143. ଯେବେ କର୍ମ ହିଁ ପୂଜା ହୋଇଯାଏ


 

ମୃତ୍ୟୁ ସମୟରେ ତାଙ୍କୁ ଜାଣିବାର ସନ୍ଦର୍ଭରେ ଶ୍ରୀକୃଷ୍ଣ କହୁଛନ୍ତି, “ଅତଏବ ହେ ଅର୍ଜୁନ! ତୁମେ ସବୁ ସମୟରେ ନିରନ୍ତର ମୋତେ ସ୍ମରଣ କର ଓ ଯୁଦ୍ଧ ମଧ୍ୟ କର । ମୋତେ ଅର୍ପଣ କରାଯାଇଥିବା ମନ-ବୁଦ୍ଧିରେ ଏହିପରି ଯୁକ୍ତ ହୋଇଗଲେ ତୁମେ ନିଃସନ୍ଦେହ ମୋତେ ହିଁ ପ୍ରାପ୍ତ ହେବ” (8.7)

            ଆମେ ଦିନରେ କିଛି ସମୟ ଇଶ୍ୱରଙ୍କ ପୂଜା କରନ୍ତି କିମ୍ବା ବେଳେବେଳେ ପୂଜାସ୍ଥଳକୁ ଯାଇ ପ୍ରଭୁଙ୍କର ‘ସ୍ମରଣ’ କରନ୍ତି । ଭିନ୍ନ ଭିନ୍ନ ବିଶ୍ୱାସ ପ୍ରଣାଳୀର ଅନୁସାରେ ଭଗବାନଙ୍କର ନାମ ଏବଂ କରାଯାଇଥିବା ଅନୁଷ୍ଠାନ ଭିନ୍ନ ହୋଇଥାଏ । ପ୍ରଭୁଙ୍କର ସ୍ମରଣ ପ୍ରାୟ ନିଜର କଠିନ ପରିସ୍ଥିତିକୁ ଦୂର କରିବା ପାଇଁ କିମ୍ବା ସମ୍ପତ୍ତି, ଶକ୍ତି ଏବଂ ଯଶର ପ୍ରାପ୍ତି ପାଇଁ ହୋଇଥାଏ । ପରନ୍ତୁ ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି “ପ୍ରତ୍ୟେକ ସମୟ ମୋତେ ସ୍ମରଣ କର”, ଯାହା ଅସମ୍ଭବ ମନେ ହୁଏ କାରଣ ଆମକୁ ଜଣାନାହିଁ ଯେ ଦିନର ପ୍ରତ୍ୟେକ ସମୟରେ ପ୍ରାର୍ଥନା କେମିତି କରାଯାଏ ।

            ଏହାର ସମାଧାନ ଭକ୍ତିଯୋଗ ମୂଳରେ ଅଛି, ଯାହା କହେ ‘ସମସ୍ତ ପ୍ରାଣୀମାନଙ୍କୁ ନିଜ ଭିତରେ ଦେଖିବା, ନିଜକୁ ସମସ୍ତ ପ୍ରାଣୀମାନଙ୍କ ଭିତରେ ଦେଖିବା ଏବଂ ପରମାତ୍ମାଙ୍କୁ ପ୍ରତ୍ୟେକ ସ୍ଥାନରେ ଦେଖିବା’ (6.29 ଏବଂ 6.30) ଯେବେ ଏହି ପରମ ସତ୍ୟର ବୋଧ ହୋଇଯାଏ ତେବେ ବ୍ୟକ୍ତିକୁ ସବୁ ସ୍ଥାନରେ ପରମାତ୍ମାଙ୍କର ଦର୍ଶନ ହୋଇଥାଏ ଯାହା ପ୍ରତ୍ୟେକ ସମୟରେ ତାଙ୍କୁ ସ୍ମରଣ କରିବା ବ୍ୟତୀତ ଆଉ କିଛି ନୁହେଁ । ଆମେ ଯାହାବି ଦେଖୁ ତାହା ସୁନ୍ଦର ହେଉ ବା ଅସୁନ୍ଦର, ଆମେ ଯାହା କିଛି ଶୁଣନ୍ତି ତାହା ସ୍ତୁତି ହେଉ ବା ଆଲୋଚନା, ତାହା ଆଉ କିଛି ନୁହେଁ କିନ୍ତୁ ପରମାତ୍ମା ଅଟେ ।

            ଥରେ ଯେବେ ଏହି ବୁଝାମଣା ବିକଶିତ ହୋଇଯାଏ ତେବେ ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ ଯିବା ପାଇଁ କୃଷ୍ଣଙ୍କର ଉପଦେଶ ସହଜରେ ବୁଝାପଡେ । ଶ୍ରୀକୃଷ୍ଣ ହାତରେ ଯେଉଁ କାର୍ଯ୍ୟ ଅଛି ତାକୁ କରିବା ସପକ୍ଷରେ ଯାହାକି କୁରୁକ୍ଷେତ୍ର ଯୁଦ୍ଧରେ ଲଢିବା ଅଟେ । ନିଶ୍ଚିତ ଭାବରେ ଯୁଦ୍ଧରେ ପରମାତ୍ମାଙ୍କୁ ଦେଖିବା ଅର୍ଜୁନଙ୍କ ପାଇଁ ଏକ କଠିନ ପରୀକ୍ଷା ଏବଂ ଆମେ ଅଲଗା ନୁହଁନ୍ତି ।

            ଏହି ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାର ଏକ ବ୍ୟବହାରିକ ଉପାୟ ଏହା ଯେ ଆମେ ଆମର ବୃତ୍ତିଗତ ଜୀବନରେ କିମ୍ବା ନିଜ ଜୀବନରେ ଅନ୍ୟ ବ୍ୟକ୍ତିର କଥାକୁ ସହାନୁଭୂତି ସହିତ ବୁଝିବା ପାଇଁ ଚେଷ୍ଟା କରିବା । ଏହା ଦ୍ୱାରା ଆମକୁ ଏହା ଅନୁଭବ କରିବାରେ ସାହାଯ୍ୟ ମିଳିବ ଯେ ସମାନ ପରିସ୍ଥିତିରେ ଆମେ ମଧ୍ୟ ଏହି ସଦୃଶ ବ୍ୟବହାର କରିଥାନ୍ତି । ଏହି ପ୍ରକ୍ରିୟା ଆମକୁ ବିଭାଜନ ଏବଂ ମତଭେଦକୁ ଛାଡି କରି ଏକତା ପ୍ରାପ୍ତ କରିବା ଏବଂ ପ୍ରତ୍ୟେକ କାର୍ଯ୍ୟ ପ୍ରାର୍ଥନା ସଦୃଶ କରିବାରେ ସାହାଯ୍ୟ କରିବ ।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌