147. ଅନେକତାରେ ଏକତା


 

ସତ୍ୟ, ବାସ୍ତବିକତା ଏବଂ ଈଶ୍ୱର ଏକ ଅଟନ୍ତି । ଜ୍ଞାନୀମାନେ ନିଜ ନିଜ ସମୟରେ କରାଯାଇଥିବା ଭାଷାକୁ ଉପଯୋଗ କରି ଭିନ୍ନ ଭିନ୍ନ ନାମ ଏବଂ ବାକ୍ୟାଂଶ ଦ୍ୱାରା ତାହାର ବର୍ଣ୍ଣନା କରିଛନ୍ତି । କ୍ରିସମସ୍‌ର ଅବସରରେ ଈସା ମସିହା ଦ୍ୱାରା ଏବଂ ବାଇବେଲରେ ପ୍ରୟୋଗ କରାଯାଇଥିବା କିଛି ଏମିତି ଉକ୍ତି ଅଛି ଯାହାକି ଗୀତାରେ ପ୍ରତିଧ୍ୱନିତ ହୁଏ, ଏହି ଦିଗ ଉପରେ ପ୍ରକାଶ ପକାଏ ।

            ‘ସମତ୍ୱ’ ଗୀତାର ମୂଳ ମଧ୍ୟରୁ ଏକ ଅଟେ ଏବଂ ଶ୍ରୀକୃଷ୍ଣ ଆମକୁ ବିଭିନ୍ନ ଜିନିଷ, ଲୋକ ଯେମିତି ବନ୍ଧୁ, ବନ୍ଧୁବାନ୍ଧବ ଏବଂ ଶତ୍ରୁ ତଥା ଭାବନା ଯେପରିକି ପ୍ରଶଂସା ଏବଂ ଆଲୋଚନାକୁ ଏକ ସମାନ ମାନିବା ପାଇଁ କୁହନ୍ତି । ଯୀଶୁ କହିଛନ୍ତି “ଅନ୍ୟମାନଙ୍କ ସହିତ ସେମିତି ବ୍ୟବହାର କର ଯେମିତି ତୁମେ ଚାହୁଁଛ ଯେ ସେ ମଧ୍ୟ ତୁମ ସହିତ ସେହିଭଳି ବ୍ୟବହାର କରନ୍ତି ।” ଏହା ଅଧିନସ୍ଥ ସହିତ ସେମିତି ବ୍ୟବହାର କରିବା, ଯେମିତି ଆମେ ଚାହାଁନ୍ତି ଆମ ଅଧିକାରୀ ଆମ ସହିତ ବ୍ୟବହାର କରନ୍ତି, ପଡୋଶୀମାନଙ୍କ ସହିତ ସେହି ସଦୃଶ ବ୍ୟବହାର କରିବା ଯେମିତି ଆମେ ଚାହାଁନ୍ତି ଯେ ସେ ଆମ ସହିତ ବ୍ୟବହାର କରନ୍ତି । ଏହି ମାନଦଣ୍ଡ ଆମକୁ ସମତ୍ୱର ଶିଖର ପର୍ଯ୍ୟନ୍ତ ନେଇ ଯାଇପାରେ ।

            ଏହି ଭଳି, ବାଇବେଲରେ ଉଦ୍ଧୃତ କରାଯାଇଅଛି (ମୈଥ୍ୟୁ25:29) “ଯାହା ପାଖରେ ଅଛି, ତାକୁ ଆହୁରି ଅଧିକା ଦିଆହେବ ଏବଂ ତା ପାଖରେ ବହୁତାୟତ ହେବ; କିନ୍ତୁ ଯାହା ପାଖରେ ନାହିଁ ତା’ଠାରୁ ଯାହା ଅଛି, ତାହା ମଧ୍ୟ ନିଆଯିବ” । ଏହାକୁ ବୁଝିବା କଷ୍ଟକର ଲାଗୁଛି କାରଣ ଆମେ ଧନୀ ଠାରୁ ନେବା ଏବଂ ଗରିବକୁ ଦେବାର ପ୍ରଶଂସା କରନ୍ତି । ଯେବେ କି ଗୀତା “ନିଜଠାରେ ସନ୍ତୁଷ୍ଟ ରହିବା’ ଉପରେ ଗୁରୁତ୍ୱ ଦେଉଅଛି, ଯେଉଁଠାରେ ବ୍ୟକ୍ତି ଇନ୍ଦ୍ରିୟ ଉପରେ ନିର୍ଭର ନ କରି ସନ୍ତୁଷ୍ଟ ରହନ୍ତି । ସ୍ଥିତ ପ୍ରଜ୍ଞ, ନିତ୍ୟ ତୃପ୍ତ, ଆତ୍ମବାନ୍‌ ଏବଂ ଆତ୍ମରମଣ ଯେପରି ଶବ୍ଦ ଏହି ସନ୍ଦେଶ ଦେଉଛନ୍ତି । ପ୍ରଚୁରତା ଆଉ କିଛି ନୁହେଁ ତାହା ହେଉଛି ‘ନିଜଠାରେ ସନ୍ତୁଷ୍ଟ’ ଯାହା ନିରନ୍ତର ବଢ଼ିଥାଏ । ଇନ୍ଦ୍ରିୟ ଉପରେ ନିର୍ଭର ହେବା ଏକ ପ୍ରକାରର ଦାରିଦ୍ର୍ୟର ସୂଚକ ଅଟେ ଯାହା “ନିଜଠାରେ ସନ୍ତୁଷ୍ଟ’’ ହେବାର ଅଭାବ ଦର୍ଶାଏ କାରଣ ଇନ୍ଦ୍ରିୟଗୁଡିକ କେବେ ସନ୍ତୁଷ୍ଟ ହୋଇପାରିବେ ନାହିଁ ।

            ବିଭିନ୍ନ ସଂସ୍କୃତିରେ ଏମିତି ଅନେକ ଉଦାହରଣ ଅଛି । ସାର ଏହା ଅଟେ ଯେ ଗୋଟିଏ ସତ୍ୟକୁ ବିଭିନ୍ନ ବୁଦ୍ଧିଜୀବୀମାନେ ନିଜ ନିଜ ସମୟରେ ପ୍ରଚଳିତ ସନ୍ଦର୍ଭରେ ଏବଂ ଶ୍ରୋତାମାନଙ୍କ ଅନୁସାରେ ଭିନ୍ନ ଭିନ୍ନ ମତରେ ବାଖ୍ୟା କରିଛନ୍ତି । ଏହା ନା ତାଙ୍କୁ ସ୍ମରଣ କରିବାରେ, ତାଙ୍କଠାରେ ଶ୍ରେଷ୍ଠତା ଖୋଜିବାରେ ଏବଂ ନା ତାଙ୍କର କର୍ମକାଣ୍ଡରେ ସମ୍ମିଳିତ ହେବା ବିଷୟରେ ଅଟେ, ବରଂ ତାହା ହେବା ବିଷୟରେ ଯାହା ନିଜଠାରେ ସନ୍ତୁଷ୍ଟ ହେବା ଏବଂ ଏକତ୍ୱକୁ ବୁଝି କରି ସମସ୍ତଙ୍କୁ ସମାନ ଭାବିବା ଅଟେ ।

Comments

Popular posts from this blog

110. ଦ୍ୱନ୍ଦ୍ୱାତୀତ ଠାରୁ ଶାନ୍ତି

118. ପରିବର୍ତ୍ତନ ହିଁ ସ୍ଥାୟୀ

114. ଅତି ସର୍ବତ୍ର ବର୍ଜୟେତ୍‌