିବା ବା ତ୍ୟାଗ ଅଟେ । ସୃଜନ କରିବା ପାଇଁ ସକ୍ଷମ ଉର୍ଜାର
ତ୍ୟାଗ ହିଁ କର୍ମ ଅଟେ । ନିକଟତର ଉଦାହରଣ ହେଉଛି ପ୍ରଚୁର ମାତ୍ରାରେ ଉର୍ଜା ନେଇଯାଉଥିବା ହାଇ
ଭୋଲଟେଜ ଟ୍ରାନ୍ସମିସନ୍ ଲାଇନ୍ ଅଟେ, ଯାହାର ଏକ ଭାଗ ଅଲଗା କରାଯାଏ ତା’ହାଲେ ତାହାର ସେହି ଦିଶା ପରିବର୍ତ୍ତନ ହିଁ କର୍ମ ହୋଇଥାଏ
। ଅସଂଖ୍ୟ ବିଦ୍ୟୁତ୍ ଉପକ୍ରମଗୁଡିକୁ ସକ୍ରିୟ କରିବା କର୍ମଫଳ ଅଟେ ।
ଏକ ସାଧାରଣ ପ୍ରଶ୍ନ ମନରେ ଉଠେ
ଯଦି ଏହି ଅନୁରୂପ ଆମର ଅସ୍ତିତ୍ୱ ଉପରେ ଲାଗୁ କରାଯାଏ, ତା’ହେଲେ କର୍ମ ଶାଶ୍ୱତ ବ୍ରହ୍ମାଣ୍ଡ ଉର୍ଜାଠାରୁ ଅଳ୍ପ ମାତ୍ରାର
ଉର୍ଜାକୁ ବାହାର କରିବା । ଉର୍ଜାକୁ କିଏ ଟାଣୁଥାଏ? ଭୋଲଟେଜରେ ଅନ୍ତର ସଦୃଶ, ଭିନ୍ନ ଭିନ୍ନ ଅସ୍ତିତ୍ୱ ଦ୍ୱାରା ଧାରଣ କରାଯାଇଥିବା ତିନୋଟି ଗୁଣର
ଅନ୍ତରରେ ଶ୍ରଦ୍ଧାର କେବଲ୍ ମାଧ୍ୟମରେ ଉର୍ଜା ବହିଥାଏ । ଯେଉଁଠାରେ ଏହା ସ୍ୱୟଂଚାଳିତ ଭାବରେ
ଘଟେ,
ଭ୍ରାନ୍ତିରୁ ଆମେ ନିଜକୁ ବିସର୍ଗର ପ୍ରକ୍ରିୟାରେ ଯୋଡ଼ି କରି ନିଜକୁ
କର୍ତ୍ତା ମାନିବାରେ ଲାଗିଯାଆନ୍ତି ଯାହା କି ଆମେ ନାହୁଁ । ଏହା ବ୍ୟତୀତ ଥରେ ଉର୍ଜା ଟାଣିଗଲା
ପରେ,
ତେବେ ଏହାର ପରିଣାମ ଯଥା କର୍ମଫଳ ଉପରେ କାହାର ନିୟନ୍ତ୍ରଣ ହୁଏ
ନାହିଁ (2.47) ।

Comments
Post a Comment