144. ହୃଦୟ ଏବଂ ମସ୍ତିଷ୍କ

 

ଶ୍ରୀମଦ୍‌ଭଗବଦ୍‌ଗୀତା ଏକ ଜୀବନ୍ତ କଥାବାର୍ତ୍ତା ଥିଲା ଯେଉଁଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମ୍ପୂର୍ଣ୍ଣତାରେ ଦେଖୁଥିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କମୁଖମଣ୍ଡଳରେ ସନ୍ଦେହ କିମ୍ବା ଅବିଶ୍ୱାସର ଅଭିବ୍ୟକ୍ତି ଦେଖନ୍ତି ଯେବେ ଶ୍ରୀକୃଷ୍ଣ ପ୍ରତି କ୍ଷଣ ତାଙ୍କୁ ସ୍ମରଣ କରି ଯୁଦ୍ଧ କରିବାକୁ ଉଲ୍ଲେଖ କରିଥିଲେ (8.7) ଅର୍ଜୁନ ହାତରେ କାମ (କୁରୁକ୍ଷେତ୍ର ଯୁଦ୍ଧ)କୁ ପ୍ରତିରୋଧ କରୁଥିଲେ । କାମର ପ୍ରତିରୋଧର ଏହି ପ୍ରବୃତ୍ତି ଆମ ମଧ୍ୟରେ ରହିଛି ।

            ଶ୍ରୀକୃଷ୍ଣ ତୁରନ୍ତ ନିଜକୁ ସର୍ବବ୍ୟାପୀ, ଶାଶ୍ୱତ, ମହାନ ଶାସକ, ସୂକ୍ଷ୍ମତମ ପରମାଣୁଠାରୁ ମଧ୍ୟ ସୂକ୍ଷ୍ମ, ସମସ୍ତଙ୍କର ରକ୍ଷଣାବେକ୍ଷଣକାରୀ ଅବିସ୍ମରଣୀୟ ସ୍ୱରୂପ, ସୂର୍ଯ୍ୟ ସଦୃଶ ନିତ୍ୟ ଚୈତନ୍ୟ ପ୍ରକାଶରରୂପ, ଅନ୍ଧକାର ଉର୍ଦ୍ଧ୍ୱରେ ରୂପରେ ବର୍ଣ୍ଣନା କରନ୍ତି (8.9) ଯେବେ ଅସ୍ଥିତ୍ୱକୁ ନିଜର ବର୍ଣ୍ଣନା କରିବାକୁ ହୁଏ ତେବେ ଶବ୍ଦ ମଧ୍ୟ କମ୍‌ ପଡ଼ିଯାଏ ।

            ଶ୍ରୀକୃଷ୍ଣ ତାଙ୍କୁ ସ୍ମରଣ କରିବା ପାଇଁ ଦୁଇଟି ରାସ୍ତା କହୁଛନ୍ତି । ଗୋଟିଏ ହେଲା ସଚେତନତାର ମାର୍ଗ ଯେବେ ଶ୍ରୀକୃଷ୍ଣ କହୁଛନ୍ତି, “ଏହି ନିୟମ ଅଟେ ଯେ, ପରମାତ୍ମାଙ୍କର ଧ୍ୟାନର ଅଭ୍ୟାସ ରୂପକ ଯୋଗରେ ଯୁକ୍ତ ହୋଇ, ଅନ୍ୟଆଡେ ଯାଉନଥିବା ଚିତ୍ତ ଦ୍ୱାରା ନିରନ୍ତର ଚିନ୍ତନ କରୁଥିବା ମନୁଷ୍ୟ ପରମ ପ୍ରକାଶ ଦିବ୍ୟ ପୁରୁଷଙ୍କୁ ଅର୍ଥାତ୍‌ ପରମେଶ୍ୱରଙ୍କୁ ହିଁ ପ୍ରାପ୍ତ ହୁଅନ୍ତି” (8.8)

            ଇନ୍ଦ୍ରିୟଗୁଡ଼ିକ ଦ୍ୱାରା ଅଣାଯାଇଥିବା ସମ୍ବେଦନାଗୁଡିକୁ ବିଭାଜିତ କରିବା ପାଇଁ ମନ ବିକଶିତ ହୋଇଥାଏ ଏବଂ ଏହି ବିଭାଜନ ସୁଖ ଏବଂ ଦୁଃଖର ଧୃବର ଜନ୍ମସ୍ଥାନ ଅଟେ (2.14) ଯଦିଓ ଏହା ଆମକୁ ଜୀବିତ ରଖିବାରେ ଅଥବା ପଶୁବତ ଜୀବନ ପାଇଁ ଉପଯୋଗୀ ଅଟେ, ଏହି କ୍ଷମତାକୁ ନିୟନ୍ତ୍ରଣରେ ରଖିବାର ଆବଶ୍ୟକତା ଅଛି । ଶ୍ରୀକୃଷ୍ଣ ଏହି ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ସଚେତନତାର ମାର୍ଗ ଅର୍ଥାତ୍‌ ସମାନତାର ଯୋଗକୁ ସୁପାରିଶ୍‌ କରନ୍ତି ।

            ଦ୍ୱିତୀୟ ମାର୍ଗଟି ହେଉଛି ଭକ୍ତି ଉପରେ ଆଧାରିତ ଏକ ତନ୍ତ୍ର । ଶ୍ରୀକୃଷ୍ଣ କହୁଛନ୍ତି, “ସେହି ଭକ୍ତିଯୁକ୍ତ ପୁରୁଷ ଅନ୍ତକାଳରେ ମଧ୍ୟ ଯୋଗବଳରେ ଦୁଇ ଭ୍ରୁଲତାର ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରାଣକୁ ଭଲ ରୂପେ ସ୍ଥାପନ କରି, ନିଶ୍ଚଳ ମନରେ ସ୍ମରଣ କରି କରି ସେହି ଦିବ୍ୟରୂପ ପରମ ପୁରୁଷ ପରମାତ୍ମାଙ୍କୁ ହିଁ ପ୍ରାପ୍ତ ହୁଅନ୍ତି” (8.10) ଯଦିଓ ଏହି ମାର୍ଗ ନିରନ୍ତର ବିଚଳିତ ଥିବା ମନକୁ ବଶରେ କରୁଥିବା ମାର୍ଗର ଅପେକ୍ଷା ସରଳ ପରି ଦେଖାଯାଏ, ତଥାପି ଭକ୍ତି ଏହାର ପ୍ରଥମ ସର୍ତ୍ତ ଅଟେ ।

            ଗୀତାରେ ଭକ୍ତି ଏବଂ ଶ୍ରଦ୍ଧା ସାମାନ୍ୟ ସୂତ୍ର । ଭକ୍ତି ଏକ ଫୁଲର ସୁଗନ୍ଧ ସଦୃଶ ବାହ୍ୟ ପରିସ୍ଥିତି ନିର୍ବିଶେଷ ଆମର ହୃଦୟରୁ ପ୍ରବାହିତ ହେଉଥିବା ବିନା ସର୍ତ୍ତମୂଳକ ପ୍ରେମ ଅଟେ । ଶ୍ରଦ୍ଧା ଆମର ରାସ୍ତାରେ ଆସୁଥିବା କୌଣସି ଜିନିଷକୁ ବିନା କୌଣସି ପ୍ରତିରୋଧରେ ପରମାତ୍ମାଙ୍କ ଆଶୀର୍ବାଦ ଭାବି କରି ସ୍ୱୀକାର କରିବା ଅଟେ ।


Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌