145. ପୁନର୍ଜନ୍ମ ଉପରେ ପୁନର୍ବିଚାର
ଶ୍ରୀକୃଷ୍ଣ କହିଛନ୍ତି ଯେ ମୋତେ ପ୍ରାପ୍ତ ହେବାପରେ ମୋର ମହାନ ଭକ୍ତକୁ ପୁନର୍ଜନ୍ମ
ପ୍ରାପ୍ତ ହୁଏ ନାହିଁ (8.16) ଯାହା ଅନ୍ୟଥା ଦୁଃଖର ଘର ଅଟେ (8.15) । ଏହି ସନ୍ଦର୍ଭରେ ପୁନର୍ଜନ୍ମକୁ ବୁଝିବା ମହତ୍ତ୍ୱପୂର୍ଣ୍ଣ ଅଟେ ।
ସାଧାରଣତଃ ପୁନର୍ଜନ୍ମର ବାଖ୍ୟା
ମୃତ୍ୟୁର ପଶ୍ଚାତ ଏକ ନୂଆ ଜୀବନ ପ୍ରାପ୍ତ କରିବା ରୂପରେ କରାଯାଏ ଯାହାକି ଏହାର ଶାବ୍ଦିକ
ଅନୁବାଦ ଅଟେ; ଏହାର ବ୍ୟାଖ୍ୟା ଆମ
ଚାରିପାଖରେ ଏକ ନୂତନ ପରିସ୍ଥିତିର ଜନ୍ମ ନେବା ରୂପରେ ମଧ୍ୟ କରାଯାଇପାରିବ ।
ଆମର ଚାରିପାଖରେ ନିୟମିତ ରୂପରେ
ପରିସ୍ଥିତିଗୁଡିକ ବଦଳୁଥାଏ ଯାହାକୁ ଇନ୍ଦ୍ରିୟଗୁଡିକ ନିଜର ସଜ୍ଞାନାତ୍ମକ ପୂର୍ବାଗ୍ରହ ବା
ଜ୍ଞାନଗତ ପକ୍ଷପାତ ସହିତ ଗ୍ରହଣ କରନ୍ତି (Cognitive biases) । ଯେବେ କୌଣସି ସ୍ଥିତି
ହୁଏ,
ତାହା ଯୋଗୁଁ ଆମ ମଧ୍ୟରେ ଉତ୍ପନ୍ନ ହେଉଥିବା ତରଙ୍ଗ ଆମର
ପ୍ରତିକ୍ରିୟା କିମ୍ବା ବ୍ୟବହାର କାରଣରୁ ଅନେକ ସ୍ଥିତିକୁ ଜନ୍ମ ଦିଏ । ଶ୍ରୀକୃଷ୍ଣ ଏହି ଚକ୍ରୀୟ
ପ୍ରକ୍ରିୟାକୁ ଦୁଃଖର ଘର ବୋଲି କହୁଛନ୍ତି । କିନ୍ତୁ ଯେଉଁ ଲୋକମାନେ ପରମାତ୍ମାଙ୍କୁ ପ୍ରାପ୍ତ
କରି ନେଇଛନ୍ତି, ତାଙ୍କ ପାଇଁ ଏହି
ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଣାଯାଇଥିବା ସମ୍ବେଦନାଗୁଡ଼ିକୁ ସମୁଦ୍ରରେ ନଦୀ ପରି ଲୋପ
ହୋଇଯାଆନ୍ତି । ସେଥିପାଇଁ ନୂଆ ସ୍ଥିତିର ସୃଷ୍ଟି ପାଇଁ କୌଣସି ସମ୍ଭାବନା ନଥାଏ ଯେବେ କି
ଅସ୍ତିତ୍ୱ ସେଗୁଡ଼ିକୁ ସୃଷ୍ଟି କରିବା ଜାରି ରଖିପାରେ ।
ବାହ୍ୟସ୍ଥିତିଗୁଡ଼ିକ ଉପରେ ଆମର
କୌଣସି ନିୟନ୍ତ୍ରଣ ନଥାଏ । କିନ୍ତୁ ଆମେ ନିଜକୁ ବଦଳାଇ ପାରିବା ଯାହା ଫଳରେ ସେ
ପରିସ୍ଥିତିଗୁଡ଼ିକ ଶକ୍ତିହୀନ ହୁଅନ୍ତି ଏବଂ ଆମେ ସାକ୍ଷୀମାତ୍ର ହୋଇରହିଥାଉ । ଏହି ପରିବର୍ତ୍ତନ
ମାର୍ଗକୁ ପ୍ରାୟତଃ ପରମପଥ ରୂପରେ ବର୍ଣ୍ଣନା କରାଯାଏ । ବୀତରାଗ ଅର୍ଥାତ୍ ନା ରାଗ ନା ବିରାଗ
ଏହି ମାର୍ଗର ପ୍ରବେଶ ଦ୍ୱାର ଅଟେ (8.11) ଯାହା ପରିସ୍ଥିତି ଏବଂ ଲୋକମାନଙ୍କ ପାଇଁ ଲାଳସା ଏବଂ
ଘୃଣା ଏହି ଦୁଇଟିକୁ ତ୍ୟାଗ କରିବା ଅଟେ (7.27) । ପରବର୍ତ୍ତୀ ପଦକ୍ଷେପ ହେଉଛି ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା,
ମନକୁ ହୃଦୟରେ ସୀମିତ କରିବା ଏବଂ ଭଗବାନଙ୍କୁ ସ୍ମରଣ କରିବା (8.12 -
8.13) ।
ଶ୍ରୀକୃଷ୍ଣ ଆଶ୍ୱାସନା ଦେଉଛନ୍ତି ଯେ ଯେବେ ଆମେ ଏହି ମାର୍ଗର ଅନୁସରଣ
କରନ୍ତି ସେ ତାଙ୍କୁ ସହଜରେ ପ୍ରାପ୍ତ ହୁଅନ୍ତି (8.14) ।
ଆମେ ସ୍ଥିତିଗୁଡ଼ିକୁ ଏବଂ
ଲୋକମାନଙ୍କୁ ବଦଳାଇବା ପାଇଁପ୍ରୟାସ କରନ୍ତି କାରଣ ଆମେ ବିଶ୍ୱାସ କରୁ ଯେ ସେ ଆମର ଦୁଃଖ ପାଇଁ
ଦାୟୀ ଏବଂ ସେମାନଙ୍କୁ ଦୋଷ ଦିଅନ୍ତି । ବାସ୍ତବିକ ପରିବର୍ତ୍ତନ ଆମ ଭିତରେ ହେବା ଆବଶ୍ୟକ
ଯେଉଁଠାରେ ପରିସ୍ଥିତିଗୁଡିକ ଏବଂ ଲୋକମାନେ ଆମକୁ ପ୍ରଭାବିତ କରିବାର ସାମର୍ଥ୍ୟ ହରାନ୍ତି
ଯାହାକି ବାସ୍ତବରେ ପୁନର୍ଜନ୍ମ ନ ହେବାର ସ୍ଥିତି ଅଟେ ।

Comments
Post a Comment