145. ପୁନର୍ଜନ୍ମ ଉପରେ ପୁନର୍ବିଚାର

 

ଶ୍ରୀକୃଷ୍ଣ କହିଛନ୍ତି ଯେ ମୋତେ ପ୍ରାପ୍ତ ହେବାପରେ ମୋର ମହାନ ଭକ୍ତକୁ ପୁନର୍ଜନ୍ମ ପ୍ରାପ୍ତ ହୁଏ ନାହିଁ (8.16) ଯାହା ଅନ୍ୟଥା ଦୁଃଖର ଘର ଅଟେ (8.15) ଏହି ସନ୍ଦର୍ଭରେ ପୁନର୍ଜନ୍ମକୁ ବୁଝିବା ମହତ୍ତ୍ୱପୂର୍ଣ୍ଣ ଅଟେ ।

            ସାଧାରଣତଃ ପୁନର୍ଜନ୍ମର ବାଖ୍ୟା ମୃତ୍ୟୁର ପଶ୍ଚାତ ଏକ ନୂଆ ଜୀବନ ପ୍ରାପ୍ତ କରିବା ରୂପରେ କରାଯାଏ ଯାହାକି ଏହାର ଶାବ୍ଦିକ ଅନୁବାଦ ଅଟେ; ଏହାର ବ୍ୟାଖ୍ୟା ଆମ ଚାରିପାଖରେ ଏକ ନୂତନ ପରିସ୍ଥିତିର ଜନ୍ମ ନେବା ରୂପରେ ମଧ୍ୟ କରାଯାଇପାରିବ ।

            ଆମର ଚାରିପାଖରେ ନିୟମିତ ରୂପରେ ପରିସ୍ଥିତିଗୁଡିକ ବଦଳୁଥାଏ ଯାହାକୁ ଇନ୍ଦ୍ରିୟଗୁଡିକ ନିଜର ସଜ୍ଞାନାତ୍ମକ ପୂର୍ବାଗ୍ରହ ବା ଜ୍ଞାନଗତ ପକ୍ଷପାତ ସହିତ ଗ୍ରହଣ କରନ୍ତି (Cognitive biases) ଯେବେ କୌଣସି ସ୍ଥିତି ହୁଏ, ତାହା ଯୋଗୁଁ ଆମ ମଧ୍ୟରେ ଉତ୍ପନ୍ନ ହେଉଥିବା ତରଙ୍ଗ ଆମର ପ୍ରତିକ୍ରିୟା କିମ୍ବା ବ୍ୟବହାର କାରଣରୁ ଅନେକ ସ୍ଥିତିକୁ ଜନ୍ମ ଦିଏ । ଶ୍ରୀକୃଷ୍ଣ ଏହି ଚକ୍ରୀୟ ପ୍ରକ୍ରିୟାକୁ ଦୁଃଖର ଘର ବୋଲି କହୁଛନ୍ତି । କିନ୍ତୁ ଯେଉଁ ଲୋକମାନେ ପରମାତ୍ମାଙ୍କୁ ପ୍ରାପ୍ତ କରି ନେଇଛନ୍ତି, ତାଙ୍କ ପାଇଁ ଏହି ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଣାଯାଇଥିବା ସମ୍ବେଦନାଗୁଡ଼ିକୁ ସମୁଦ୍ରରେ ନଦୀ ପରି ଲୋପ ହୋଇଯାଆନ୍ତି । ସେଥିପାଇଁ ନୂଆ ସ୍ଥିତିର ସୃଷ୍ଟି ପାଇଁ କୌଣସି ସମ୍ଭାବନା ନଥାଏ ଯେବେ କି ଅସ୍ତିତ୍ୱ ସେଗୁଡ଼ିକୁ ସୃଷ୍ଟି କରିବା ଜାରି ରଖିପାରେ ।

            ବାହ୍ୟସ୍ଥିତିଗୁଡ଼ିକ ଉପରେ ଆମର କୌଣସି ନିୟନ୍ତ୍ରଣ ନଥାଏ । କିନ୍ତୁ ଆମେ ନିଜକୁ ବଦଳାଇ ପାରିବା ଯାହା ଫଳରେ ସେ ପରିସ୍ଥିତିଗୁଡ଼ିକ ଶକ୍ତିହୀନ ହୁଅନ୍ତି ଏବଂ ଆମେ ସାକ୍ଷୀମାତ୍ର ହୋଇରହିଥାଉ । ଏହି ପରିବର୍ତ୍ତନ ମାର୍ଗକୁ ପ୍ରାୟତଃ ପରମପଥ ରୂପରେ ବର୍ଣ୍ଣନା କରାଯାଏ । ବୀତରାଗ ଅର୍ଥାତ୍‌ ନା ରାଗ ନା ବିରାଗ ଏହି ମାର୍ଗର ପ୍ରବେଶ ଦ୍ୱାର ଅଟେ (8.11) ଯାହା ପରିସ୍ଥିତି ଏବଂ ଲୋକମାନଙ୍କ ପାଇଁ ଲାଳସା ଏବଂ ଘୃଣା ଏହି ଦୁଇଟିକୁ ତ୍ୟାଗ କରିବା ଅଟେ (7.27) ପରବର୍ତ୍ତୀ ପଦକ୍ଷେପ ହେଉଛି ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା, ମନକୁ ହୃଦୟରେ ସୀମିତ କରିବା ଏବଂ ଭଗବାନଙ୍କୁ ସ୍ମରଣ କରିବା (8.12 - 8.13) ଶ୍ରୀକୃଷ୍ଣ ଆଶ୍ୱାସନା ଦେଉଛନ୍ତି ଯେ ଯେବେ ଆମେ ଏହି ମାର୍ଗର ଅନୁସରଣ କରନ୍ତି ସେ ତାଙ୍କୁ ସହଜରେ ପ୍ରାପ୍ତ ହୁଅନ୍ତି (8.14)

            ଆମେ ସ୍ଥିତିଗୁଡ଼ିକୁ ଏବଂ ଲୋକମାନଙ୍କୁ ବଦଳାଇବା ପାଇଁପ୍ରୟାସ କରନ୍ତି କାରଣ ଆମେ ବିଶ୍ୱାସ କରୁ ଯେ ସେ ଆମର ଦୁଃଖ ପାଇଁ ଦାୟୀ ଏବଂ ସେମାନଙ୍କୁ ଦୋଷ ଦିଅନ୍ତି । ବାସ୍ତବିକ ପରିବର୍ତ୍ତନ ଆମ ଭିତରେ ହେବା ଆବଶ୍ୟକ ଯେଉଁଠାରେ ପରିସ୍ଥିତିଗୁଡିକ ଏବଂ ଲୋକମାନେ ଆମକୁ ପ୍ରଭାବିତ କରିବାର ସାମର୍ଥ୍ୟ ହରାନ୍ତି ଯାହାକି ବାସ୍ତବରେ ପୁନର୍ଜନ୍ମ ନ ହେବାର ସ୍ଥିତି ଅଟେ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌